Wednesday Horoscope: ବୁଧବାର ରାଶିଫଳ (୦୭-୧୦-୨୦୨୬)

ମେଷ: ଅଚାନକ ଖୁସି ଖବର ମିଳିବ। ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ  ହେବ। ଆର୍ଥିକ ସ୍ଥିତି ମଜଭୁତ୍‌ ହେବ। ପ୍ରେମୀଯୁଗଳଙ୍କ ମତାନ୍ତର ଦୂର ହେବ। 

ବୃଷ: ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ କରିବେ। ଇଂଜିନିୟରଙ୍କ ପାଇଁ ଦିନଟି ଭଲ। କୋର୍ଟ କଚରୀ ମାମଲାର ଶୁଣାଣି ହେବ। ପଡୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ। 

ମିଥୁନ: ବାଦ ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟଙ୍କ ପାଇଁ ଦିନଟି ଭଲ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଧ୍ୟାତ୍ମିକ ପରିବେଶରେ ସମୟ ଅତିବାହିତ କରିବେ। 

କର୍କଟ: ପରିଶ୍ରମ ଅନୁସାରେ ସଫଳତା ମିଳିବ। ବୁଝି ବିଚାରି କାମ କରନ୍ତୁ। ପରିବାର ସହିତ ଖୁସିର ସମୟ ଅତିବାହିତ କରିବେ। ଜମି କାରବାରରେ ସଫଳ ହେବେ। 

ସିଂହ: କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ବ୍ୟବସାୟ ପାଇଁ ଅନୁକୂଳ ସମୟ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ। 

କନ୍ୟା: ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରନ୍ତୁନି। ଅଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଅଫିସ୍‌ ସହକର୍ମୀଙ୍କ ସହଯୋଗ ରହିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। 

ତୁଳା: ମନ ଖୁସି ରହିବ। ନୂଆ ଚାକିରି ମିଳିବା ସମ୍ଭାବନା ଅଛି। ପରିବାରରେ ଭୁଲ୍‌ବୁଝାମଣା ଦେଖା ଦେବ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।

ବିଛା: ମାନ ସମ୍ମାନ ବୃଦ୍ଧି ପାଇବ । ଉଧାର ଟଙ୍କା ଫେରି ପାଇବେ। ଯୋଗ ଏବଂ ପ୍ରାଣାୟମ କରନ୍ତୁ। ରାଜନୀତିରେ ସକ୍ରିୟ ହେବେ। ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ଆୟ ସହ ଖର୍ଚ୍ଚ ବଢ଼ିବ। 

ଧନୁ: ଚାକିରି ପାଇଁ ବିଦେଶ ଯାତ୍ରା କରିବେ। ପ୍ରିୟଜନଙ୍କ କଥା ଦୁଃଖ ଦେବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପେଟ ଜନିତ ସମସ୍ୟା ଦେଖା ଦେବ। କାର୍ଯ୍ୟରୁ ଆଶାଜନକ ଲାଭ ମିଳିବ ନାହିଁ। 

ମକର: ସମୟର ସଦୁପଯୋଗ କରିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଠକାମିର ଶିକାର ହେବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। କଳାକାର, ଡାକ୍ତରଙ୍କୁ ଶୁଭ ଖବର ମିଳିବ। 

କୁମ୍ଭ: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ତାନଙ୍କ କ୍ୟାରିୟର୍‌କୁ ନେଇ ଚିନ୍ତାରେ ରହିବେ। ବ୍ୟାଙ୍କ ଓ ଆଇଟି କ୍ଷେତ୍ରରେ ସଫଳତା ମିଳିବ। ଚିନ୍ତା ଓ ଅବସାଦରେ ରହିବେ। 

ମୀନ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ବୈବାହିକ ଜୀବନ ସୁଖମୟ ହେବ। ରାଜନେତାଙ୍କ ପାଇଁ ଦିନଟି ଭଲ।

About The Author: Madhusudan Das