ଡିଜିପି ସମ୍ମିଳନୀ ପାଇଁ କଟକଣା, ଏହି ସବୁ ରୁଟ୍‌ରେ ୩ ଦିନ ଗଡ଼ିବନି ମୋ-ବସ୍‌…

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ତିନି ଦିନିଆ ଡିଜିପି ସମ୍ମିଳନୀ। ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ଆଜି ଅପରାହ୍ନ ୪ ଟା ୨୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ୱର ରହିବ। ଭୁବେନଶ୍ୱରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ। ରାଜ୍ୟ ପୁଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ […]

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ତିନି ଦିନିଆ ଡିଜିପି ସମ୍ମିଳନୀ। ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ଆଜି ଅପରାହ୍ନ ୪ ଟା ୨୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ୱର ରହିବ। ଭୁବେନଶ୍ୱରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ। ରାଜ୍ୟ ପୁଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହୋଇଛନ୍ତି। ସୁରକ୍ଷା ପାଇଁ ଆଣ୍ଟି ଟେରର ଫୋର୍ସ ସଜାଗ ରହିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଓ ଡିଜିପି ସମ୍ମୀଲଣିକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ମୋ-ବସ୍‌ ଚଳାଚଳ ନେଇ କଟକଣା ଜାରି କରାଯାଇଛି। ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି କ୍ରୁଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜିଠୁ ଅର୍ଥାତ୍‌ ୨୯ରୁ ୧ ତାରିଖ ପାଇଁ ୯ନଂ, ୧୦, ୧୧,୧୨, ୧୩, ୧୭, ୨୦,୨୧, ୨୨ଏ, ୨୩, ୨୫, ୨୬, ୨୭, ୨୮,୩୦,୩୧,୩୨,୩୬,୩୭,୩୮,୩୯, ୪୦,୪୪,୪୬,୪୭,୬୪ ଓ ୬୬ ନମ୍ବର ରୁଟରେ ବସ୍‌ ଚଳାଚଳ ପ୍ରଭାବିତ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। କମିସନରେଟ ପୁଲିସର ଟ୍ରାଫିକ କଟକଣା ଅନୁସାରେ ମୋ-ବସ ସେବା ନେଇ କ୍ରୁଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଏକ୍ସରେ କ୍ରୁଟ ପକ୍ଷରୁ ସୂଚନା ଦେଇଛନ୍ତି। ଭିଆଇପି, ଭିଭିଆଇପିଙ୍କ ସୁରକ୍ଷା ଓ ନିରାତ୍ତା  ଏବଂ ଜନସାଧାରଣଙ୍କ ସୁଗମାନଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରିଛି ପୁଲିସ।

 

About The Author: The Sakala