Wednesday Horoscope: ବୁଧବାର ରାଶିଫଳ (୦୩-୦୬-୨୦୨୬)

ମେଷ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଶୁଭ ଖବର ମିଳିପାରେ। ଘରକୁ ଅତିଥି ଆସିପାରନ୍ତି। ରାଜନୀତିରେ ସଫଳ ହେବେ। ସନ୍ତାନଙ୍କ ଭବିଷ୍ୟତ ଲାଗି ବାପାମାଆ ଅର୍ଥ ନିବେଶ କରିବେ। 

ବୃଷ: ପରିବାର ଲୋକଙ୍କ ସହ ହସ ଖୁସିର ସମୟ ବିତାଇବେ। ପୁରୁଣା ନିବେଶରୁ ଲାଭ ମିଳିପାରେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ପ୍ରେମ ଜୀବନ ସୁଖମୟ ହେବ। 

ମିଥୁନ: ଆଜି ଦିନଟି ବ୍ୟସ୍ତତା ଭିତରେ କଟିବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ବନ୍ଧୁଙ୍କ ସହ ସାକ୍ଷାତ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାଇ-ଭାଇଙ୍କ ମଧ୍ୟରେ ବିବାଦ ଦେଖାଯାଇପାରେ। 

କର୍କଟ: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ବାଦବିବାଦରୁ ଦୂରେଇ ରହିବେ। ମାନ ସମ୍ମାନ ବୃଦ୍ଧ଄ ପାଇବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ନୂତନ ବ୍ୟବସାୟ ପାଇଁ ଅନୁକୂଳ ସମୟ। 

ସିଂହ: କାର୍ଯ୍ୟରେ ସଫଳତା ମିଳିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ଅଫିସ୍‌ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ତରିବରିଆ ଭାବେ କୌଣସି ନିଷ୍ପତ୍ତି ନେବେ ନାହିଁ। 

କନ୍ୟା: ଯୋଜନା ମୁତାବକ କାମ କରିବେ। ସାମାଜିକ  କାର୍ଯ୍ୟରେ ସାମିଲ ରହିବେ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। 

ତୁଳା: ସରକାରୀ କ୍ଷେତ୍ରରେ ଲାଭ ମିଳିବ। ଧାର କରଜ କରିବାରୁ ଦୂରେଇ ରହିବେ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଭବିଷ୍ୟତ ପାଇଁ ବଡ଼ ନିଷ୍ପତ୍ତି ନେବେ। 

ବିଛା: ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବେ। ଦୀର୍ଘ ଦିନର ଇଚ୍ଛା ପୂରଣ ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ବ୍ୟକ୍ତିଗତ କଥା ଅନ୍ୟମାନଙ୍କ ସହ ସେୟାର କରନ୍ତୁନି। 

ଧନୁ: ବ୍ୟବସାୟ ଜନିତ ସମସ୍ୟାର ସମାଧାନ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ମନ ପ୍ରସନ୍ନ ରହିବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ମକର: ଛାତ୍ରଛାତ୍ରୀ ପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ।  ଅଫିସ୍‌ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆଇଟି ଚାକିରିଆଙ୍କ ପାଇଁ ଦିନଟି ବହୁତ ଭଲ। 

କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହେବ। ମହିଳାମାନେ ଘର ପାଇଁ ନୂଆ ଜିନିଷ କିଣିବେ। ମାନ ସମ୍ମାନ ବୃଦ୍ଧି ପାଇବ। ଅଫିସ୍‌ ସହକର୍ମୀଙ୍କ ସହଯୋଗ ମିଳିପାରେ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ।

ମୀନ: ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ। 

About The Author: Madhusudan Das