ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଜେଇଇ(ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍ ଗୁରୁବାରଠୁ ଆରମ୍ଭ ହୋଇଛି। ଚଳିତ ପର୍ଯ୍ୟାୟରେ ପ୍ରାୟ ୯ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପ୍ରବେଶିକା ଦେଉଥିବାବେଳେ ଆସନ୍ତା ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ। ଦେଶର ୩୩୦ଟି ସହରରେ ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ରାଜ୍ୟର ୨୭ ସହରରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଉଛନ୍ତି। ଗୁରୁବାର ଦିନ ପୂର୍ବାହ୍ନ ୯ରୁ ୧୨ଟା ଓ ଅପରାହ୍ଣ ୩ରୁ ୬ଟା ମଧ୍ୟରେ ଦୁଇଟି ସିଫ୍ଟରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ରାଜ୍ୟର ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀ ଚଳିତ ପର୍ଯ୍ୟାୟରେ ପ୍ରବେଶିକା ଦେଉଥିବାବେଳେ ପରବର୍ତ୍ତୀ ପରୀକ୍ଷା ଆସନ୍ତା ଏପ୍ରିଲ ୮,୧୦,୧୧,୧୨,୧୩ ଓ ୧୫ତାରିଖରେ ଅନୁଷ୍ଠିତ ହେବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପ୍ରବେଶିକାର ଦୁଇ ଦିନ ପୂର୍ବରୁ ପିଲାଙ୍କ ପାଇଁ ଆଡ଼ମିଟ କାର୍ଡ ଉପଲବ୍ଧ କରାଯାଉଥିବା ଏନଟିଏ କହିଛି।
ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍ ଆରମ୍ଭ, ଏପ୍ରିଲ ୧୫ରେ ସରିବ ପ୍ରବେଶିକା
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଜେଇଇ(ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍ ଗୁରୁବାରଠୁ ଆରମ୍ଭ ହୋଇଛି। ଚଳିତ ପର୍ଯ୍ୟାୟରେ ପ୍ରାୟ ୯ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପ୍ରବେଶିକା ଦେଉଥିବାବେଳେ ଆସନ୍ତା ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ। ଦେଶର ୩୩୦ଟି ସହରରେ ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ରାଜ୍ୟର ୨୭ ସହରରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଉଛନ୍ତି। ଗୁରୁବାର ଦିନ ପୂର୍ବାହ୍ନ ୯ରୁ ୧୨ଟା ଓ ଅପରାହ୍ଣ ୩ରୁ ୬ଟା ମଧ୍ୟରେ ଦୁଇଟି ସିଫ୍ଟରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। […]