ମେଷ: ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦାନ ଧର୍ମ କରନ୍ତୁ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସହଯୋଗ ମନୋଭାବ ରହିବ। ଅଚାନକ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ବୃଷ: ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଆଶା କରିଥିବା ଦିଗରୁ ଫଳ ମିଳିବ। ସେୟାର ବଜାରରେ ନିବେଶ କରିବେ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ।
ମିଥୁନ: ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଉଚ୍ଚଶିକ୍ଷା ପାଇଁ ଅନୁକୂଳ ସମୟ। କଥାବାର୍ତ୍ତାରେ ମଧୁରତା ରଖିବେ । ମାନ ଓ ସମ୍ମାନ ବୃଦ୍ଧି ପାଇବ। କୌଣସି କଥାକୁ ନେଇ ବିବ୍ରତ ହୋଇପାରନ୍ତି।
କର୍କଟ : ଦିନଟି ବ୍ୟସ୍ତତା ଭିତରେ କଟିବ। ଘରକୁ ଅତିଥି ଆଗମନ କରିବେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧ ପାଇବ। ଦାନ ଧର୍ମ କରିପାରନ୍ତି। ରାଜନେତାଙ୍କ ପାଇଁ ଦିନଟି ଭଲ। ଆୟ ଓ ବ୍ୟୟ ସମାନ ରହିବ।
ସିଂହ: ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ସ୍ଥିତି ରେ ସୁଧାର ହେବ। ପରିବାରରେ କୌଣସି ସଦସ୍ୟଙ୍କୁ ନେଇ ଚିନ୍ତାରେ ରହିପାରନ୍ତି। ଲୋକ ସମ୍ପର୍କ ବୃଦ୍ଧି ପାଇବ। ଅଫିସ୍ ସହକର୍ମୀଙ୍କ ସହଯୋଗ ରହିବ।
କନ୍ୟା: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହେବେ। ବନ୍ଧୁଙ୍କ ଦ୍ବାରା ଧନପ୍ରାପ୍ତି ଯୋଗ ରହିଛି। କୌଣସି ଶୁଭ ସମାଚାର ପାଇ ପାରନ୍ତି। ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି।
ତୁଳା: ମନ ପ୍ରସନ୍ନ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ। ମନପସନ୍ଦର କୌଣସି କାର୍ଯ୍ୟ କରିବେ। ବିବାହକୁ ନେଇ ଶୁଭ ସମାଚାର ମିଳିବ। କୋର୍ଟ କଚେରୀ ମାମଲାରୁ ବିଜୟ ହେବ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ବିଛା: ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବୈବାହିକ ଜୀବନରେ ମନୋମାଳିନ୍ୟ ଆସିବ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ନୂଆ ଯାନବାହନ କିଣିବାର ଯୋଗ ଅଛି। ଅଫିସ୍ ସହକର୍ମୀଙ୍କ ସହଯୋଗ ରହିବ।
ଧନୁ: କୌଣସି ନୂଆ କାମ ମିଳିବ। ନିବେଶ ପାଇଁ ଭଲ ସମୟ। ନୂଆ ଲୋକଙ୍କୁ ଭେଟିବାର ସୁଯୋଗ ଜୁଟିବ। କୌଣସି କାମ ପାଇଁ ପ୍ରଶଂସିତ ହେବେ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ଉଚ୍ଚ ଶିକ୍ଷା ପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିପାରନ୍ତି। ଅଚାନକ ଖୁସି ଖବର ପାଇବେ।
ମକର: ଚାକିରିରେ ବଦଳି ସମ୍ଭାବନା ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ସଫଳତା ପାଇଁ ଅଧିକ ପରିଶ୍ରମ କରିବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବିବାହ ସ୍ଥିର ହେବା ସମ୍ଭାବନା ଅଛି। ପରିବାର ସହିତ ହସଖୁସିର ସମୟ ଅତିବାହିତ କରିବେ।
କୁମ୍ଭ: ପରିବାରର ସହଯୋଗ ମିଳିବ। ଚାକରିରେ ପଦୋନ୍ନତି ସମ୍ଭାବନା ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ବିଦେଶ ଯାତ୍ରା ଯୋଗ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ ଜମି କ୍ରୟ କରିପାରନ୍ତି। ନିଜ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ପିଲାମାନେ ଖେଳମନସ୍କ ହେବେ।
ମୀନ: କୌଣସି ନୂଆ ବିଷୟ ପ୍ରତି ଆଗ୍ରହ ବଢ଼ିବ। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଦେଖାଦେବ। ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ପୈତୃତ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ। ଭାଇ ଭାଇ ମଧ୍ୟରେ ମନୋମାଳିନ୍ୟ ହୋଇପାରେ। ପୂଜାର୍ଚ୍ଚନା କରନ୍ତୁ।