ମେଷ: ରବି,ସୋମ,ମଙ୍ଗଳବାରରେ ଆର୍ଥିକ ସ୍ବଚ୍ଛଳତା ଦେଖାଦେବ। ମହିଳାମାନେ କର୍ମତତ୍ପର ରହିବେ। ବୁଧ,ଗୁରୁବାରରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଦିନଚର୍ଯ୍ୟା ବିଳାସମୟ ରହିବ। ଶୁକ୍ର,ଶନିବାରରେ ପରିବାରଠାରୁ ଅସହଯୋଗ ପାଇପାରନ୍ତି। ବ୍ୟବସାୟରେ ଉନ୍ନତି ପାଇଁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ।
ବୃଷ: ରବି,ସୋମ,ମଙ୍ଗଳବାରରେ ଭୂସମ୍ପତ୍ତି କ୍ରୟ କରିବାର ଯୋଗ ରହିଛି। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ବୁଧ, ଗୁରୁବାରରେ ନିଜ ବ୍ୟବହାରରେ ସଂଯମ ରକ୍ଷା କରନ୍ତୁ। ଶୁକ୍ର, ଶନିବାରରେ ଅତିଥି ଚର୍ଚ୍ଚାରେ ସମୟ କଟିବ। ସହକର୍ମୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ।
ମିଥୁନ: ରବି, ସୋମ, ମଙ୍ଗଳବାରରେ କୌଣସି ଖବର ପାଇ ଉତ୍ସାହିତ ରହିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ବୁଧ, ଗୁରୁବାରରେ ଅଯଥା ଖର୍ଚ୍ଚ ପାଇଁ ଅଭାବ ଓ ଅସୁବିଧା ଭୋଗିବେ। ଶୁକ୍ର, ଶନିବାରରେ ଧର୍ମ କାର୍ଯ୍ୟରେ ମନ ବଳାଇବେ।
କର୍କଟ: ରବି, ସୋମ, ମଙ୍ଗଳବାରରେ ଆଳସ୍ୟ ଯୋଗୁଁ କାର୍ଯ୍ୟରେ ବିଳମ୍ବ କରିପାରନ୍ତି। ନିଜ ବୁଦ୍ଧି ବଳରେ ପରିସ୍ଥିତିକୁ ସମ୍ଭାଳି ନେବେ । ବୁଧ,ଗୁରୁବାରରେ ଖର୍ଚ୍ଚାନ୍ତ ହେବେ। ଶୁକ୍ର, ଶନିବାରରେ ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ।
ସିଂହ: ରବି, ସୋମ, ମଙ୍ଗଳବାରରେ ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ତାନମାନଙ୍କୁ ନେଇ ଚିନ୍ତାରେ ରହିବେ। ବୁଧ, ଗୁରୁବାରରେ ମହିଳାମାନେ ଚଳଚଞ୍ଚଳ ରହିବେ। ଶୁକ୍ର,ଶନିବାରରେ ଅତିଥିଙ୍କ ଆଗମନ ହୋଇପାରେ । ବ୍ୟବସାୟିକ ସଫଳତା ମିଳିବ।
କନ୍ୟା: ରବି,ସୋମ, ମଙ୍ଗଳବାରରେ ମହିଳାମାନେ ଦୃଢ଼ମନା ହେବେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବୁଧ,ଗୁରୁବାରରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶୁକ୍ର, ଶନିବାରରେ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।
ତୁଳା: ରବି, ସୋମ, ମଙ୍ଗଳବାରରେ ପାରିବାରିକ ଅଶାନ୍ତି ବଢ଼ିବାକୁ ଲାଗିବ। ଦ୍ରବ୍ୟହାନି ସହ ଅର୍ଥଚିନ୍ତା ରହିବ। ବୁଧ,ଗୁରୁବାରରେ ନୂତନ ନିଯୁକ୍ତି ସୁଯୋଗ ଦେଖାଦେଇ ପାରେ। ଶୁକ୍ର, ଶନିବାରରେ ପରିଶ୍ରମ କରି ସଫଳତା ପାଇବେ। ଜୀବନ ସାଥୀଙ୍କ ସହ ନିବିଡ଼ତା ବଢ଼ିବ।
ବିଛା: ରବି, ସୋମ, ମଙ୍ଗଳବାରରେ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇ ପାରେ । ଅଯଥା କଥାରେ ମୁଣ୍ଡ ପୂରାଇ ସମସ୍ୟାରେ ପଡ଼ିବେ। ବୁଧ, ଗୁରୁବାରରେ କର୍ମ ପରିସର ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହ ଦୂରଯାତ୍ରାରେ ଯାଇପାରନ୍ତି। ଶୁକ୍ର,ଶନିବାରରେ ଜୀବନରେ ପରିବର୍ତ୍ତନ ଦେଖାଦେବ।
ଧନୁ: ରବି,ସୋମ,ମଙ୍ଗଳବାରରେ ଅର୍ଥଚିନ୍ତା ଲାଗିରହିବ। କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହୋଇପାରନ୍ତି। ବୁଧ, ଗୁରୁବାରରେ କାର୍ଯ୍ୟସଫଳ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଶୁକ୍ର,ଶନିବାର ଦୀର୍ଘଦିନର ସ୍ବପ୍ନ ସାକାର ହେବା ସହ ସୁଖୀ ଜୀବନ କଟାଇବେ।
ମକର: ରବି, ସୋମ,ମଙ୍ଗଳବାରରେ କାର୍ଯ୍ୟସିଦ୍ଧି,ସୁଖ ସମ୍ମାନ ପ୍ରାପ୍ତି ହେବ। ବୁଧ, ଗୁରୁବାରରେ ଆୟ ବୃଦ୍ଧି ପାଇବ। ଭବିଷ୍ୟତ ପାଇଁ ଯୋଜନା କରିବେ। ଶୁକ୍ର, ଶନିବାରରେ ପରିବାର ମଧ୍ୟରେ ତିକ୍ତତା ଦେଖାଦେଇପାରେ । ବ୍ୟବସାୟ ମାନ୍ଦା ରହିବ।
କୁମ୍ଭ: ରବି, ସୋମ, ମଙ୍ଗଳବାରରେ ବନ୍ଧୁଙ୍କ ପାଇଁ ଅଡ଼ୁଆ ପରିସ୍ଥିତିରୁ ମୁକୁଳି ପାରିବେ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ବୁଧ, ଗୁରୁବାରରେ ଠକାମିର ଶିକାର ହୋଇପାରନ୍ତି। ଶୁକ୍ର, ଶନିବାରରେ ବ୍ୟବସାୟିକ ଲାଭାନ୍ବିତ ହେବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।
ମୀନ: ରବି, ସୋମ,ମଙ୍ଗଳବାରରେ ସନ୍ତାନମାନଙ୍କୁ ନେଇ ଚିନ୍ତାରେ ରହିବେ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କଠାରୁ ପ୍ରଶଂସା ସାଉଁଟିବେ। ବୁଧ, ଗୁରୁବାରରେ କାର୍ଯ୍ୟବ୍ୟସ୍ତତାରେ ରହି ଅସୁସ୍ଥତା ମନେ କରିବେ। ଗୁରୁଜନଙ୍କ ସହଯୋଗ ମିଳିବ। ଶୁକ୍ର, ଶନିବାରରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବେ। ବ୍ୟବସାୟ ଆଶାନୁରୂପକ ହେବ।