କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବି,ସୋମ, ମଙ୍ଗଳବାରରେ ସମସ୍ୟାର ସମାଧାନ ବାହାରିବ। ପ୍ରେମ ଜୀବନରେ ସଫଳତା ପାଇବେ। ବୁଧ, ଗୁରୁବାରରେ  ସମାଜରେ ପ୍ରଭାବ ବଢ଼ିବ। ଶୁକ୍ର, ଶନିବାରରେ ଧନଲାଭର ନୂଆ ରାସ୍ତା ପାଇବେ। ଯୋଜନା ଅନୁସାରେ କାର୍ଯ୍ୟ କରିବେ।

ବୃଷ:  ରବି, ସୋମ, ମଙ୍ଗଳବାରରେ ସପ୍ତାହ ପ୍ରାରମ୍ଭରୁ ସଫଳତା ହାସଲ କରିବେ। ବୁଧ, ଗୁରୁବାରରେ ଆନନ୍ଦଉଲ୍ଲାସରେ ଦିନ କଟିବ। କ୍ୟାରିୟର ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଶୁକ୍ର, ଶନିବାରରେ କାର୍ଯ୍ୟସ୍ଥଳୀରେ ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ।

ମିଥୁନ: ରବି, ସୋମ, ମଙ୍ଗଳବାରରେ  କର୍ମସ୍ଥଳୀରେ ବିରୋଧୀମାନଙ୍କ କୂଟଚକ୍ରାନ୍ତର ଶିକାର ହେବେ। ସମସ୍ୟାର ସମାଧାନ ବାଟ ପାଇବେ। ବୁଧ, ଗୁରୁବାରରେ ପରିବାର ସହ ତୀର୍ଥସ୍ଥାନ ଭ୍ରମଣ ଯୋଗ ରହିଛି। ଶୁକ୍ର, ଶନିବାରରେ ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ।

କର୍କଟ: ରବି, ସୋମ, ମଙ୍ଗଳବାରରେ ପରିବାର ମଧ୍ୟରେ ସମସ୍ୟା ଦେଖାଦେବ। ସାଙ୍ଗସାଥୀ ଏବଂ ଭାଇଭଉଣୀଙ୍କ ସହ ଅଧିକ ସମୟ କଟାଇବେ। ବୁଧ, ଗୁରୁବାରରେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଶୁକ୍ର, ଶନିବାରରେ ଆୟ ତୁଳନାରେ ବ୍ୟୟ ଅଧିକ ରହିବ।

ସିଂହ: ରବି, ସୋମ, ମଙ୍ଗଳବାରରେ ସହକର୍ମୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ।  କୌଣସି ଶୁଭ ଖବର ମିଳିପାରେ। ବୁଧ, ଗୁରୁବାରରେ ଅକସ୍ମାତ୍ ଧନଲାଭର ଯୋଗ ରହିଛି। ଶୁକ୍ର, ଶନିବାରରେ ଖର୍ଚ୍ଚ ବୃଦ୍ଧି ପାଇବାକୁ ଲାଗିବ।

କନ୍ୟା: ରବି, ସୋମ, ମଙ୍ଗଳବାରରେ ସମସ୍ୟାର ସମାଧାନ ରାସ୍ତା ପାଇବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବୁଧ, ଗୁରୁବାରରେ ମହିଳାମାନେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଶୁକ୍ର, ଶନିବାରରେ ପାରିବାରିକ ଜୀବନ ମଧୁର ହେବ।

ତୁଳା: ରବି, ସୋମ, ମଙ୍ଗଳବାରରେ ମହିଳାମାନେ ସସସ୍ତ କାର୍ଯ୍ୟକୁ ସୁଚାରୁରୂପରେ କରିବେ। ବୁଧ, ଗୁରୁବାରରେ ବ୍ୟବସାୟରେ ଉତ୍ତମ ଫଳ ପାଇବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ଶୁକ୍ର, ଶନିବାରରେ କୌଣସି କଥାକୁ ନେଇ ମାନସିକ ଅବସାଦରେ ରହିପାରନ୍ତି।

ବିଛା: ରବି, ସୋମ, ମଙ୍ଗଳବାରରେ ଦାମ୍ପତ୍ୟ ଜୀବନରେ ମଧୁରତା ଦେଖାଦେବ। ସାବଧାନତାର ସହ ଯାତାୟାତ କରନ୍ତୁ। ବୁଧ, ଗୁରୁବାରରେ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଶୁକ୍ର, ଶନିବାରରେ ବ୍ୟବସାୟିକ ଲାଭ ପାଇବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। 

ଧନୁ: ରବି, ସୋମ, ମଙ୍ଗଳବାରରେ ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ।  ମାନସିକ ଅବସାଦରେ ରହିପାରନ୍ତି। ବୁଧ, ଗୁରୁବାରରେ ମହିଳାମାନେ ସ୍ବାଭିମାନୀ ହେବେ। ଶୁକ୍ର, ଶନିବାରରେ ଆର୍ଥିକ ସ୍ଥିତିରେ ଅବନତି ଦେଖାଦେଇପାରେ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।

ମକର: ରବି, ସୋମ, ମଙ୍ଗଳବାରରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। ବୁଧ, ଗୁରୁବାରରେ ପ୍ରିୟଜନଙ୍କ ବ୍ୟବହାରରେ କଷ୍ଟ ପାଇବେ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ବରୋଧୀମାନେ ଦୂରେଇ ରହିବେ।

କୁମ୍ଭ: ରବି, ସୋମ, ମଙ୍ଗଳବାରରେ କର୍ମସ୍ଥଳୀରେ  ଉତ୍ତମ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ।  ପାରିବାରିକ ଜୀବନରେ ଦେଖାଦେଉଥିବା ଭୁଲ ବୁଝାମଣାକୁ ଦୂର କରିବା ପାଇଁ ଚେଷ୍ଟା କରିବେ।  ବୁଧ, ଗୁରୁବାରରେ  ଦୀର୍ଘଦିନର ଇଚ୍ଛା ପୂରଣ ହେବ। ଶୁକ୍ର, ଶନିବାରରେ ସାଙ୍ଗସାଥୀଙ୍କ ସହ ଭ୍ରମଣ ଯୋଗ ରହିଛି।

ମୀନ: ରବି, ସୋମ, ମଙ୍ଗଳବାରରେ କ୍ରୋଧାନ୍ବିତ ହୋଇ କଷ୍ଟ ପାଇପାରନ୍ତି। ନିଜକୁ ଏକୁଟିଆ ଅନୁଭବ କରିପାରନ୍ତି।  ବୁଧ, ଗୁରୁବାରରେ  ନୂତନ ନିବେଶ କରିବାକୁ ଦୂରେଇ ରୁହନ୍ତୁ। ଶୁକ୍ର, ଶନିବାରରେ ପୂର୍ବ ଯୋଜନାରେ କାର୍ଯ୍ୟକରି ଲାଭବାନ ହେବେ। 

About The Author: Madhusudan Das