ମେଷ: ଦିନଟି ସୁଖସମୃଦ୍ଧି ପ୍ରାପ୍ତି ହେବ । ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ହେବ । ବାଣିଜ୍ୟରେ ଆୟବୃଦ୍ଧି ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।
ବୃଷ: କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନପ୍ରାପ୍ତି ହେବ। ରାଜନୀତିରେ ପ୍ରତିଷ୍ଠିତ ହେବେ । ମହିଳାମାନେ ରକ୍ଷଣଶୀଳା ହେବେ । ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ- ଧଳା ।
ମିଥୁନ: ପରୋପକାର କରିବାକୁ ଯାଇ ସମସ୍ୟାରେ ଛନ୍ଦି ହେବେ। ଚାକିରିରେ ପ୍ରତିକୂଳ ପରିସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।
କର୍କଟ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି । ରାଜନୀତିରେ ବିଷମ ପରିସ୍ଥିତି ରହିବ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ବାଣିଜ୍ୟରେ କ୍ଷତି ହୋଇପାରେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।
ସିଂହ: ଦିନଟି ପ୍ରସନ୍ନତା ଭିତରେ କଟିବ । ଉଭୟେ ପ୍ରେମ ଓ ଦାମ୍ପତ୍ୟ ମଧୁର ସମ୍ପର୍କ ରହିବ। ରାଜନୀତିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ-୯,ଶୁଭ ରଙ୍ଗ- ଲାଲ୍
କନ୍ୟା:କର୍ମକ୍ଷେତ୍ରରେ ସମ୍ମାନପ୍ରାପ୍ତି ହେବ। ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ । ପରିବହନ ଓ ବାଣିଜ୍ୟ ଲାଭଜ ନକ ରହିବ । ଶିକ୍ଷାର୍ଥୀ ଦୃଢ଼ମନା ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍।
ତୁଳା: କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ । ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶିକ୍ଷାର୍ଥୀ ଅସ୍ଥିରମନା ରହିବେ।ଶୁଭ ଅଙ୍କ- ୮, ଶୁଭ ରଙ୍ଗ- କଳା ।
ବିଛା: ସମ୍ମାନ ଲାଭ ଓ ମନ ପ୍ରଫୁଲ୍ଲ ରହିବ। ଆୟ ଅବ୍ୟାହତ ରହିବ। ପ୍ରଶାସନିକ । ରାଜନୀତିରେ ସୁନାମ ପାଇବେ । ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷାପ୍ରତି ଆଗ୍ରହୀ ହେବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍ ।
ଧନୁ: ବିଭିନ୍ନ କ୍ଷେତ୍ରରୁ ଆୟର ପଥ ଉନ୍ମୁକ୍ତ ରହିଛି। ଉଭୟେ ପ୍ରେମ ଓ ଦାମ୍ପତ୍ୟ ମଧୁର ସମ୍ପର୍କ ରହିବ। ବାଣିଜ୍ୟରେ ଉତ୍ତମ ଆୟ ରହିବ। ଶିକ୍ଷାର୍ଥୀ ଦୃଢ଼ମନା ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ-ସବୁଜ |
ମକର: ଦିନଟିରେ କିଛିଟା ସମସ୍ୟା ଦେଇ ଗତି କରିବେ । ଅନ୍ୟ ପାଇଁ ଅପଦସ୍ତ ହୋଇପାରନ୍ତି। ମହିଳାମାନେ ଉଦାସ ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।
କୁମ୍ଭ: ଆର୍ଥିକ ଦୁରାବସ୍ଥା ରହିବ । ଚାକିରିରେ ଶତ୍ରୁବୃଦ୍ଧି ହେବେ । ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିପାରନ୍ତି । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ ।
ମାନ: ନୂତନ କର୍ମରେ ନିଯୁକ୍ତି ଯୋଗ ମଧ୍ୟ ଜଣାଯାଏ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧିପାଇବ। ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ- କଫି ।