ଶେଷ ହେଲା କ୍ୟାବିନେଟ୍‌ ବୈଠକ : ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଉପସ୍ଥିତ ରହିଥିଲେ। ଆଜିର କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ୧-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଥମ ପ୍ରସ୍ତାବ ଆଜିର କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ରାଜ୍ୟର ସବୁ […]

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଉପସ୍ଥିତ ରହିଥିଲେ। ଆଜିର କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି।

୧-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଥମ ପ୍ରସ୍ତାବ

ଆଜିର କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ରାଜ୍ୟର ସବୁ ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ଆଦର୍ଶ ବିଦ୍ୟାଳୟ ନାମିତ କରାଯିବ। ଚଳିତ ବର୍ଷ ଅର୍ଥାତ ୨୦୨୫ରେ ରାଜ୍ୟର ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଆଦର୍ଶ ବିଦ୍ୟାଳୟ କାମ ଆରମ୍ଭ କରାଯିବ ଏବଂ ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତମାନଙ୍କରେ ବିଦ୍ୟାଳୟ କାମ ହେବ। ପ୍ରତି ବିଦ୍ୟାଳୟ ପିଛା ୪-୫କୋଟି ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୨ ହଜାର କୋଟି ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ ସରକାର। ରାଜ୍ୟର ମୋଟ ୬୭୯୪ଟି ପଞ୍ଚାୟତରେ ଏପରି ଫିଡର ସ୍କୁଲ୍‌ ଚିହ୍ନଟ କରାଯିବ।

 ୨- ଅର୍ଥ ବିଭାଗର ଦ୍ୱିତୀୟ ପ୍ରସ୍ତାବ 

ଷୋଡ଼ଶ ଅର୍ଥ କମିଶନ ଫେବୃଆରୀ ୫, ୬, ୭ ତାରିଖରେ ଓଡ଼ିଶା ଆସିବେ । ଆମ ପାଞ୍ଚ ବର୍ଷ ର ଯୋଜନା ନେଇ ଆମେ ଦାବି ରଖିବୁ । ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖିବୁ ତାଙ୍କ ନିକଟରେ ।

୩-ସେମି କଣ୍ଡକଟର ନିର୍ମାଣ ପାଇଁ ଆର ଆଇ ଆର ପାୱାର କମିଶନ ଲିମିଟେଡ଼ କୁ ଅଧିକ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପୂର୍ବରୁ ୩୦ ପ୍ରତିଶତ ଆର୍ଥିକ ସହାୟତା ଦିଆଯାଉ ଥିବା ବର୍ତ୍ତମାନ ଆଉ ୨୦ ପ୍ରତିଶତ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ୧୧୦ କୋଟି ଟଙ୍କା ବ୍ୟୟ କରିବେ ।

୪ – ଶୀତଳ ଭଣ୍ଡାର ପାଇଁ ଆର୍ଥିକ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ପୁଞ୍ଜି ବିନିଯୋଗ ସବସିଡି ଜରିଆରେ ୬୦ ପ୍ରତିଶତ ସବସିଡ଼ି ଯୋଗାଇ ଦେବେ ସରକାର । ସହ ୬ କୋଟି ୫୦ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ଉପରେ ସବସିଡି ଦେବେ ସରକାର । ୪ ଟି ସ୍ଲାବ ରେ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ବିଦ୍ୟୁତ ସବସିଡି ବି ଯୋଗାଇ ଦେବେ ସରକାର । ଅଣ କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ତଦନ୍ତ କରି ଚୟନ କରାଯିବ । ସେହି କ୍ଷେତ୍ରରେ ମଧ୍ୟ ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ଦେଢ଼ କୋଟି ଟଙ୍କା ର ଆର୍ଥିକ ସହାୟତା ବି ରାଜ୍ୟ ସରକାର ଯୋଗାଇ ଦେବେ ।

୫ – ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ
ପୂର୍ବରୁ ସବୁ ଯୋଜନା ଗୁଡ଼ିକ ଲକ୍ଷ୍ୟ ଅନୁଯାୟୀ ଫଳପ୍ରଦ ହୋଇ ନାହିଁ  । ଗତ ସରକାର କେବଳ ନିର୍ବାଚନ ପାଇଁ ଯୋଜନା ଆରମ୍ଭ କରି ପରେ ବନ୍ଦ କରି ଦିଅନ୍ତି। ନିର୍ବାଚନ ବେଳେ ଆମ ଓଡ଼ିଶା ନବୀନ ଓଡିଶା ଆରମ୍ଭ ହୋଇଥିଲା ତାହାର ସଂଜ୍ଞା କଣ ବୁଝା ପଡ଼ୁନି । ସଫଳତା ଜମା ହୋଇନି କହିଲେ ନାହିଁ ଚଳେ। କେବଳ ଠିକାଦାରୀ ରେ ସୀମିତ ଥିଲା । ଗ୍ରାମାଞ୍ଚଳର ତ୍ୱରିତ ବିକାଶ ପାଇଁ ନୂଆ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ଆରମ୍ଭ କରିଛନ୍ତି । ଏହି ଯୋଜନା କୁ ଆଜି ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଚଳିତ ଆର୍ଥିକ ବର୍ଷ ୧୦୦୦ କୋଟି ଟଙ୍କା ର ବ୍ୟୟ ବରାଦ କରାଯାଇଛି। ପ୍ରତି ବର୍ଷ ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହେବ । ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ସବୁ ନିଷ୍ପତ୍ତି ଗ୍ରାମସଭା ଦ୍ୱାରା ନିର୍ଣ୍ଣୟ ହେବ । ପରେ ତାହା ଜିଲ୍ଲାପାଳ ଙ୍କ ଅନୁମୋଦନ ହେବ। ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

୬ – ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା ନିୟମାବଳୀ କୁ ରାଜ୍ୟ କ୍ୟାବିନେଟ ରେ ସଂଶୋଧନ କରାଯାଇଛି । ଡାକ୍ତର ନିଯୁକ୍ତି ଅଭାବ କୁ ଦୂର କରି ଡାକ୍ତର ସମସ୍ୟା ଦୂର ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ୫୦୦୦ ନୂଆ ଡାକ୍ତର ଏବଂ ୧୨୬ ଦନ୍ତ ଚିକିତ୍ସିକ କୁ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

୭ – ଶକ୍ତି ବିଭାଗର ଗୋଟିଏ ପ୍ରସ୍ତାବ କୁ ମଧ୍ୟ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ସେହିପରି ଆଇନ ବିଭାଗର ଗୋଟିଏ ସଂଶୋଧନ କୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏହିପରି ଭାବେ ୧୦ ଟି ପ୍ରସ୍ତାବ କୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।

 

About The Author: The Sakala