ମେଷ: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଅସହାୟ ଲୋକଙ୍କୁ ସାହlଯ୍ୟ କରି ଆତ୍ମସେନ୍ତୋଷ ପାଇବେ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ଦେଖାଦେଇପାରେ ।
ବୃଷ: ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ ସମାପନ କରିବେ। ଆର୍ଥିକସ୍ତର ମଜଭୁତ୍ ଥିବାରୁ ଜରୁରୀ ଉପକରଣ ସହଜରେ କ୍ରୟ କରିପାରିବେ। ଯାତ୍ରା ସମୟରେ ଦରକାରୀ କାଗଜପତ୍ରକୁ ଧ୍ୟାନରେ ରଖନ୍ତୁ।
ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବିଭିନ୍ନକ୍ଷେତ୍ରରୁ ସଫଳତା ପାଇବେ। ନୂତନ ନିଯୁକ୍ତି ଯୋଗ ରହିଛି। ଅଟକି ରହିଥିବା ଧନ ଫେରିପାଇବେ। ପୁରୁଣା ଦିନକୁ ଭୁଲି ଜୀବନରେ ଆଗକୁ ବଢ଼ିବାରେ ସମର୍ଥ ହେବେ।
କର୍କଟ: କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ। ନୂତନ ଆର୍ଥିକ ଯୋଜନାରେ ନିବେଶ କରିବାରୁ ବିରତ ରୁହନ୍ତୁ। ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ଖୁସି ହେବେ। ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ।
ସିଂହ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପାଇଥିବା ନୂତନ ସୁଯୋଗର ସଠିକ୍ ଉପଯୋଗ କରିବେ। ଆର୍ଥିକ ଲାଭ ପାଇବେ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ।
କନ୍ୟା: ଦେହ ଓ ମନ ଭଲ ରହିବ। ଗୁରୁଜନଙ୍କ ସେବା କରିବାରେ ସମୟ କଟିବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ନିଜ ଲୋକଙ୍କଠାରୁ ସହାନୁଭୂତି ପାଇବେ।
ତୁଳା: ଅନ୍ୟ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ । ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ବେତନ ବୃଦ୍ଧି ହେବାର ସୁଯୋଗ ରହିଛି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।
ବିଛା: ମାନସିକ ଅବସାଦରେ ରହିବେ। କରିଥିବା ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ। ବିଗିଡ଼ି ଯାଇଥିବା ପରିସ୍ଥିତିକୁ ଅାୟତ୍ତରେ ରଖିବା ପାଇଁ ଶାନ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ ଆଗୁଆ ରହିବେ।
ଧନୁ: ଆଜି କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। କଠିନ ପରିଶ୍ରମ କରି ସଫଳ ହେବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିଦେଶରେ ନିଯୁକ୍ତି ସୁଯୋଗ ପାଇବେ।
ମକର: ଅନୁଭବୀ ବ୍ୟକ୍ତିଙ୍କ ବିଶ୍ବାସଭାଜନ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ସମ୍ଭାବନା ରହିଛି। ବ୍ୟବସାୟରେ ନିବେଶ ଭାବିଚିନ୍ତି କରନ୍ତୁ। ସାଙ୍ଗସାଥୀଙ୍କ ସହ ଦୂରସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।
କୁମ୍ଭ: ଭବିଷ୍ୟତକୁ ନେଇ ଅଯଥା ଚିନ୍ତା କରିବେ। ପ୍ରିୟଜନଙ୍କ ସହ କଥାହେବା ସମୟରେ ସଂଯମତା ରକ୍ଷା କରନ୍ତୁ। ବ୍ୟବସାୟରେ ଲାଭବାନ୍ ହେବେ। ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ପାଇବେ।
ମୀନ: ନିରନ୍ତର ପ୍ରୟାସ କରି ସଫଳତା ହାସଲ କରିବେ। ଲକ୍ଷ୍ୟ ପୂରଣ କରିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ସୁଖକର ରହିବ। ଛାତ୍ରଛାତୀ ପରିଶ୍ରମୀ ହେବେ।