Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ମେଷ: ଦିନଟିରେ ଚିନ୍ତାଗ୍ରସ୍ତ ରହିବେ। ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ନିବେଶରୁ ଦୂରେଇ ରହିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଦାନ ଧର୍ମ କରନ୍ତୁ। 

ବୃଷ: ବ୍ୟବସାୟରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ଉଧାର ଧନ ଫେରିପାଇବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ।  

ମିଥୁନ: ଧନ ଆଗମନ ଯୋଗ ଅଛି। ପରିବାର ସଦସ୍ୟଙ୍କ ସହିତ ମତାନ୍ତର ହୋଇପାରେ। ବ୍ୟବସାୟୀ ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ମନ ପ୍ରସନ୍ନ ରହିବ। 

କର୍କଟ: ଅଫିସ୍‌ କାମରେ ବ୍ୟସ୍ତ ରହିବେ। ଅତିରିକ୍ତ ଦାୟିତ୍ବ ତୁଲାଇବେ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଧାର୍ମିକ କାର୍ଯ୍ୟ ପାଇଁ ଆଗ୍ରହୀ ହେବେ। 

ସିଂହ: କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ବନ୍ଧୁଙ୍କ ସହ ବୁଲିବା ପାଇଁ ନୂଆ ଯୋଜନା କରିବେ। ଧାର କରଜରୁ ଦୂରେଇ ରହିବେ। ପୁରୁଣା ନିବେଶରୁ ଲାଭ ମିଳିବ। ମନ ଉଣା ହୋଇପାରେ। 

କନ୍ୟା: ଯାତ୍ରାରୁ ଲାଭ ମିଳିବ। ଦିନଟିରେ କର୍ମଚଞ୍ଚଳ ରହିବେ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ। ବ୍ୟବସାୟରେ ସଫଳତା ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। 

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଅଫିସ୍‌ରେ ସହକର୍ମୀଙ୍କ ସହ ବ୍ୟକ୍ତିଗତ କଥା ଆଲୋଚନା କରିବେ ନାହିଁ। ଆୟ ଅନୁସାରେ ବ୍ୟୟ ହେବ। 

ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ସମସ୍ୟାର ସମାଧାନ ହେବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ। ପାରିବାରିକ ବିବାଦରୁ ଦୂରେଇ ରହିବେ। ନୂତନ ଯାନବାହନ କ୍ରୟ କରିପାରନ୍ତି।

ଧନୁ: କାର୍ଯ୍ୟରେ ଉନ୍ନତି ଘଟିବ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ। ଇଚ୍ଛା ପୂରଣ ହେବ। ଗରିବ, ଅସହାୟଙ୍କୁ ସାହାଯ୍ୟ କରିବେ। ସନ୍ତାନଙ୍କ ସଫଳତା ପାଇଁ ଖୁସି ହେବେ। 

ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ବଦଭ୍ୟାସ ପରିତ୍ୟାଗ କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବିବାହ ପ୍ରସ୍ତାବ ସ୍ଥିର ହେବ। ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖିବେ। 

କୁମ୍ଭ: ଦୀର୍ଘ ଦିନ ସମସ୍ୟାର ସମାଧାନ ହେବ। ଅଫିସ୍‌ କାମ ସୂଚାରୁରୂପେ ତୁଲାଇବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଲେଖାଲେଖି ପ୍ରତି ରୁଚି ବଢ଼ିବ। ନିଜ ଲୋକ ଶତ୍ରୁ ସାଜି ପାରନ୍ତି। 

ମୀନ: ବନ୍ଧୁଙ୍କ ସାହାଯ୍ୟ ମିଳିବ। ଆର୍ଥିକ ମାମଲାରେ ସୁଧାର ଆସିପାରେ। ମନ୍ଦିରରେ ଦାନ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ। 

About The Author: Madhusudan Das