କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମେଷ: ରବିବାରରେ ବହୁ ପରିଶ୍ରମ କରି ସଫଳତାପ୍ରାପ୍ତି, ଦୂରଯାତ୍ରା କରି ପାରନ୍ତି। ସୋମ, ମଙ୍ଗଳ, ବୁଧବାରରେ ପ୍ରସନ୍ନତା, ଅତିଥିଙ୍କ ଆଗମନ ହୋଇପାରେ। ଗୁରୁ, ଶୁକ୍ରବାରରେ  ସମସ୍ୟା ଘେରରେ  ରହିବେ। ଶନିବାରରେ ସୁଖସମୃଦ୍ଧି, ବ୍ୟବସାୟରେ ଉତ୍ତମ ଲାଭ ମିଳିବ। 

ବୃଷ: ରବିବାରରେ ସମାଜରେ ପ୍ରତିଷ୍ଠା ବୃଦ୍ଧି, ସୁଖ ସନ୍ତୋଷ ପ୍ରାପ୍ତି ହେବ। ସୋମ, ମଙ୍ଗଳ, ବୁଧବାରରେ ଅର୍ଥପ୍ରାପ୍ତି, କାର୍ଯ୍ୟସିଦ୍ଧି, ରାଜନୀତିରେ ସୁନାମ ପାଇବେ। ଗୁରୁ, ଶୁକ୍ରବାରରେ  ପରିଶ୍ରମୀ, ସଫଳ ହେବେ। ଶନିବାରରେ ଚଳଚଞ୍ଚଳ ରହିବେ। ବ୍ୟବସାୟରେ ଲାଭବାନ ହେବେ। 

ମିଥୁନ: ରବିବାରରେ କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ। ସୋମ, ମଙ୍ଗଳ, ବୁଧବାରରେ କାର୍ଯ୍ୟସଫଳ,ସ୍ବପ୍ନ ସାକାର ହେବ। ଗୁରୁ, ଶୁକ୍ରବାରରେ ସଞ୍ଚୟ, ଚଳଚଞ୍ଚଳ ରହିବେ। ଶନିବାରରେ ଦୂରଯାତ୍ରା, ବ୍ୟବସାୟରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି ହେବ। 

କର୍କଟ: ରବିବାରରେ ଅର୍ଥଚିନ୍ତା, ପଡ଼ୋଶୀଙ୍କ ସହ ମନାନ୍ତର ରହିବ। ସୋମ, ମଙ୍ଗଳ, ବୁଧବାରରେ କାର୍ଯ୍ୟଦକ୍ଷ, ଉଚ୍ଚସମ୍ମାନ ପ୍ରାପ୍ତି ହେବ। ଗୁରୁ, ଶୁକ୍ରବାରରେ ବନ୍ଧୁ ସହଯୋଗ, ଆର୍ଥିକ ଯୋଜନା ଫଳପ୍ରସୂ ହେବ। ଶନିବାରରେ ପ୍ରତିକୂଳ ପରିସ୍ଥିତି,ବ୍ୟବସାୟିକ ସମସ୍ୟା ରହିବ। 

ସିଂହ: ରବିବାରରେ ଉଚ୍ଚଆଶା ସଫଳ ହେବ। ସୋମ, ମଙ୍ଗଳ, ବୁଧବାରରେ ବ୍ୟସ୍ତତା, ଦୂରଯାତ୍ରା, କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଗୁରୁ, ଶୁକ୍ରବାରରେ ହର୍ଷୋଲ୍ଲାସ,ସାଂସ୍କୃତିକ ପରିବେଶରେ  ଯୋଗ ଦେଇପାରନ୍ତି। ଶନିବାରରେ ଉଦାରତା, ସମସ୍ୟା, ବ୍ୟବସାୟ ମାନ୍ଦା ରହିବ। 

କନ୍ୟା: ରବିବାରରେ ସୁଖଶାନ୍ତି, ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ସୋମ, ମଙ୍ଗଳ, ବୁଧବାରରେ ଅଶାନ୍ତି,ଦ୍ରବ୍ୟହାନି, ଆର୍ଥିକ ଚାପ ରହିବ। ଗୁରୁ, ଶୁକ୍ରବାରରେ ଅସ୍ଥିରତା, ବ୍ୟୟବୃଦ୍ଧି ହେବ। ଶନିବାରରେ ପ୍ରସନ୍ନତା, ବ୍ୟବସାୟିକ ଲାଭ ମିଳିବ। 

ତୁଳା: ରବିବାରରେ ସ୍ବାଦିଷ୍ଠ ଭୋଜନ ଓ ସୁଖଶାନ୍ତି ପ୍ରାପ୍ତି। ସୋମ, ମଙ୍ଗଳ, ବୁଧବାରରେ ଆର୍ଥିକ ଚାପ, ବନ୍ଧୁମନାନ୍ତର ଦେଖାଦେବ। ଗୁରୁ, ଶୁକ୍ରବାରରେ ସୁଖସମ୍ମାନ, କାର୍ଯ୍ୟସିଦ୍ଧି ହେବ। ଶନିବାରରେ ପ୍ରଶଂସାଭାଜନ, ବ୍ୟବସାୟିକ ସଫଳତା ମିଳିବ। 

ବିଛା: ରବିବାରରେ କର୍ମତତ୍ପର, ଆର୍ଥିକ ସ୍ବଚ୍ଛଳତା ଦେଖାଦେବ। ସୋମ, ମଙ୍ଗଳ ବୁଧବାରରେ ଦ୍ରବ୍ୟାଦି ଲାଭ, ଆର୍ଥିକ ଉନ୍ନତି ହେବ। ଗୁରୁ, ଶୁକ୍ରବାରରେ ଶତ୍ରୁ ବୃଦ୍ଧି, ଚୋରି ଭୟ ଦେଖାଦେଇପାରେ। ଶନିବାରରେ ଅସହଯୋଗ ଓ ବ୍ୟବସାୟ ମନ୍ଥର ରହିବ। 

ଧନୁ: ରବିବାରରେ ଶତ୍ରୁ ବୃଦ୍ଧି, କାର୍ଯ୍ୟହାନି, ଚିନ୍ତିତ ରହିବେ। ସୋମ, ମଙ୍ଗଳ ,ବୁଧବାରରେ ସମସ୍ୟା ବହୁଳ, ବିରୋଧାଭାସ ଦେଖାଦେବ। ଗୁରୁ,ଶୁକ୍ରବାରରେ ସୁଖସମ୍ମାନ, ଉତ୍ତମ ଆୟ ହେବ। ଶନିବାରରେ ଉଚ୍ଚାଭିଳାଷୀ, ବ୍ୟବସାୟିକ ଉନ୍ନତି ହେବ। 

ମକର: ରବିବାରରେ ଚଳଚଞ୍ଚଳ, ଭ୍ରମଣ କରିବାର ସୁଯୋଗ ପାଇବେ। ସୋମ, ମଙ୍ଗଳ,ବୁଧବାରରେ କୌଣସି ବିଷୟକୁ ନେଇ ଚିନ୍ତା, କାର୍ଯ୍ୟମନ୍ଥର ରହିବ। ଗୁରୁ,ଶୁକ୍ରବାରରେ ଦୃଢ଼ମନା, ଅର୍ଥପ୍ରାପ୍ତି ହୋଇପାରେ । ଶନିବାରରେ ସୁଖସମ୍ମାନ ପ୍ରାପ୍ତି, ବ୍ୟବସାୟରୁ ସନ୍ତୋଷଜନକ ଫଳ ମିଳିବ। 

କୁମ୍ଭ: ରବିବାରରେ କାର୍ଯ୍ୟମନ୍ଥର, ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। ସୋମ, ମଙ୍ଗଳ,ବୁଧବାରରେ ପରିଶ୍ରମର ଫଳ ପ୍ରାପ୍ତି, ଆର୍ଥିକ ସୁଧାର ଆସିବ। ଗୁରୁ,ଶୁକ୍ରବାରରେ ବିଭିନ୍ନ ମାର୍ଗରୁ ଉପାର୍ଜନ କରିବେ। ଶନିବାରରେ କାର୍ଯ୍ୟହାନି, ବ୍ୟବସାୟିକ କ୍ଷତି ହୋଇପାରେ । 

ମୀନ: ରବିବାରରେ ସାମର୍ଥ୍ୟ ଅନୁଯାୟୀ ଉନ୍ନତି, ଭ୍ରାତୃଭଗ୍ନୀଙ୍କ ସହଯୋଗ ମିଳିବ। ସୋମ,ମଙ୍ଗଳ,ବୁଧବାରରେ ଚଳଚଞ୍ଚଳ, ଉତ୍ତମ ବୁଝାମଣା ରହିବ। ଗୁରୁ, ଶୁକ୍ରବାରରେ ଚିନ୍ତାଜନକ ପରିସ୍ଥିତି ରହିବ। ଶନିବାରରେ ଅର୍ଥପ୍ରାପ୍ତି,ବ୍ୟବସାୟିକ ସଫଳତା ମିଳିବ। 

About The Author: Madhusudan Das