ଚାଷ କାମ ବେଳେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଚାଷୀ ମୃତ

ଜଗତସିଂହପୁର: ଚାଷ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ଚାଷୀଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ବେନୁଖଣ୍ଡା ଗାଁରେ । ମୃତ ଦୁଇ ଚାଷୀ  ଗାଁର ସାଗର ଭୋଇ ଓ ଅଜୟ ସାହୁ। ବିଲରେ ଟ୍ରାକଟର ହଳ କରୁଥିବା ବେଳେ ମାଟି ତଳେ ଥିବା ଏଲ୍ ଆଇ ପଏଣ୍ଟ ତାର ସଂସ୍ପର୍ଶରେ ଆସିଯାଇଥିଲେ ଦୁଇ ଜଣ ଚାଷୀ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ସୋମବାର ମଧ୍ୟାହ୍ନରେ ଉଭୟ ଯୁବ ଚାଷୀ ବିଲରେ ଟ୍ରାକ୍ଟରରେ ଚାଷ କରୁଥିବା ବେଳେ ମାଟି ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ସଂଗେ ସଂଗେ ଜଗତସିଂହପୁର ମେଡିକାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବେଆଇନ ଭାବେ ମାଟି ତଳେ ବିଦ୍ୟୁତ ତାର ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଦୁଇ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

About The Author: Madhusudan Das