ରାଜ୍ୟରେ ୧୭ ହଜାର ଇଞ୍ଜିନିୟରିଂ ସିଟ୍‍ ଖାଲି, ସ୍ୱତନ୍ତ୍ର ଓଜେଇଇ ପାଇଁ ଓପେକାର ଦାବି

ଭୁବନେଶ୍ୱର : ରାଜ୍ୟରେ ବିଗତ କିଛି ବର୍ଷ ଧରି ଚଳିତ ବର୍ଷ ମଧ୍ୟ ଇଂଜିନିୟରିଂ ପଢ଼ିବାକୁ ପିଲାମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇନି। ଜେଇଇ ମେନ୍‍ ଫଳ ପ୍ରକାଶ ପାଇବା ପରେ ଓଜେଇଇ ପକ୍ଷରୁ ହୋଇଥିବା କାଉନସେଲିଂ ଅନୁଯାୟୀ ଘରୋଇ ଇଞ୍ଜିନିୟରିଂ କଲେଜରେ ମୋଟ ୧୭ ହଜାର ସିଟ ଖାଲିପଡ଼ିଛି। ରାଜ୍ୟରେ ସରକାରୀ ଏବଂ ଘରୋଇ ଇଞ୍ଜିନିୟରିଂ କଲେଜରେ ମୋଟ ୩୮ ହଜାର ସିଟ ରହିଥିବା ବେଳେ ସେଥିମଧ୍ୟରୁ ୩୨ ହଜାର ସିଟ ଘରୋଇ କଲେଜ ପାଇଁ […]

ଭୁବନେଶ୍ୱର : ରାଜ୍ୟରେ ବିଗତ କିଛି ବର୍ଷ ଧରି ଚଳିତ ବର୍ଷ ମଧ୍ୟ ଇଂଜିନିୟରିଂ ପଢ଼ିବାକୁ ପିଲାମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇନି। ଜେଇଇ ମେନ୍‍ ଫଳ ପ୍ରକାଶ ପାଇବା ପରେ ଓଜେଇଇ ପକ୍ଷରୁ ହୋଇଥିବା କାଉନସେଲିଂ ଅନୁଯାୟୀ ଘରୋଇ ଇଞ୍ଜିନିୟରିଂ କଲେଜରେ ମୋଟ ୧୭ ହଜାର ସିଟ ଖାଲିପଡ଼ିଛି। ରାଜ୍ୟରେ ସରକାରୀ ଏବଂ ଘରୋଇ ଇଞ୍ଜିନିୟରିଂ କଲେଜରେ ମୋଟ ୩୮ ହଜାର ସିଟ ରହିଥିବା ବେଳେ ସେଥିମଧ୍ୟରୁ ୩୨ ହଜାର ସିଟ ଘରୋଇ କଲେଜ ପାଇଁ ରହିଛି। ତେବେ ସରକାରୀ କଲେଜଗୁଡିକରେ ସିଟ ପୂରଣ ହୋଇଥିବା ବେଳେ ଚଳିତବର୍ଷ ୫୦ ପ୍ରତିଶତରୁ ଅଧିକ ଘରୋଇ ସିଟ୍‍ ବଳକା ରହିଛି।

ଏହି ବଳକା ସିଟ ଗୁଡିକରେ ନାମଲେଖା ଲାଗି ସ୍ପେସାଲ ବା ଦ୍ୱିତିୟ ପର୍ଯ୍ୟାୟ ଓଜେଇଇ ଆୟୋଜନ କରିବାକୁ ରାଜ୍ୟ ଘରୋଇ ଇଂଜିନିୟରିଂ କଲେଜ ସଂଘ (ଓପେକା) ପକ୍ଷରୁ ଦାବି ହୋଇଛି। ମାତ୍ର ଏଥିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ସମସ୍ୟା ସୃଷ୍ଟି କରୁଛି।। ଯଦିଓ ଓପେକା ପକ୍ଷରୁ ଦାବି ପରେ ଏଆଇସିଟିଇ ଓ ଓଜେଇଇ କର୍ତ୍ତୃପକ୍ଷ ସ୍ପେସାଲ ଓଜେଇ ଲାଗି ସହମତି ପ୍ରକାଶ କରିଛନ୍ତି ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏଥିରେ କଣ୍ଟା ସାଜିଛି। ସୁପ୍ରିମକୋର୍ଟ ଅକ୍ଟୋବର ୨୫ ତାରିଖରେ ନାମଲେଖା ସମୟ ସୀମାକୁ କଡ଼ାକଡି ପାଳନ କରିବାକୁ ଏଆଇସିଟିଇକୁ ନିର୍ଦ୍ଦେଶ ଦେଇଥିଲେ। ଏଆଇସିଟିଇ ପକ୍ଷରୁ ନଭେମ୍ବର ୩୦ କୁ ନାମଲେଖାର ଶେଷ ତାରିଖ ରୂପେ ଧାର୍ଯ୍ୟ କରାଯାଇଥିଲା। ଯାହାକୁ ନେଇ ଓପେକା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ୍‍ ଦାୟର କରାଯାଇଛି। ଏଥିରେ ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ବୃଦ୍ଧି କରିବାକୁ ନିବେଦନ କରାଯାଇଛି।

About The Author: The Sakala