ଭୁବନେଶ୍ବର : ପ୍ରଥମ କିସ୍ତିରେ ସୁଭଦ୍ରା ଟଙ୍କା ପାଇଲେ ଓ ଦ୍ଵିତୀୟ କିସ୍ତି ବେଳକୁ ଇନକମ ବଢିଗଲା, ଆଉ ଟଙ୍କା ଆସିଲାନି। ଏପରି ଭାବେ ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା ହିତାଧିକାରୀ। ରାସନକାର୍ଡ ଓ ଇନ୍କମରେ ତାଳମେଳ ଖିଲାପି ଯୋଗୁଁ ୧ ଲକ୍ଷ ମହିଳା ଅସୁବିଧା ଭୋଗୁଛନ୍ତି ବୋଲି ସ୍ବିକାର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଥମ କିସ୍ତି ପାଇବା ପରେ ୧ ଲକ୍ଷ ମହିଳା ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା ପାଇ ନାହାନ୍ତି। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ ,ଦ୍ଵିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ କାର୍ଡକୁ ଆୟବର୍ଗ ଅଧିକ ଥିବାରୁ ଫେରାଇଛନ୍ତି। ସେହି କାରଣରୁ ୧ ଲକ୍ଷ ମହିଳାଙ୍କୁ ଅସୁବିଧା ଭୋଗ କରିବାକୁ ପଡିଛି। କିଛି ମହିଳା ତାଙ୍କ ଭିତରୁ ଗାଡ଼ି କିଣିଛନ୍ତି। ୫ ଏକର ଜମି ନ ଥାଇ ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି। ଏ ଯେଉଁ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଚାଲେଞ୍ଜ କରିଛି।
ସେ କାରଣରୁ ୧ ଲକ୍ଷ ମହିଳାଙ୍କ ରିଭ୍ୟୁ ଚାଲିଛି। ଏନେଇ ମାର୍ଚ୍ଚ ୩୧ ପରେ ୱାନ୍ ଟୁ ୱାନ୍ ସର୍ଭେ କରାଯିବ। ସର୍ଭେ ହେବା ସହ ଯୋଗ୍ୟ ବିବେଚିତ ହେଲେ ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ଵିତୀୟ କିସ୍ତି ।ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସୁଭଦ୍ରାର ଆବେଦନ ଅବଧି ରହିଛି। ୨୧ ବର୍ଷ ଯାହାକୁ ହେଇଯିବ ସେମାନେ ଆବେଦନ କରିପାରିବେ। ଯେଉଁମାନେ ବଞ୍ଚିତ ରହିଛନ୍ତି ୩୧ ପରେ ୱାନ ଟୁ ୱାନ ସର୍ଭେ ହେବ କଣ କାରଣ ରହିଚି ଓ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।