୨୨ଲିଟର ଚୋରା ମଦ ଜବତ, ୩ ଗିରଫ

ଆଳି: ଆଳି ଅବକାରୀ ବିଭାଗ ଅଧୀନରେ ବ୍ୟାପକ ଭାବେ ଚୋରା ମଦ କାରବାର ଦିନକୁ ଦିନ ବଢୁଥିବା ଖବର ପାଇ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇଛି l ଇନ୍ସପେକ୍ଟର କମଳ ଲୋଚନ ପାଇକରାୟ ଏକ ଟିମ ଗଠନ କରି ରାଜକନିକା ଥାନା ଅନ୍ତର୍ଗତ ବରଦା ଗ୍ରାମର ଶେଖର ସେଠି (୫୧) ,ପାଟୁଳି ଗ୍ରାମର ରଞ୍ଜନ ସାହୁ (୩୬)ଓ ଖରିଅଣ୍ଟା ଗ୍ରାମର ଶୁସାନ୍ତ ବେହେରା (୩୨) ଙ୍କ ଘର ଚଢ଼ାଉ […]

ଆଳି: ଆଳି ଅବକାରୀ ବିଭାଗ ଅଧୀନରେ ବ୍ୟାପକ ଭାବେ ଚୋରା ମଦ କାରବାର ଦିନକୁ ଦିନ ବଢୁଥିବା ଖବର ପାଇ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇଛି l ଇନ୍ସପେକ୍ଟର କମଳ ଲୋଚନ ପାଇକରାୟ ଏକ ଟିମ ଗଠନ କରି ରାଜକନିକା ଥାନା ଅନ୍ତର୍ଗତ ବରଦା ଗ୍ରାମର ଶେଖର ସେଠି (୫୧) ,ପାଟୁଳି ଗ୍ରାମର ରଞ୍ଜନ ସାହୁ (୩୬)ଓ ଖରିଅଣ୍ଟା ଗ୍ରାମର ଶୁସାନ୍ତ ବେହେରା (୩୨) ଙ୍କ ଘର ଚଢ଼ାଉ କରି ୯ଲିଟର ଦେଶୀ ଓ ୧୩ ଲିଟର ବିଦେଶୀ ଚୋରା ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରି ଡାକ୍ତରୀ ମଇନା କରାଇ କୋର୍ଟ ଚାଲାଣ କରିଛନ୍ତି। ଏହି ଚଢ଼ାଉ ସମୟରେ ଆଳି ଅବକାରୀ ବିଭାଗର ସବିନ୍ସପେକ୍ଟର ଅମେରେନ୍ଦ୍ର କୁମାର ଶତପଥୀ, ଆସିଷ୍ଟାଣ୍ଡ ସବିନ୍ସପେକ୍ଟର ଭାରତୀ ନାୟକ,ପଟ୍ଟାମୁଣ୍ଡାଇ ଆସିଷ୍ଟାଣ୍ଡ ସବିନ୍ସପେକ୍ଟର ନିରୂପମା ସାହୁ, କନେଷ୍ଟବଳ ପ୍ରଶାନ୍ତ କୁମାର ଘଡେ଼ଇ ,ଧର୍ମେନ୍ଦ୍ର କୁମାର ମିଶ୍ର,ଓ ଟୁକୁନା ନାୟକ ଉପସ୍ଥିତ ଥିଲେ ।

About The Author: The Sakala