ଭୁବନେଶ୍ବର : ପ୍ରବଳ ଗୁଳୁଗୁଳିରୁ ମିଳିବ ଆଶ୍ବସ୍ତି। ଆଗାମୀ ୨ ଘଣ୍ଟା ପାଇଁ ୭ ଜିଲ୍ଲାକୁ ରେଡ୍ ଆର୍ଲଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ। କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼,ଯାଜପୁର, ବାଲେଶ୍ବର ଓ ଗଞ୍ଜାମକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨ ଘଣ୍ଟାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ। ଏଥି ସହିତ ଏହି ଜିଲ୍ଲାମାନଙ୍କରେ କୁଆପଥର ମାଡ ସହ ୬୦ରୁ ୭୦ କିମିବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ସେହିପରି ଟ୍ବିନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ କାଳବୈଶାଖୀ ସମ୍ଭାବନା ରହିଛି।ବିଜୁଳି ଘଡଘଡି ସହ ବର୍ଷା ପଵନ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।