ନୟାପଲ୍ଲୀ ଥାନା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ; ୩ଗିରଫ, ୧୫ ଗାଡି ଜବତ

ନୟାପଲ୍ଲୀ: ପୋଲିସ୍ ଙ୍କୁ ଚକମା ଦେଉଥିଲେ ଚୋର । ଲୁଟି ନେଉଥିଲେ ଖାକି ଵର୍ଦ୍ଦି ବାବୁଙ୍କ ଗାଡି । ନୟାପଲ୍ଲୀ ଥାନା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ। ୧୫ଟି ଗାଡି ଜବତ କରିବା ସହ ୩ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଦିନରେ ରେକି କରନ୍ତି, ଆଉ ରାତିରେ ମାଷ୍ଟର କି' ସାହାଯ୍ୟରେ ଗାଡି ଲୁଟି ଛୁ' ମାରନ୍ତି। ଚୋରା ଗାଡି ବିକ୍ରି କରି ଅୟସ ଆରାମ କରୁଥିଲେ ଏହି ୩ ଚୋର। ବାହାର ରାଜ୍ୟରେ ଗାଡିକୁ ମଧ୍ୟ ବିକ୍ରି କରୁଥିବା ନେଇ ଖବର ପାଇଛି ନୟାପଲ୍ଲୀ ଥାନା ପୋଲିସ। ଅନ୍ୟପଟେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଗାଡି ପାର୍କିଂ ବେଳେ ଡବଲ ଲକ୍ ପକାଇବାକୁ ଅପିଲ କରିଛି କମିଶନରେଟ ପୋଲିସ ।

About The Author: Madhusudan Das