ଏମ୍‍ବିଏ ଡିଗ୍ରୀଧାରୀଙ୍କ ୧୬ ପ୍ରକାର ସିଙ୍ଗଡ଼ା; ଆକର୍ଷଣରେ ଚକୋଲେଟ୍‍ ମାଛ, ମଟନ୍‍ ସମୋସା

ଭୁବନେଶ୍ୱର: ରାଜଧାନୀର ଗଳିକନ୍ଦିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଏବେ ଜଳଖିଆ ଦୋକାନ। ବିଶେଷକରି ଠେଲାଗାଚ୍ଛିଠାରୁ ଏବେ ଫୁଡ୍‍ ଅନ୍‍ ହ୍ୱିଲ୍‍ର ଅଧିକ ଚାହିଦା ରହିଛି। ଫାଷ୍ଟଫୁଡ୍‍ ସାଙ୍ଗକୁ କେବଳ ବରା, ଆଳୁଚପ୍‍, ସିଙ୍ଗଡ଼ା ବ୍ୟତୀତ ଅନ୍ୟକିଛି ଭିନ୍ନ ଖାଦ୍ୟ ମିଳିବା କଷ୍ଟକର। କିନ୍ତୁ ଲୋକଙ୍କ ପାଖରେ ଭିନ୍ନ ଏକ ସ୍ୱାଦ ଏବଂ ତରିକାର ଖାଦ୍ୟ ପହଞ୍ଚାଇବା ପାଇଁ ଜଣେ ଏମ୍‍ବିଏ ଡିଗ୍ରୀଧାରୀଙ୍କ ନିଆରା ପ୍ରୟାସ। ରାସ୍ତାକଡ଼ରେ ଯେଉଁଠି ମିଳୁଛି ଭିନ୍ନ ଭିନ୍ନ କିସମର ସମୋସା ବା […]

ଭୁବନେଶ୍ୱର: ରାଜଧାନୀର ଗଳିକନ୍ଦିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଏବେ ଜଳଖିଆ ଦୋକାନ। ବିଶେଷକରି ଠେଲାଗାଚ୍ଛିଠାରୁ ଏବେ ଫୁଡ୍‍ ଅନ୍‍ ହ୍ୱିଲ୍‍ର ଅଧିକ ଚାହିଦା ରହିଛି। ଫାଷ୍ଟଫୁଡ୍‍ ସାଙ୍ଗକୁ କେବଳ ବରା, ଆଳୁଚପ୍‍, ସିଙ୍ଗଡ଼ା ବ୍ୟତୀତ ଅନ୍ୟକିଛି ଭିନ୍ନ ଖାଦ୍ୟ ମିଳିବା କଷ୍ଟକର। କିନ୍ତୁ ଲୋକଙ୍କ ପାଖରେ ଭିନ୍ନ ଏକ ସ୍ୱାଦ ଏବଂ ତରିକାର ଖାଦ୍ୟ ପହଞ୍ଚାଇବା ପାଇଁ ଜଣେ ଏମ୍‍ବିଏ ଡିଗ୍ରୀଧାରୀଙ୍କ ନିଆରା ପ୍ରୟାସ। ରାସ୍ତାକଡ଼ରେ ଯେଉଁଠି ମିଳୁଛି ଭିନ୍ନ ଭିନ୍ନ କିସମର ସମୋସା ବା ସିଙ୍ଗଡ଼ା। ଏମିତି ଏକ ଫୁଡ୍‍ ଅନ୍‍ ହ୍ୱିଲ୍‍ ହେଉଛି ଆଚାର୍ଯ୍ୟବିହାରର ‘ସମୋସା କିଙ୍ଗ୍‍’। ଗତ ୨ମାସରୁ ଊର୍ଦ୍ଧ୍ବ ହେବ ଲୋକଙ୍କୁ ଏଭଳି ଖାଦ୍ୟ ପ୍ରସ୍ତୁତ କରିଦେଉଛନ୍ତି ସେ। କିନ୍ତୁ ସମୟ ବଦଳିବା ସହ ସହରାଞ୍ଚଳ ସଂସ୍କୃତିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଲୋକେ ଏଭଳି ଖାଦ୍ୟ ପାଇଁ ବେଶ୍‍ ଭିଡ଼ ଜମୁଛି।

ସେ ହେଉଛନ୍ତି ଶୈଳେନ୍ଦ୍ର ତରାଇ। ୨୦୧୭ରୁ ଶୈଳେନ୍ଦ୍ର ଏମ୍‍ବିଏ ଡିଗ୍ରୀ ହାସଲ କରିଛନ୍ତି। କିନ୍ତୁ ବଡ଼ ଚାକିରି ପଛରେ ନ ଗୋଡ଼ାଇ ଲୋକଙ୍କ ପାଖରେ ଭଲ ଖାଦ୍ୟ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଫୁଡ୍‍ ଅନ୍‍ ହ୍ୱିଲ୍‍ ରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। କିନ୍ତୁ ଏବେ ପ୍ରସ୍ତୁତ କରାଯାଉଛି ଭିନ୍ନଧରଣର ସିଙ୍ଗଡ଼ା। ଯାହାକି ଆଜିକାଲିକା ଖାଦ୍ୟ ତାଲିକା ମଧ୍ୟରେ ବିରଳ। ୧୬ ପ୍ରକାରର ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି ସେ। ସେସବୁକୁ ପ୍ରତିଦିନ ପ୍ରସ୍ତୁତ କରି ରାସ୍ତାକଡ଼ରେ ଶୀତୁଆ ସନ୍ଧ୍ୟାରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ପୂର୍ବରୁ କେବଳ ଆଳୁ ମସଲା ସିଙ୍ଗଡ଼ା ମିଳୁଥିବାବେଳେ ଏବେ ଏହି ଷ୍ଟଲ୍‍ ରେ ଉଭୟ ସାଦା ଓ ଆମିଷ ସିଙ୍ଗଡ଼ା ମିଳୁଛି। ବିଶେଷ ଆକର୍ଷଣରେ ରହିଛି ‘ଚକୋଲେଟ୍‍ ସମୋସା’। ସିଙ୍ଗଡ଼ା ଭିତରେ ‘କାଡ୍‍ବରୀ ଚକୋଲେଟ୍‍’ ସାଙ୍ଗକୁ ଡ୍ରାଏ ଫ୍ରୁଟ୍‍ସକୁ ପୂରଭାବେ ଦିଆଯାଉଛି। ଏହାସହିତ ପନିର୍‍ ସିଙ୍ଗଡ଼ା, ଛତୁ ସିଙ୍ଗଡ଼ା, ମଟନ୍‍ ସିଙ୍ଗଡ଼ା, ଚିକେନ୍‍ ସିଙ୍ଗଡ଼ା, ଚିଙ୍ଗୁଡ଼ି ସିଙ୍ଗଡ଼ା, ପନିପରିବା ସିଙ୍ଗଡ଼ାଠାରୁ ଆରମ୍ଭ କରି ସୋୟା, ମାଛ, ମଟନ୍‍ ପିଜା, ଚିକେନ୍‍ ପିଜା ସିଙ୍ଗଡ଼ା ଆଦି ମିଳୁଛି।

ସନ୍ଧ୍ୟା ହେଲେ ଷ୍ଟଲ୍‍ ନିକଟରେ ଏଭଳି ଭିନ୍ନଧରଣର ସିଙ୍ଗଡ଼ା ଖାଇବା ପାଇଁ ଲୋକଙ୍କ ଭିଡ଼ ଜମୁଛି। କମ୍‍ ଟଙ୍କା ସାଙ୍ଗକୁ ଭିନ୍ନଧରଣର ସ୍ୱାଦ ହୋଇଥିବାରୁ ଷ୍ଟଲ୍‍ ନିକଟରେ ଭିଡ଼ ଜମୁଛି। ପ୍ରତ୍ୟେକ ସିଙ୍ଗଡ଼ାର ଦାମ୍‍ ୧୦ଟଙ୍କାରୁ ୨୦ଟଙ୍କା ମଧ୍ୟରେ ରହିଛି। ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ୧୬ ପ୍ରକାରର ସିଙ୍ଗଡ଼ା ଖାଇବା ପାଇଁ ଲାଗେ ଲମ୍ବାଲାଇନ୍‍। ଏସବୁ ସିଙ୍ଗଡ଼ାକୁ ତିଆରି କରିବା ପାଇଁ ଶୈଳେନ୍ଦ୍ର କୌଣସି ପ୍ରଶିକ୍ଷଣ ନେଇନାହାନ୍ତି ବା କାହାଠାରୁ ଶିଖି ପ୍ରସ୍ତୁତ କରୁନାହାନ୍ତି। ନିଜ ମନକୁ ସେ ଏଭଳି ନିଆରା ଢଙ୍ଗରେ ନିଜେ ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି। ଏ ସମ୍ପର୍କରେ ଶୈଳେନ୍ଦ୍ର କୁହନ୍ତି ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କୁ ଷ୍ଟ୍ରିଟ୍‍ ଫୁଡ୍‍ ରେ କିଛି ନୂଆ ପ୍ରସ୍ତୁତ କରି ଦେବାର ଏଭଳି ପ୍ରୟାସ କରାଯାଇଛି। ରାଜଧାନୀର ଗଳିକନ୍ଦିରେ ଏବେ ଷ୍ଟ୍ରିଟ୍‍ ଫୁଡ୍‍ ରେ ଫାଷ୍ଟଫୁଡ୍‍ଠାରୁ ଆରମ୍ଭ କରି ଜଳଖିଆ ମିଳୁଛି। ଏଥିପାଇଁ ଲୋକଙ୍କୁ ୧୬ ପ୍ରକାରର ସିଙ୍ଗଡ଼ା ପ୍ରସ୍ତୁତ କରି ବିକ୍ରି କରିବା ପରେ ଲୋକଙ୍କ ଆଗ୍ରହ ବଢ଼଼ିଲା। ଏବେ ଦିନକୁ ଦିନ ଚାହିଦା ବଢ଼ୁଛି।

About The Author: The Sakala