ମେଷ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ। ପାରିବାରିକ ସୁଖଶାନ୍ତି ବୃଦ୍ଧି ପାଇବ। ମହିଳାମାନଙ୍କର ବିଳାସ ବ୍ୟସନରେ ଦିନଟି କଟିବ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ।
ବୃଷ: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ନୂତନ ନିବେଶ କରି ଦ୍ବନ୍ଦ୍ବରେ ପଡ଼ିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ। ଅତିଥି ସତ୍କାର କରିବେ।
ମିଥୁନ: ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ଯୋଜନା କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଉତ୍ତମ ସମୟ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୌଣସି କଥାକୁ ନେଇ ମନ ଉଣା ହୋଇପାରେ।
କର୍କଟ: ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ପୂରା ହେବ। ମହିଳାଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। ପାରିବାରିକ ସହଯୋଗ ପାଇ ମନ ପ୍ରସନ୍ନ ରହିବ। ସମାଜରେ ମାନ ସମ୍ମାନ ବଢ଼ିବ। ଅଯଥା ଯୁକ୍ତି କରନ୍ତୁନି।
ସିଂହ: ବ୍ୟବସାୟରେ କ୍ଷତି ସହିପାରନ୍ତି । ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ବନ୍ଧୁବାନ୍ଧବଙ୍କ ଆଗମନ ହେବ। ଧାର୍ମିକ କାର୍ଯ୍ୟରେ ସମୟ କଟିବ। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି। ମହିଳାଙ୍କୁ ମୁଖ୍ୟ ଦାୟିତ୍ବ ମିଳିବ।
କନ୍ୟା : ପାରିବାରିକ ସମସ୍ୟା ଲାଗିରହିବ। ଆଶା କରିଥÒବା ଦିଗରୁ ଅର୍ଥ ମିଳିବନି। ଛାତ୍ରଛାତ୍ରୀମାନେ ଚେଷ୍ଟା ଜାରି ରଖି ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପଡୋଶୀଙ୍କ ସହ ମନୋମାଳିନ୍ୟ ହେବ।
ତୁଳା: ନିଜର କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଉତ୍ତମ ରହିବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ପିଲାମାନେ ଖେଳକୁଦରେ ସମୟ ବିତାଇବେ।
ବିଛା: ଦୀର୍ଘ ଦିନର କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ସହକର୍ମୀଙ୍କଠାରୁ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ଆୟ ଅନୁସାରେ ବ୍ୟୟ ଅଧିକ ହେବ।
ଧନୁ: ପାରିବାରିକ ସୁଖସମୃଦ୍ଧି ବୃଦ୍ଧି ହେବ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । ଅଜଣା ବ୍ୟକ୍ତି ବନ୍ଧୁତାର ହାତ ବଢ଼ାଇବେ। ଲେଖାପଢ଼ାରେ ଛାତ୍ରଛାତ୍ରୀମାନଙ୍କ ଏକାଗ୍ରତା ବଢ଼ିବ।
ମକର: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କଳା ଓ ସଂସ୍କୃତିରେ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।
କୁମ୍ଭ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ଆପଣଙ୍କ ବ୍ୟବହାରରେ ପ୍ରତ୍ୟେକ ବ୍ୟକ୍ତି ପ୍ରଭାବିତ ହେବେ। ପଡୋଶୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ।
ମୀନ: ଆର୍ଥିକ ଲାଭ ମିଳିପାରେ। ସୁସ୍ଥ ଅନୁଭବ କରିବେ। ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନୂଆ ପଦକ୍ଷେପ ନେବେ। ସମାଜରେ ପ୍ରସିଦ୍ଧି ବଢ଼ିବ। କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଶୁଭ ଖବର ପାଇବେ।