୨୦୨୪ ନିର୍ବାଚନ: ପୁଅଙ୍କ ପ୍ରଚାର ରଥରେ ବାପା ସାରଥୀ, ବାପାଙ୍କ ସହ ପ୍ରଚାର ମଇଦାନରେ ପୁଅ

-ପାଟକୁରାରେ ପୁଅ ଅରବିନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ବିଜୟ -ବୀରମିତ୍ରପୁରରେ ଯୋଶେଫ ପାଇଁ ମଇଦାନରେ ଜର୍ଜ -ପୁଅ ସମରେନ୍ଦ୍ର ପାଇଁ ନରସିଂହଙ୍କ ପ୍ରଚାର ଆରମ୍ଭ -ଅଭିନନ୍ଦନଙ୍କ ପାଇଁ ପ୍ରଚାର ମଇଦାନରେ ବସନ୍ତ ପଣ୍ଡା -ପୁଅଙ୍କ ପାଇଁ ମଙ୍ଗଳା, ଉଷା ଦେବୀ ବି କରୁଛନ୍ତି ପ୍ରଚାର -ବାପାଙ୍କ ସହ ପ୍ରଚାର ମଇଦାନରେ ସୌଭିକ, ଦେବୀ ଭୁବନେଶ୍ୱର: ୨୦୨୪ ନିର୍ବାଚନ ବହୁ ପୁରୁଖା ନେତାଙ୍କ ପାଇଁ ହୁଏତ ଶେଷ ନିର୍ବାଚନ। ଅନ୍ୟ ପକ୍ଷରେ ଅନେକ ପୁରୁଖା ଓ ବୟସ୍କ ନେତା […]

-ପାଟକୁରାରେ ପୁଅ ଅରବିନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ବିଜୟ
-ବୀରମିତ୍ରପୁରରେ ଯୋଶେଫ ପାଇଁ ମଇଦାନରେ ଜର୍ଜ
-ପୁଅ ସମରେନ୍ଦ୍ର ପାଇଁ ନରସିଂହଙ୍କ ପ୍ରଚାର ଆରମ୍ଭ
-ଅଭିନନ୍ଦନଙ୍କ ପାଇଁ ପ୍ରଚାର ମଇଦାନରେ ବସନ୍ତ ପଣ୍ଡା
-ପୁଅଙ୍କ ପାଇଁ ମଙ୍ଗଳା, ଉଷା ଦେବୀ ବି କରୁଛନ୍ତି ପ୍ରଚାର
-ବାପାଙ୍କ ସହ ପ୍ରଚାର ମଇଦାନରେ ସୌଭିକ, ଦେବୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ବହୁ ପୁରୁଖା ନେତାଙ୍କ ପାଇଁ ହୁଏତ ଶେଷ ନିର୍ବାଚନ। ଅନ୍ୟ ପକ୍ଷରେ ଅନେକ ପୁରୁଖା ଓ ବୟସ୍କ ନେତା ଆଗାମୀ ନିର୍ବାଚନରେ ପୁଅ ପାଇଁ ଛାଡ଼ିଛନ୍ତି ବାଟ। ନିଜେ ପ୍ରତିଦ୍ୱନ୍ଦ୍ୱିତା ନ କରି ପ୍ରତ୍ୟକ୍ଷ ରାଜନୀତିର ସନ୍ୟାସ ନେଇ ପୁଅକୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଅତୀତରେ ଅର୍ଥାତ୍‌‌ ୨୦୧୯ ନିର୍ବାଚନରେ ଏପରି ବହୁ ଘଟଣା ଘଟିଥିଲା, ଏବେ ତାହାର ପୁନରାବୃତ୍ତି ଘଟିଛି। ୨୦୧୯ ନିର୍ବାଚନରେ ବାପାଙ୍କ ବଦଳରେ ନିର୍ବାଚନ ଲଢ଼ି ବହୁ ଆସନରେ ପୁଅମାନେ ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ଏହି ତାଲିକାରେ ଆଉ କିଛି ନାଁ ଯୋଡ଼ି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭେଟେରାନ୍‌‌ ବାପାମାନେ ପିଲାମାନଙ୍କ ଭବିଷ ସଂଗଠନକୁ ଲଗାଇ ନେଜେ ୪୦ ଡିଗ୍ରୀ ଖାତିର ନ କରି ପୁଅଙ୍କ ରଥରେ ବାପାମାନେ ସାରଥୀ ସାଜିଛନ୍ତି।

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ କରିଛି। ଅରବିନ୍ଦ ପାଟକୁରାରେ ଲୋକଙ୍କ ପାଖକୁ ଯାଇ ଭୋଟ୍‌‌ ଭିକ୍ଷା ଆରମ୍ଭ କରି ଦେଇଛନ୍ତି। ନୂଆକରି ରାଜନୀତିରେ ପାଦ ଦେଇଥିବା ଅରବିନ୍ଦଙ୍କ ପଛରେ ରହି ରାଜନୀତିର ଗୋଟି ଚଳାଉଛନ୍ତି ବାପା ବିଜୟ। ମହାଙ୍ଗାରେ ମଧ୍ୟ ଅନୁରୂପ ସ୍ଥିତି ଉତ୍ପନ୍ନ ହୋଇଛି। ବିଜେଡିର ଟାଣୁଆ ନେତା ପ୍ରତାପ ଜେନା ପୁଅ ଅଙ୍କିତଙ୍କ ବିଜୟର ନକ୍ସା କାଟୁଛନ୍ତି। ଚଳିତ ନିର୍ବାଚନରେ ବିଜେଡି ପ୍ରତାପଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତଙ୍କୁ ପ୍ରାର୍ଥୀ କରିଛି। ତେଣୁ ପୁଅ କିପରି ମାହାଙ୍ଗାରେ ବିଜୟ ବୈଜୟନ୍ତୀ ଉଡ଼ାଇବ ସେଥିପାଇଁ ପ୍ରତାପ କାର୍ଯ୍ୟ ଚଳାଇଛନ୍ତି। କେବଳ ମାହାଙ୍ଗା ବିଧାନସଭା ନୁହେଁ, କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡିର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରତାପ।

ବଲାଙ୍ଗିରରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ପ୍ରଚାର ମଙ୍ଗ ଧରିବା ସହ ବଲାଙ୍ଗିରରେ ତାଙ୍କର ପୁରୁଣା ସଂଗଠନକୁ ସକ୍ରିୟ କରାଇଛନ୍ତି। ନିଜେ ପୁଅଙ୍କ ସମର୍ଥନରେ ଭୋଟ୍‌‌ ମା ଗିବା ସହ ପୁଅଙ୍କୁ ବିଜୟ ଶିରପା ପିନ୍ଧାଇବା ପାଇଁ ଅହରହ ପରିଶ୍ରମ କରୁଛନ୍ତି। ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ବଦଳରେ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ନୂଆପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବାରୁ ସେ ତାଙ୍କ ପୁଅ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ସେହିପରି ବରିଷ୍ଠ ନେତା ମଙ୍ଗଳା କିସାନଙ୍କ ପୁଅ ଅନୀଲ୍‌‌ ବରୁଆ, ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ୍‌‌ ତିର୍କୀ, ଭକ୍ତ ଦାସଙ୍କ ପୁ୍‌‌ଅ ସାଗର ଦାସ ପ୍ରମୁଖଙ୍କ ପ୍ରାର୍ଥୀ ହୋଇଥିବାରୁ ସେମାନଙ୍କ ପାଇଁ ବାପାମାନେ ବି ପ୍ରଚାରରେ ବାହାରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ଊଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କୁ ଚିକିଟି ଆସନରୁ ବିଜେଡି ପ୍ରାର୍ଥୀ କରିଛି। ଏଠାରେ ନିଜଙ୍କୁ ପୁଅଙ୍କୁ ବିଜୟୀ କରିବା ପାଇଁ ମନ୍ତ୍ରୀ ଊଷା ଦେବୀ ରଣନୀତି ପ୍ରସ୍ତୁତ କରିଛନ୍ତି। ସେହିପରି ଝିଅ ପାଇଁ କଂଗ୍ରେସ ନେତା ଭୁଜବଳ ମାଝି ମଧ୍ୟ ପ୍ରଚାର କରୁଥିବା ଦେଖାଯାଇଛି।

ଏହି ଯୁବନେତାମାନଙ୍କ ବ୍ୟତୀତ ଗତ ନିର୍ବାଚନରେ ବାପାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ନିଜ ବାପାଙ୍କ ସହ ପ୍ରଚାର କରୁଥିବା ଦେଖାଯାଇଛି। ଗତ ନିର୍ବାଚନରେ ଏହି ୨ ଯୁବ ବିଧାୟକଙ୍କ ବିଜୟ ପଛରେ ସେମାନଙ୍କ ବାପା ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ ପ୍ରମୁଖ ବଡ଼ ଭୂମିକା ନେଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଦୁଇ ପ୍ରଭାତ ନିଜ ପିଲାମାନଙ୍କ ପାଇଁ ପ୍ରଚାର ଚଳାଇଥିବା ଦେଖାଯାଉଛି।

 

 

About The Author: The Sakala