ମେଷ: ଦିନଟି ଅନୁକୂଳ ରହିବ। ବାପା ମାଆଙ୍କୁ ନିଜ ମନ କଥା କହିବେ। ପରିବାରରେ ଖୁସିର ପରିବେଶ ରହିବ। ଅଟକି ରହିଥବା ଅର୍ଥ ଫେରି ପାଇବେ। ନୂଆ ଯାନବାହନ କିଣିବା ଯୋଗ ଅଛି।
ବୃଷ: ନକାରାତ୍ମକ ଚିନ୍ତାଧାରା ମନରେ ଆଣନ୍ତୁ ନାହିଁ। କୌଣସି କାର୍ଯ୍ୟରେ ଭାଇର ସାହାଯ୍ୟ ମିଳିବ। କୌଣସି ଶୁଭ ଖବର ମିଳିବ। ବିଦ୍ୟାର୍ଥୀ ମନୋରଞ୍ଜନରେ ସମୟ ଅତିବାହିତ କରିବେ।
ମିଥୁନ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଅଫିସ୍ରେ ସଫଳତା ମିଳିବ। କୌଣସି ବିଶେଷ କାର୍ଯ୍ୟ ପୂରା ହେବାରୁ ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରିବେ।
କର୍କଟ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତି ହେବ। ସକାରାତ୍ମକତା ସହିତ ଆଗକୁ ବଢ଼ିବେ। ମାନ-ସମ୍ମାନ ବୃଦ୍ଧି ପାଇବ। ବିନମ୍ର ସ୍ବଭାବ ଯୋଗୁଁ ପ୍ରଶଂସିତ ହେବେ।
ସିଂହ: ନୂଆ କାର୍ଯ୍ୟ କରିବେ ଓ ଖୁସି ମିଳିବ। ମାନସିକ ଅଶାନ୍ତି ଦୂର ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ବାଦବିବାଦରୁ ଦୂରେଇ ରହିବେ। ସମ୍ପର୍କୀୟ ଘରକୁ ଆସିବେ। ଘରେ ଖୁସିର ପରିବେଶ ରହିବ।
କନ୍ୟା: ଦିନଟି ଲାଭଜନକ ରହିବ। ଜମି ସମ୍ବନ୍ଧିତ ନେଣଦେଣ କରିବେ। ପରିବାର ସହିତ ମନୋରଞ୍ଜନ ଭିତ୍ତିକ ଯାତ୍ରା କରିବେ। ବିଦ୍ୟାର୍ଥୀ ପଢ଼ାରେ ଅସୁବିଧାର ସମ୍ମୁଖୀନ ହେବେ।
ତୁଳା: ଦିନଟି ବାପାମାଆଙ୍କ ସେବାରେ ଅତିବାହିତ ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବେ। ବ୍ୟବହାରରେ ସଂଯମତା ରକ୍ଷା କରିବେ। କୌଣସି ବଡ଼ ଖୁସି ଖବର ମିଳିବ।
ବିଛା: ଦିନଟି ହସଖୁସିରେ ବିତିବ। ଅଫିସ୍ରେ ପଦୋନ୍ନତିର ଆଶଙ୍କା ଅଛି। ଜମିବାଡ଼ି ସମସ୍ୟାର ସମାଧାନ ହେବ। ଅସହାୟଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିବ। ବନ୍ଧୁଙ୍କ ସହିତ ବୁଲିବାକୁ ଯିବେ।
ଧନୁ: ପରିବାର ଲୋକଙ୍କ ସହିତ ବୁଲାବୁଲି କରିବେ। କୌଣସି ଜରୁରି କାମ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖା ଦେବ।
ମକର: ବ୍ୟବହାରରେ ସୁଧାର ଆଣିବାର ଆବଶ୍ୟକତା ଅଛି। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବ୍ୟାୟାମ ଓ ଖାଦ୍ୟପାନୀୟ ଉପରେ ଧ୍ୟାନ ଦିଅନ୍ତୁ। କିଛି ଲୋକ ସାହାଯ୍ୟର ଆଶା ରଖିବେ ।
କୁମ୍ଭ: କାର୍ଯ୍ୟାଳୟରେ ଉନ୍ନତି ପରିଲକ୍ଷିତ ହେବ। କୌଣସି ପରିସ୍ଥିତିରେ ବିଚଳିତ ନ ହୋଇ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଗୁରୁଜନଙ୍କ ମାର୍ଗଦର୍ଶନରେ ଆଗକୁ ବଢ଼ିବେ।
ମୀନ: ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ।