ମେଷ: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ମହିଳାମାନେ ଅନୁଶାସନ ଭିତରେ ରହିବେ । ଚାକିରିରେ ନିଷ୍ଠା ରହିବ । ବାଣିଜ୍ୟରେ ସଫଳତା ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-କମଳା
ବୃଷ: କର୍ମକ୍ଷେତ୍ରରେ ଅସହଯୋଗ ରହିବ। ରାଜନୀତିରେ ସମସ୍ୟା ରହିବ। । ମହିଳାମାନେ ହତାଦର ହୋଇପାରନ୍ତି|ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍
ମିଥୁନ: କର୍ମକ୍ଷେତ୍ରରେ ସୁନାମ ପାଇବେ। ପ୍ରଶାସନିକ ଓ ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟ ସମୃଦ୍ଧଦାୟକ ରହିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୨,ଶୁଭ ରଙ୍ଗ-ମେଟାଲିକ୍
କର୍କଟ: ଦିନଟିରେ ଦୃଢମନା ରହିବେ।ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ସମସ୍ୟାରୁ ମୁକ୍ତି ପାଇବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା
ସିଂହ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ ମହିଳାମାନେ ଧର୍ମ ପରାୟଣା ହେବେ । ରାଜନୀତିରେ ସମ୍ମାନ ପ୍ରାପ୍ତ ହେବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଯଶ ପାଇବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍
କନ୍ୟା: କର୍ମକ୍ଷେତ୍ରରେ ଠକାମିରେ ପଡିପାରନ୍ତି । ବନ୍ଧୁବାନ୍ଧବଙ୍କ ସହ ମନାନ୍ତର ହୋଇପାରେ | ରାଜନୀତି ପ୍ରତିକୂଳ ରହିବ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ।ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା
ତୁଳା: ଚେଷ୍ଟା କରି ସୁଫଳ ପାଇବେ। ମହିଳାମାନେ ଚିନ୍ତାରେ ରହିବେ । ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଅଧ୍ୟବସାୟୀ ହେବେ ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
ବିଛା: କର୍ମକ୍ଷେତ୍ରରେ ସମ୍ମାନ ପାଇବେ ସାଂସାରିକ ଉତ୍ତମ ବୁଝାମଣା ରହିବ। ରାଜନୀତିରେ ଚଳଚଞ୍ଚଳ ରହିବେ ବାଣିଜ୍ୟରେ ସଫଳ ହେବେ । ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବେ ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି
ଧନୁ: ସମାଜରେ ପ୍ରତିଷ୍ଠିତ ହେବେ। ଚାକିରିରେ ସହଯୋଗ ମିଳିବ। ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ
ମକର: କାର୍ଯ୍ୟ ହାନି ଓ ଅଭାବ ଦେଖାଦେବ। ମହିଳାମାନେ ହତୋତ୍ସାହ ରହିବେ। ଚାକିରିରେ ଚିନ୍ତା ରହିବ। ବାଣିଜ୍ୟରେ ବ୍ୟୟବହୁଳତା ରହିବ। ଶିକ୍ଷାର୍ଥୀ ଅସଫଳ ହେବେ ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍
କୁମ୍ଭ: କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ । କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ଚାକିରିରେ ଦାୟିତ୍ଵ ରହିବ। ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
ମୀନ: କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ପ୍ରଶାସନିକ ପ୍ରଭାବଶାଳୀ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍