ରାଜ୍ଯରେ ୨୭୦୦ ଏସ୍‌ଏଚ୍‌ଜି ମହିଳା ଦେଉଛନ୍ତି ବ୍ୟାଙ୍କ ସେବା

ଭୁବନେଶ୍ବର: ରାଜ୍ୟରେ ସମ୍ପ୍ରତି ୫୭୦୫ ବ୍ୟାଙ୍କ ଶାଖା ରହିଛି। ଏଥିରେ ଲୋକମାନଙ୍କୁ ତ୍ବରିତ ବ୍ୟାଙ୍କ ସେବା ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଉଛି। ଏହି ୫୭୦୫ ବ୍ୟାଙ୍କ ଶାଖା ମଧ୍ୟରୁ ଗ୍ରାମାଞ୍ଚଳରେ ୨୯୬୩, ଅର୍ଦ୍ଧସହାରାଞ୍ଚଳରେ ୧୫୧୫ ଏବଂ ସହରାଞ୍ଚଳରେ ୧୨୨୭ ଶାଖ ରହିଛି। ତେବେ ଲୋକମାନଙ୍କୁ ସେବା ଯୋଗାଣ କ୍ଷେତ୍ରରେ ପ୍ରାୟ ୨୭୦୦ ଏସ୍‌ଏଚ୍‌ଜି ମହିଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କାରଣ ଏମାନେ ବ୍ୟାଙ୍କିଙ୍ଗ୍‌ କରେସ୍‌ପେଣ୍ଡନ୍ସ (ବିସି) ଭାବେ ଗ୍ରାମାଞ୍ଚଳରେ, ଅର୍ଦ୍ଧସହାରାଞ୍ଚଳ ଏବଂ ସହରାଞ୍ଚଳରେ ଲୋକଙ୍କ ନିକଟରେ […]

ଭୁବନେଶ୍ବର: ରାଜ୍ୟରେ ସମ୍ପ୍ରତି ୫୭୦୫ ବ୍ୟାଙ୍କ ଶାଖା ରହିଛି। ଏଥିରେ ଲୋକମାନଙ୍କୁ ତ୍ବରିତ ବ୍ୟାଙ୍କ ସେବା ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଉଛି। ଏହି ୫୭୦୫ ବ୍ୟାଙ୍କ ଶାଖା ମଧ୍ୟରୁ ଗ୍ରାମାଞ୍ଚଳରେ ୨୯୬୩, ଅର୍ଦ୍ଧସହାରାଞ୍ଚଳରେ ୧୫୧୫ ଏବଂ ସହରାଞ୍ଚଳରେ ୧୨୨୭ ଶାଖ ରହିଛି। ତେବେ ଲୋକମାନଙ୍କୁ ସେବା ଯୋଗାଣ କ୍ଷେତ୍ରରେ ପ୍ରାୟ ୨୭୦୦ ଏସ୍‌ଏଚ୍‌ଜି ମହିଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କାରଣ ଏମାନେ ବ୍ୟାଙ୍କିଙ୍ଗ୍‌ କରେସ୍‌ପେଣ୍ଡନ୍ସ (ବିସି) ଭାବେ ଗ୍ରାମାଞ୍ଚଳରେ, ଅର୍ଦ୍ଧସହାରାଞ୍ଚଳ ଏବଂ ସହରାଞ୍ଚଳରେ ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ପହଞ୍ଚାଉଥିବା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ରିପୋର୍ଟରୁ ଏହା ଜଣାଯାଇଛି। ଉପାନ୍ତ ଅଞ୍ଚଳଗୁଡିକରେ ଏମାନଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଛି।

ରାଜ୍ୟର ଗ୍ରାମାଞ୍ଚଳ କ୍ଷେତ୍ରରେ ବ୍ୟାଙ୍କ ସେବା କ୍ଷେତ୍ରରେ ୧୧,୯୬୩ ଜଣ ଏସ୍‌ଏଚ୍‌ଜି ସଦସ୍ୟ ବିସି ଭାବେ କାର୍ଯ୍ୟ କରୁଛନ୍ତି। ଏହାବାଦ୍‌ ଅର୍ଦ୍ଧସହାରାଞ୍ଚଳରେ ଏମାନଙ୍କର ସଂଖ୍ୟା ୪୨୬୬ ହୋଇଥିବାବେଳେ ସହରାଞ୍ଚଳରେ ୯୩୮ରହିଛି। ଏମାନଙ୍କୁ ମିଶାଇ ସମଗ୍ର ରାଜ୍ୟରେ ମୋଟ ବ୍ୟାଙ୍କିଙ୍ଗ୍‌ କରେସ୍‌ପେଣ୍ଡନ୍ସଙ୍କ ସଂଖ୍ୟା ୧୭,୧୬୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ଭାବେ ବିସି କାର୍ଯ୍ୟରତ ଏସ୍‌ଏଚ୍‌ଜି ମହିଳାଙ୍କ ସଂଖ୍ୟା ହେଉଛି ୨୬୮୦ ବୋଲି ଚଳିତବର୍ଷ ଜୁନ୍‌ ୩୦ ସୁଦ୍ଧା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ପ୍ରକାଶିତ। ରାଜ୍ୟର ନବରଙ୍ଗପୁର ଜିଲାରେ ସର୍ବାଧିକ ୨୨୫ ଏସ୍‌ଏଚ୍‌ଜି ମହିଳା ବିସି ଭାବେ କାର୍ଯ୍ୟରତ ଥିବାବେଳେ ସୁବର୍ଣ୍ଣପୁର ଜିଲଊରେ ସର୍ବନିମ୍ନ ୨୬ ଜଣ ଏସ୍‌ଏଚ୍‌ଜି ମହିଳା ବିସି ଭାବେ କାର୍ଯ୍ୟ ତୁଲାଉଛନ୍ତି।

About The Author: The Sakala