ମେଷ: ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହାୟତା ମିଳିବ। ନକାରାତ୍ମକ ଚିନ୍ତା ଦୂର ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି।
ବୃଷ: କୋର୍ଟ କଚେରୀ ମାମଲାର ଶୁଣାଣି ହୋଇପାରେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ପୁରୁଣା ନିବେଶରୁ ଲାଭ ମିଳିପାରେ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ।
ମିଥୁନ: ଲୋକ ସମ୍ପର୍କ ବୃଦ୍ଧି ପାଇବ। ଅକସ୍ମାତ ଧନ ମିଳିବ। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିପାରେ। ମନ ପ୍ରସନ୍ନ ରହିବ। ପରୋପକାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
କର୍କଟ: ଅଫିସ୍ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ରାଜନେତାଙ୍କ ପାଇଁ ଦିନଟି ଭଲ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁନି। କୌଣସି କାର୍ଯ୍ୟରେ ସମସ୍ୟା ଦେଖା ଦେବ।
ସିଂହ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ନୂତନ ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ନିଜ ଲୋକ ଶତ୍ରୁ ସାଜି ପାରନ୍ତି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
କନ୍ୟା: ଆର୍ଥିକ ଯୋଜନା ପ୍ରସ୍ତୁତ କରିବାକୁ ଅନୁକୂଳ ସମୟ। ପୁରୁଣା ନିବେଶରୁ ଲାଭ ମିଳିପାରେ। ଘରେ ପୂଜାପାଠ ଆୟୋଜନ କରିବେ। ଆୟର ନୂଆ ଅବସର ପ୍ରାପ୍ତ ହେବ।
ତୁଳା: ଆଜି ଦିନଟିରେ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। କଠିନ ପରିଶ୍ରମର ଫଳ ମିଳିବ। ପିତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ।
ବିଛା: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କିଛି କ୍ଷେତ୍ରରେ ନିବେଶ କରିବାକୁ ଯୋଜନା କରିପାରନ୍ତି। ବୈବାହିକ ଜୀବନ ସୁଖଶାନ୍ତିରେ କଟିବ। ଦାନ ଧର୍ମ କରନ୍ତୁ।
ଧନୁ: ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ। ଅପରାହ୍ନ ପରେ ଖୁସି ଖବର ମିଳିପାରେ। ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହିବ। ମଧୁର କଥାରେ ସମସ୍ତଙ୍କ ହୃଦୟ ଜିତିବେ।
ମକର: କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। କଣ୍ଠଶିଳ୍ପୀ ପ୍ରଶଂସିତ ହୋଇପାରନ୍ତି। ଦିନଟିରେ କର୍ମଚଞ୍ଚଳ ରହିବେ। ବ୍ୟବସାୟରେ ଲାଭ ମିଳିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ।
କୁମ୍ଭ: ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନିବେଶରୁ ଦୂରେଇ ରୁହନ୍ତୁ। ଘରେ ପୂଜାପାଠ ଆୟୋଜନ ହେବ। ବିବାହ ସମସ୍ୟାର ସମାଧାନ ହେବ। ଯାନବାହନ କ୍ରୟର ଯୋଗ ଅଛି।
ମୀନ: କୌଣସି କଥାକୁ ନେଇ ମନରେ ଅଶାନ୍ତି ସୃଷ୍ଟି ହେବ। ଲୋକସମ୍ପର୍କ ବଢ଼ିବ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। ରାଜନେତାଙ୍କ ପାଇଁ ଦିନଟି ଭଲ।