ମେଷ: କାର୍ଯ୍ୟରୁ ଆଶାଜନକ ଫଳ ମିଳିବ। ଦୂର ଯାତ୍ରା ଯୋଗ ରହିଛି। ପୁରୁଣା ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଆୟ ଓ ବ୍ୟୟ ସମାନ ରହିବ।
ବୃଷ: ପାରିବାରିକ ସମସ୍ୟା ଦେଖା ଦେଇପାରେ। ଧନ ପ୍ରାପ୍ତି ହେବ। ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଆୟ କମ୍ ହେବ ଏବଂ ଖର୍ଚ୍ଚ ବଢ଼ିବ। ପ୍ରେମ ସମ୍ପର୍କ ସୁଖମୟ ହେବ। କୌଣସି କଥାକୁ ନେଇ ମନ ଉଣା କରିପାରନ୍ତି।
ମିଥୁନ: ପିତାଙ୍କ ସହଯୋଗ ମିଳିବ। ଆୟରେ ଉନ୍ନତି ପରିଲକ୍ଷିତ ହେବ। ଋଣ ସମସ୍ୟା ସମାଧାନ ହେବ। କାର୍ଯ୍ୟସ୍ଥଳରେ ବରିଷ୍ଠଙ୍କ ସହଯୋଗ ମିଳିବ। ଚିନ୍ତାମୁକ୍ତ ରହିବେ। ଅଚାନକ ଖୁସି ଖବର ମିଳିବ।
କର୍କଟ: କୌଣସି କଥାକୁ ନେଇ ଚିନ୍ତାରେ ରହିବେ। କାର୍ଯ୍ୟରେ ସଫଳତା ମିଳିବ। ଦିନଟି ବ୍ୟସ୍ତତା ଭିତରେ ବିତିବ। ବିଦ୍ୟାର୍ଥୀ ପରୀକ୍ଷାରେ ଭଲ କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
ସିଂହ: ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ। ଠିକ୍ ସମୟରେ କାର୍ଯ୍ୟ ପୂରା କରିବେ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ।
କନ୍ୟା: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଧନ ଆଗମନର ଯୋଗ ରହିଛି। ବିଦ୍ୟାର୍ଥୀ ପାଠରେ ମନୋନିବେଶ କରିବେ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।
ତୁଳା: ବ୍ୟବସାୟରେ ଉନ୍ନତିକୁ ନେଇ ପ୍ରସନ୍ନ ରହିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଧନ ଆଗମନ। ପରିବାର ସହିତ ସମ୍ପର୍କ ମଧୁର ହେବ। କୋର୍ଟ କଚେରି ମାମଲାର ଶୁଣାଣି ହୋଇପାରେ।
ବିଛା: ସମସ୍ୟାକୁ ସାମ୍ନା କରିବେ। ବିରୋଧୀଙ୍କଠାରୁ ଦୂରେଇ ରୁହନ୍ତୁ। ମନ ଉଦାସ ରହିବ। କାର୍ଯ୍ୟରେ ଲୋକଙ୍କ ସାହାଯ୍ୟ ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ। କ୍ୟାରିୟରରେ ଉନ୍ନତି ହେବ।
ଧନୁ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କାର୍ଯ୍ୟରେ ପଦୋନ୍ନତି ମିଳିବା ସମ୍ଭାବନା ଅଧିକ। ପୂଜାକାର୍ଯ୍ୟରେ ସମୟ କଟିବ। ଘରେ ସମସ୍ୟା ଦେଖା ଦେବ। ବିଦ୍ୟାର୍ଥୀଙ୍କୁ ଶୁଭ ଖବର ମିଳିପାରେ।
ମକର: ମନୋରଞ୍ଜନରେ ସମୟ ବିତିବ। ସାଙ୍ଗସାଥୀଙ୍କ ସହଯୋଗରେ କାର୍ଯ୍ୟ ସଫଳ ହେବ। ଅଫିସ୍ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଜମି କ୍ରୟ ଯୋଗ ରହିଛି।କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
କୁମ୍ଭ: ରାଜନୀତିରେ ଆଶାତୀତ ସଫଳତା ମିଳିବ ନାହିଁ। ବ୍ୟବସାୟ ଓ ଚାକିରିରୁ ଲାଭ ମିଳିପାରେ। ନୂତନ ପ୍ରୋଜେକ୍ଟରେ ସଫଳତା ମିଳିବ। ପଡୋଶୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ।
ମୀନ: ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ଆୟ କମ୍ ଓ ବ୍ୟୟ ଅଧିକ ହେବ। ଅଯଥା କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଭାବି ଚିନ୍ତି ନିଷ୍ପତ୍ତି ନେବା ଭଲ।