ମେଷ: ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ପାରିବାରିକ ଶାନ୍ତି ବଜାଇ ରହିବ। କାର୍ଯ୍ୟରେ ଅବହେଳା କରି କଷ୍ଟ ପାଇପାରନ୍ତି। ବ୍ୟବୟାସରେ କ୍ଷତି ସହିବାକୁ ପଡ଼ିପାରେ।
ବୃଷ: ପରିବାର ବର୍ଗଙ୍କ ପୂର୍ଣ୍ଣ ସହଯୋଗ ପାଇ ଆଗକୁ ବଢ଼ିବେ। ବନ୍ଧୁବାନ୍ଧଙ୍କ ପ୍ରତି ସ୍ନେହଶ୍ରଦ୍ଧା ବୃଦ୍ଧି ପାଇବ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ଛାତ୍ରଛାତ୍ରୀ ଭ୍ରମଣପ୍ରିୟ େହବେ।
ମିଥୁନ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ। ଧାର୍ମିକ କାର୍ଯ୍ୟରେ ସମୟ କଟାଇବେ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିପାରେ।
କର୍କଟ: ଗୁରୁଜନଙ୍କ ସ୍ବସ୍ଥ୍ୟାଅବସ୍ଥା ପାଇଁ ଚିନ୍ତିତ ରହିପାରନ୍ତି। ଯାତାୟାତ ସମୟରେ ସାବଧାନ ରୁହନ୍ତୁ। ସାଙ୍ଗସାଥୀଙ୍କ ସହ ବିଚାରରେ ମତଭେଦ ଦେଖାଦେବ। ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ପୂରଣ ହେବ।
ସିଂହ: ପ୍ରିୟଜନଙ୍କ ପ୍ରତି ସମ୍ବେଦନଶୀଳ ରହିବେ। ବ୍ୟବସାୟରେ ଉନ୍ନତି ଦେଖାଦେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଭଲ ରହିବ। କର୍ମକ୍ଷେତ୍ରରେ ଧ୍ୟାନର ସହ କାର୍ଯ୍ୟ କରିବେ।
କନ୍ୟା: ପାରିବାରିକ ତିକ୍ତତା ଦେଖାଦେଇପାେର। ବିଭିନ୍ନ କ୍ଷେତ୍ରରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ପୁରୁଣା କଥାକୁ ମନେ କରି ଦୁଶ୍ଚିନ୍ତାରେ ପଡ଼ିପାରନ୍ତି। କ୍ୟାରିୟରରେ ନୂତନ ମୋଡ଼ ଦେଖାଦେବ।
ତୁଳା: ଭାଇଭଉଣୀଙ୍କ ସହଯୋଗ ପାଇବେ। ଭାବପ୍ରବଣ ହୋଇ କାର୍ଯ୍ୟ କରିପାରନ୍ତି। ଗୁରୁଜନଙ୍କ କଥା ଅମାନ୍ୟ କରି ଅସୁବିଧାରେ ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ କଟାଇବେ।
ବିଛା: ଦୀର୍ଘ ଦିନର ସମୟ ଅପେକ୍ଷାର ଅନ୍ତ ଘଟିବ। ନୂତନ ସମ୍ପର୍କ ସ୍ଥାପନ କରିବେ। କ୍ୟାରିୟର ପାଇଁ ଚିନ୍ତିତ ରହିବେ। ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବେ। ଶତ୍ରୁମାନଙ୍କ କୂଟ ଚକ୍ରାନ୍ତରେ ପଡ଼ିଯାଇପାରନ୍ତି।
ଧନୁ: ସୃଜନଶୀଳତାର ପରିଚୟ ଦେଇ ଲୋକପ୍ରିୟତା ହାସଲ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।
ମକର: ଉତ୍ସାହର ସହ ଦିନଟି କଟିବ। ଜୀବନରେ ନୂତନ ପରିବର୍ତ୍ତନ ଆସିବ। ବ୍ୟବସାୟରେ ସୁଧାର ଦେଖାଦେବ। ଦେହ ଓ ମନ ଭଲ ରହିବ। ପରିବାର ସହ ଅଧିକ ସମୟ ଅତିବାହିତ କରିବେ।
କୁମ୍ଭ: ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କ୍ୟାରିୟରରେ ସଫଳତା ହାସଲ କରିବେ। ବନ୍ଧୁବାନ୍ଧଙ୍କଠାରୁ ଆର୍ଥିକ ସହାୟତା ପାଇବେ। ପରିବାର ସହ ଧାର୍ମିକସ୍ଥଳୀକୁ ଯାଇପାରନ୍ତି।
ମୀନ: ଉତ୍ସାହ ଓ ଉନ୍ମାଦନା ସହ ଦିନଟି କଟିବ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ସକାରାତ୍ମକ ଭାବନା ସହ କାର୍ଯ୍ୟ କରନ୍ତୁ। ଆର୍ଥିକ ଉନ୍ନତି ଦେଖାଦେବ। ପୈତୃକ ସମ୍ପତ୍ତିରୁ ଭାଗ ପାଇବେ।