କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମେଷ: ରବି, ସୋମ, ମଙ୍ଗଳବାରରେ ସମାଜରେ ସୁଖ, ସମ୍ମାନ ପ୍ରାପ୍ତି ହେବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ବୁଧ, ଗୁରୁବାରରେ ଉତ୍ତେଜନା ପରିସ୍ଥିତି ରହିପାରେ। ଶୁକ୍ର, ଶନିବାରରେ ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ।

ବୃଷ: ରବି, ସୋମ, ମଙ୍ଗଳବାରରେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ପାରିବାରିକ ସମ୍ପର୍କକୁ ଗୁରୁତ୍ବ ଦେବେ। ଦୀର୍ଘଦିନର ସମସ୍ୟାର ସମାଧାନ ହେବ। ବୁଧ, ଗୁରୁବାରରେ ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ଅନୁଭବ କରିବେ।  ଶୁକ୍ର, ଶନିବାରରେ ସମୟ ଅନୁସାରେ କାର୍ଯ୍ୟ କରନ୍ତୁ।  ମନରେ ଥିବା ପ୍ରଶ୍ନର ଉତ୍ତର ପାଇଯିବେ।

ମିଥୁନ: ରବି, ସୋମ, ମଙ୍ଗଳବାରରେ ଅନ୍ୟ ଉପରେ ଅଧିକ ବିଶ୍ବାସ କରନ୍ତୁ ନାହିଁ। କ୍ୟାରିୟର୍ରେ ଉନ୍ନତି ହେବ। ବୁଧ, ଗୁରୁବାରରେ ଆଶା କରୁ ନଥିବା ଦିଗରୁ ଶୁଭ ଖବର ପାଇବେ। ଶୁକ୍ର, ଶନିବାରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ପରିବାର ସହ ଅଧିକ ସମୟ କଟାଇବାକୁ ପସନ୍ଦ କରିବେ। 

କର୍କଟ: ରବି, ସୋମ, ମଙ୍ଗଳବାରରେ ସମସ୍ୟାର ସମାଧାନ ବାଟ ଦେଖାଦେବ। ଅର୍ଥନୈତିକ କାରବାରରେ ଅଙ୍କୁଶ ଲଗାନ୍ତୁ। ବୁଧ, ଗୁରୁବାରରେ  ବ୍ୟବସାୟରେ ଲାଭବାନ ହେବେ। ଶୁକ୍ର, ଶନିବାରରେ ଜୀବନରେ ନୂତନ ମୋଡ଼ ଆସିପାରେ। ହଜିଯାଇଥିବା ସାମଗ୍ରୀ ଫେରି ପାଇବେ। 

ସିଂହ: ରବି, ସୋମ, ମଙ୍ଗଳବାରରେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ନିଜ ଲକ୍ଷ୍ୟରେ ଧ୍ୟାନ ରଖନ୍ତୁ। ଆଳସ୍ୟତା ଅନୁଭବ କରିବେ। ବୁଧ, ଗୁରୁବାରରେ ଆଶା କରୁଥିବା ଦିଗରୁ ଲାଭ ପାଇପାରନ୍ତି। ଶୁକ୍ର, ଶନିବାରରେ ନୂତନ ନିଯୁକ୍ତି ଯୋଗ ରହିଛି। ଭବିଷ୍ୟତକୁ ନେଇ ଯୋଜନା ପ୍ରସ୍ତୁତ କରିବେ। 

କନ୍ୟା: ରବି, ସୋମ, ମଙ୍ଗଳବାରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ଭ୍ରମଣ ଯୋଗ ରହିଛି। ବୁଧ, ଗୁରୁବାରରେ ପାରିବାରିକ ଜୀବନରେ ସୁଖ, ସନ୍ତୋଷ ପ୍ରାପ୍ତି ହେବ। ଶୁକ୍ର, ଶନିବାରରେ ବ୍ୟବସାୟ ମନ୍ଥର ରହିବ। ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହିଁ। 

ତୁଳା: ରବି, ସୋମ, ମଙ୍ଗଳବାରରେ ଦୀର୍ଘ ଦିନର ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ନିଜ ଲକ୍ଷ୍ୟ ପୂରଣ କରି ସନ୍ତୋଷ ଅନୁଭବ କରିବେ। ବୁଧ, ଗୁରୁବାରରେ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ। ଶୁକ୍ର, ଶନିବାରରେ ଉଚିତ ନିଷ୍ପତ୍ତି ନେଇ ଆଗକୁ ବଢ଼ିବେ।  

ବିଛା: ରବି, ସୋମ, ମଙ୍ଗଳବାରରେ ଦେହ ଓ ମନ ଭଲ ରହିବ। ଘରକୁ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ସାଙ୍ଗସାଥୀଙ୍କ ସହ ଭ୍ରମଣରେ ଯାଇପାରନ୍ତି। ବୁଧ, ଗୁରୁବାରରେ ସାହସିକତାର ପରିଚୟ ଦେବେ। ଶୁକ୍ର, ଶନିବାରରେ ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବିଭିନ୍ନ କ୍ଷେତ୍ରରେ ଲାଭବାନ ହେବେ। 

ଧନୁ: ରବି, ସୋମ, ମଙ୍ଗଳବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅତିଥିଙ୍କ ଆଗମନ ହୋଇପାରେ। ବୁଧ, ଗୁରୁବାରରେ ଶୁଭ ଖବର ପାଇବେ। ଶୁକ୍ର, ଶନିବାରରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। 

ମକର: ରବି, ସୋମ, ମଙ୍ଗଳବାରରେ ଦ୍ବନ୍ଦ୍ବରେ ରହି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। ପାରିବାରିକ ସମସ୍ୟା ବଢ଼ିଯାଇପାରେ। ବୁଧ, ଗୁରୁବାରରେ ନିଜର ସ୍ବାଧୀନତା ପାଇଁ ଲଢ଼ିବେ। ଶୁକ୍ର, ଶନିବାରରେ ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କୁମ୍ଭ: ରବି, ସୋମ, ମଙ୍ଗଳବାରରେ ଦେହ ଓ ମନ ଭଲ ରହିବ। ସଫଳତା ପାଇବେ। ଯୋଜନା କରି ଆଗକୁ ବଢ଼ନ୍ତୁ। ବୁଧ, ଗୁରୁବାରରେ ସମସ୍ୟାରୁ ମୁକ୍ତି ପାଇବେ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବେ। ଅପେକ୍ଷା କରିଥିବା ସାଥୀ ଜୀବନରେ ଆସି ପାରନ୍ତି। 

ମୀନ: ରବି, ସୋମ, ମଙ୍ଗଳବାରରେ ସୃଜନଶୀଳତାର ପରିଚୟ ଦେବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ସନ୍ତାନସନ୍ତତି ଉନ୍ନତି କରିବେ। ବୁଧ, ଗୁରୁବାରରେ ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ।  ଶୁକ୍ର, ଶନିବାରରେ ବ୍ୟବସାୟରେ ଲାଭବାନ ହେବେ। ଅକସ୍ମାତ୍ ହଜିଯାଇଥିବା ଦ୍ରବ୍ୟ ପାଇବେ। 

About The Author: Madhusudan Das