କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମେଷ: ରବି, ସୋମବାରରେ କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ମଙ୍ଗଳବାର ଦୂରଯାତ୍ରା କରିପାରନ୍ତି। ବୁଧ, ଗୁରୁବାରରେ ବିଭିନ୍ନ କ୍ଷେତ୍ରରେ ଅର୍ଥପ୍ରାପ୍ତି ଯୋଗ ରହିଛି। ଶୁକ୍ର,ଶନିବାରରେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କରେ ନିବିଡ଼ତା ବଢ଼ିବ।

ବୃଷ: ରବି, ସୋମବାରରେ ଦୀର୍ଘଦିନର ଉଦ୍ଦେଶ୍ୟ ପୂର୍ଣ୍ଣ ହେବ। ମଙ୍ଗଳବାରରେ ଉତ୍ସବରେ ଯୋଗଦେଇ ପାରନ୍ତି। ବୁଧ,ଗୁରୁବାରରେ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଶୁକ୍ର, ଶନିବାରରେ ପାରିବାରିକ ଜୀବନରୁ ସମସ୍ୟା ଦୂରେଇ ଯିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।

ମିଥୁନ: ରବି, ସୋମବାରରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମଙ୍ଗଳବାରରେ ଅତ୍ୟଧିକ ଚିନ୍ତା କରି କଷ୍ଟ ପାଇପାରନ୍ତି। ବୁଧ,ଗୁରୁବାରରେ ଆଶାନୁସାରେ ଅଧିକ ଲାଭ ପାଇବେ। ଶୁକ୍ର, ଶନିବାରରେ କାର୍ଯ୍ୟକୁ ଧ୍ୟାନର ସହ କରନ୍ତୁ। ଜୀବନରେ ଭିନ୍ନ ମୋଡ଼ ଦେଖାଦେବ। 

କର୍କଟ: ରବି,ସୋମବାରରେ କୌଣସି ଖବର ପାଇ ଆନନ୍ଦିତ ହୋଇପାରନ୍ତି। ମଙ୍ଗଳବାରରେ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ଭଲ ଫଳାଫଳ ପାଇବେ । ବୁଧ, ଗୁରୁବାରରେ ବିବାହିତଙ୍କ ଜୀବନରେ ସୁଖ ଦେଖାଦେବ। ଶୁକ୍ର, ଶନିବାରରେ ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇ ପାରେ। 

ସିଂହ: ରବି, ସୋମବାରରେ ମାନସିକ ଚାପରେ ରହିପାରନ୍ତି। ମଙ୍ଗଳବାରରେ ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା। ବୁଧ,ଗୁରୁବାରରେ ଚାକିରିଆମାେନ କଠିନ ପରିଶ୍ରମର ଫଳ ପାଇବେ। ଶୁକ୍ର, ଶନିବାରରେ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇପାରେ।

କନ୍ୟା: ରବି, ସୋମବାରରେ  ଅର୍ଥଚିନ୍ତା ଲାଗିରହିବ। ମଙ୍ଗଳବାରରେ କର୍ମକ୍ଷେତ୍ରରେ  ଶତ୍ରୁବୃଦ୍ଧି ହୋଇପାରନ୍ତି। ବୁଧ, ଗୁରୁବାରରେ କାର୍ଯ୍ୟସଫଳ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଶୁକ୍ର,ଶନିବାର ଦୀର୍ଘ ଦିନର ସ୍ବପ୍ନ ସାକାର ହେବା ସହ ସୁଖୀ ଜୀବନ କଟାଇବେ।

ତୁଳା: ରବି, ସୋମବାରରେ ବିଭିନ୍ନ କ୍ଷେତ୍ରରେ ପ୍ରଶଂସିତ ହେବେ। ମଙ୍ଗଳବାରରେ ସାମାଜିକ ଦାୟିତ୍ବବୋଧ ବୃଦ୍ଧି ପାଇବାକୁ ଲାଗିବ। ବୁଧ,ଗୁରୁବାରରେ କର୍ମକ୍ଷେତ୍ରରେ ଆପଣଙ୍କ ମତାମତ ରଖିବାର ମଉକା ପାଇବେ। ଶୁକ୍ର, ଶନିବାରରେ ଅଯଥା ଝାମେଲାରୁ ନିଜକୁ ଦୂରେଇ ରଖନ୍ତୁ।  

ବିଛା: ରବି, ସୋମବାରରେ  ସଫଳତା ପାଇଁ ଆନନ୍ଦିତ ହେବେ। ମଙ୍ଗଳବାରରେ ମୂଲ୍ୟବାନ ବସ୍ତୁ କ୍ରୟ କରି ପାରନ୍ତି। ବୁଧ,ଗୁରୁବାରରେ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଶୁକ୍ର, ଶନିବାରରେ ବିଗତ କଥାକୁ ଚିନ୍ତାକରି କଷ୍ଟ ପାଇପାରନ୍ତି।  

ଧନୁ: ରବି, ସୋମବାରରେ କାର୍ଯ୍ୟସିଦ୍ଧି,ସୁଖ ସମ୍ମାନ ପ୍ରାପ୍ତି ହେବ । ମଙ୍ଗଳବାରରେ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ। ବୁଧ, ଗୁରୁବାରରେ ଆୟ ବୃଦ୍ଧି ପାଇବ। ଭବିଷ୍ୟତ ପାଇଁ ଯୋଜନା କରିବେ। ଶୁକ୍ର, ଶନିବାରରେ ପରିବାର ମଧ୍ୟରେ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ମାନ୍ଦା ରହିବେ। 

ମକର: ରବି,ସୋମବାରରେ ଶାରୀରିକ ସମସ୍ୟା ଆପଣଙ୍କୁ ବ୍ୟଥିତ କରିପାରେ । ମଙ୍ଗଳବାରରେ ଉଚ୍ଚ ପଦବି ପାଇବାକୁ ସକ୍ଷମ ହେବ। ବୁଧ,ଗୁରୁବାରରେ ବ୍ୟବସାୟୀଙ୍କ ପାଇଁ ସମୟ ଭଲ ଅଟେ । ଶୁକ୍ର, ଶନିବାରରେ ପରିବାରର ସମର୍ଥନ ପାଇବେ, ଯାହା  ଜୀବନରେ ସୁଖଶାନ୍ତି ବୃଦ୍ଧି କରିବ। 

କୁମ୍ଭ: ରବି,ସୋମବାରରେ  ଅଯଥା ଖର୍ଚ୍ଚ କରି ମାନସିକ ଅଶାନ୍ତି ପାଇପାରନ୍ତି। ମଙ୍ଗଳବାରରେ ଅକସ୍ମାତ୍‌ ବନ୍ଧୁ ଆଗମନ ହୋଇପାରେ। ବୁଧ,ଗୁରୁବାରରେ କୌଣସି କଥାକୁ ନେଇ ପରିବାରରେ ଆଲୋଚନା ଲାଗି ରହିବ। ଶୁକ୍ର, ଶନିବାରରେ ପରିଶ୍ରମ କରି ସଫଳ ହେବେ।

ମୀନ: ରବି, ସୋମବାରରେ ଭୂସମ୍ପତ୍ତି କ୍ରୟ କରିବାର ଯୋଗ ରହିଛି। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳବାରରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବୁଧ,ଗୁରୁବାରରେ ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ଶୁକ୍ର, ଶନିବାରରେ ସହକର୍ମୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। 

About The Author: Madhusudan Das