Wednesday Horoscope: ବୁଧବାର ରାଶିଫଳ (୦୮-୦୭-୨୦୨୬)

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳି ପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ଆର୍ଥିକ ସମସ୍ୟା ଦେଖାଦେଇ ପାରେ । ବୈବାହିକ ଜୀବନ ସୁଖମୟ ହେବ। 

ବୃଷ: କୌଣସି ବି ପରିସ୍ଥିତିରେ ହାର୍‌ ମାନନ୍ତୁନି। କଠିନ ପରିଶ୍ରମ କରି ସଫଳ ହୋଇପାରନ୍ତି। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ବିଦ୍ୟାର୍ଥୀମାନେ ଖେଳକୁଦରେ ଅଧିକ ସମୟ ବିତାଇବେ। 

ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିପାରନ୍ତି। ଦୀର୍ଘ ଦିନରୁ ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ। ପାରିବାରିକ ସୁଖ ଶାନ୍ତି ମିଳିବ। ଯାନବାହନ କ୍ରୟ କରିପାରନ୍ତି। ଚକ୍ଷୁ ସମସ୍ୟା ହୋଇପାରେ।  

କର୍କଟ: ଆଇଟି ଚାକିରିଆଙ୍କ ପାଇଁ ଦିନଟି ଭଲ। ଦିନଟି ମଜାମସ୍ତିରେ ଅତିବାହିତ ହେବ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହୋଇପାରନ୍ତି। 

ସିଂହ: ଦିନଟି ଶୁଭଫଳ ପ୍ରଦାନ କରିବ। ଅଚାନକ ଧନପ୍ରାପ୍ତି ଯୋଗ ରହିଛି। ମହିଳାମାନେ ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅତିଥି ସତ୍କାର କରିପାରନ୍ତି। ମାନ ସମ୍ମାନ ବୃଦ୍ଧି ପାଇବ। 

କନ୍ୟା: ଦିନଟି ବ୍ୟସ୍ତରେ ବିତିବ। ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। 

ତୁଳା: ଯୋଜନା ଅନୁଯାୟୀ କାମ କରିବେ। ଅକସ୍ମାତ ଖୁସି ଖବର ମିଳିପାରେ। ଜୀବନସାଥିଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। 

ବିଛା: ପାରିବାରିକ ସମସ୍ୟା ଲାଗି ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଦିନଟି ଭଲ। ଜୀବନସାଥିଙ୍କ ସହ ଭ୍ରମଣ ଯୋଗ ରହିଛି।

ଧନୁ: ବନ୍ଧୁ ମିଳନ ଯୋଗ ରହିଛି। ଆଣ୍ଠୁଗଣ୍ଠି ସମସ୍ୟା ଭୋଗିପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମହିଳାମାନେ ଧର୍ମପରାୟାଣା ହେବେ।

ମକର: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ପରିବାର ସହିତ କିଛି ସମୟ ବିତାନ୍ତୁ। ମହିଳାମାନେ ଅଳଙ୍କାର କିଣାକିଣିରେ ସମୟ ଦେବେ। 

କୁମ୍ଭ: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁନି। ପିତାଙ୍କ ସ୍ବାସ୍ଥ୍ୟସମସ୍ୟା ଚିନ୍ତିତ କରିପାରେ । ଜୀବନସାଥୀଙ୍କ ପାଇଁ କୌଣସି କାର୍ଯ୍ୟ ଗଡ଼ବଡ଼ ହୋଇପାରେ। ଆଶା କରିଥିବାରୁ ଦିଗରୁ ନିରାଶ ହୋଇପାରନ୍ତି।  
 
ମୀନ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ସୁଖମୟ ହେବ। ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ। କୋର୍ଟ କଚେରୀ ମାମଲାର ଶୁଣାଣି ହୋଇପାରେ।

About The Author: Madhusudan Das