ମେଷ: ରବି, ସୋମବାରରେ ପ୍ରତ୍ୟେକ କାମକୁ ସୁଚାରୁ ରୂପେ କରନ୍ତୁ। ଅର୍ଥହାନିର ଶିକାର ହୋଇପାରନ୍ତି। ମଙ୍ଗଳ, ବୁଧବାରରେ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ବ୍ୟବସାୟକୁ ପ୍ରସାରିତ କରିବା ପାଇଁ ନୂତନ ପଥ ବାଛିବେ।
ବୃଷ: ରବି, ସୋମବାରରେ କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳ, ବୁଧବାରରେ ସମୃଦ୍ଧି ଦେଖାଦେବ ସହ ଉଚ୍ଚ ଆଶା ସଫଳ ହେବ। ଗୁରୁ, ଶୁକ୍ର, ଶନିବାରରେ ଧର୍ମାଦି କାର୍ଯ୍ୟରେ ମନଦେବେ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ।
ମିଥୁନ: ରବି, ସୋମବାରରେ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ। ମହିଳାମାନେ ଭାବନାକୁ ନିୟନ୍ତ୍ରଣ କରିବା ଉଚିତ। ମଙ୍ଗଳ, ବୁଧବାରରେ ବିଭିନ୍ନ ଉପାୟରେ ଆୟ କରିବେ। ଗୁରୁ, ଶୁକ୍ର, ଶନିବାରରେ ଅବହେଳାର ଶିକାର ହେବେ । ଅତ୍ୟଧିକ କାର୍ଯ୍ୟ କରି ଅସୁସ୍ଥ ମନେ କରିବେ।
କର୍କଟ: ରବି, ସୋମବାରରେ ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବେ। ପ୍ରିୟଜନଙ୍କ କଥାକୁ ଗୁରୁତ୍ବ ଦେବେ। ମଙ୍ଗଳ, ବୁଧବାରରେ କଠୋର ପରିଶ୍ରମ ଓ ଧୈର୍ଯ୍ୟ ଶକ୍ତି ପାଇଁ ସଫଳତା ପାଇବେ। ଗୁରୁ,ଶୁକ୍ର, ଶନିବାରରେ ଅନ୍ୟର କଥାରେ ମୁଣ୍ଡ ପୂରାନ୍ତୁ ନାହିଁ।
ସିଂହ: ରବି, ସୋମବାରରେ ସମାଜରେ ପ୍ରତିଷ୍ଠିତ ହେବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ମଙ୍ଗଳ, ବୁଧବାରରେ ନିଜ ଲକ୍ଷ୍ୟସ୍ଥଳ ହାସଲ କରିବାରେ ସଫଳ ହୋଇପାରନ୍ତି। ଗୁରୁ ଶୁକ୍ର,ଶନିବାରରେ ବ୍ୟବସାୟ ଲାଭଜନକ ରହିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବାକୁ ଲାଗିବ।
କନ୍ୟା: ରବି, ସୋମବାରରେ କର୍ମକ୍ଷେତ୍ରରେ ବିଳମ୍ବିତ କାର୍ଯ୍ୟ କରି ଅପଦସ୍ତ ହୋଇପାରନ୍ତି। ବିଭିନ୍ନ ପ୍ରକାର ଅଭାବ ଓ ଅସୁବିଧା ଦେଖାଦେଇପାରେ। ମଙ୍ଗଳ,ବୁଧବାରରେ ଗୁରୁଜନଙ୍କ ସହଯୋଗ ମିଳିବ। ଗୁରୁ,ଶୁକ୍ର, ଶନିବାରରେ ଶତ୍ରୁହାନି ହେବେ । ବ୍ୟବସାୟିକ ପ୍ରସାର ଘଟିବ।
ତୁଳା: ରବି, ସୋମବାରରେ ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ। କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିପାରେ। ମଙ୍ଗଳ, ବୁଧବାରରେ ଅଯଥା କଥା ଚିନ୍ତାକରି ମାନସିକ ଅବସାଦରେ ରହିପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ଉଚ୍ଚ ସମ୍ମାନ ପାଇବେ। ପଡ଼ୋଶୀଙ୍କ ସହଯୋଗ ମିଳିବ।
ବିଛା: ରବି, ସୋମବାରରେ କୌଣସି ଏକ ଆଲୋଚନାର ଶରବ୍ୟ ହେବେ। ଅତ୍ୟଧିକ ଚିନ୍ତା କରି ଅସୁସ୍ଥ ମନେ କରିବେ। ମଙ୍ଗଳ, ବୁଧବାରରେ ପୈତୃକ ସମ୍ପତ୍ତିରେ ଭାଗୀଦାରି ପାଇପାରନ୍ତି। ଗୁରୁ,ଶୁକ୍ର, ଶନିବାରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ହଠାତ୍ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ।
ଧନୁ: ରବି, ସୋମବାରରେ ନିଜ ଲୋକଙ୍କ ସହଯୋଗ ପାଇବେ। ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହିଁ। ମଙ୍ଗଳ, ବୁଧବାରରେ ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବଢ଼ିବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ।
ମକର: ରବି, ସୋମବାର ସମାଜରେ ଉଚ୍ଚସମ୍ମାନର ଅଧିକାରୀ ହେବେ। ଭାଇଭଉଣୀଙ୍କ ସହଯୋଗ ମିଳିବ। ମଙ୍ଗଳ, ବୁଧବାରରେ ବ୍ୟବସାୟୀମାନେ ଠକାମିରେ ପଡ଼ିଯାଇପାରନ୍ତି। ଗୁରୁ,ଶୁକ୍ର,ଶନିବାରରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି । ପରିବାର ସହ ଦୂରଯାତ୍ରା େଯାଗ ରହିଛି।
କୁମ୍ଭ: ରବି, ସୋମବାରରେ ସାମାଜିକ ସମାବେଶରେ ସାହାଯ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ। ମଙ୍ଗଳ, ବୁଧବାରରେ ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ। ଗୁରୁ,ଶୁକ୍ର, ଶନିବାରରେ ନୂତନ ନିବେଶ ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ।
ମୀନ: ରବି,ସୋମବାରରେ ଆଶାବାଦୀ ଓ ଉତ୍ସାହିତ ରହିବେ। ମଙ୍ଗଳ, ବୁଧବାରରେ ସାଙ୍ଗ ତଥା ପରିବାରବର୍ଗଙ୍କ ସହ ଆନନ୍ଦରେ ସମୟ କଟାଇବେ। ଗୁରୁ,ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଶାନ୍ତି ରହିବ।