ମଙ୍ଗଳବାର ରାଶିଫଳ (୧୭-୧୦-୨୦୨୩)

ମେଷ: ଅନେକ ଚେଷ୍ଟା କରି ସଫଳ ହେବେ। କଳାକାରଙ୍କୁ ନୂତନ ସୁଯୋଗ ମିଳିପାରେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟୀଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି। ମହିଳାମାନଙ୍କୁ ଦାୟିତ୍ବ ମିଳିବ। ବୃଷ: ଅଧିକ ସମୟ ପରିବାର ଗହଣରେ କାଟିବେ। ଅଧୁରା କାମ ପୂରା ହେବ। ଖେଳାଳିମାନେ ନିଜର ଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଆର୍ଥିକ ସହାୟତା ମିଳିବ। ପୂଜାର୍ଚ୍ଚନାରେ ସମୟ ବିତାଇବେ। ମିଥୁନ: ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ନୂଆ ମାନସମ୍ମାନ […]

ମେଷ: ଅନେକ ଚେଷ୍ଟା କରି ସଫଳ ହେବେ। କଳାକାରଙ୍କୁ ନୂତନ ସୁଯୋଗ ମିଳିପାରେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟୀଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି। ମହିଳାମାନଙ୍କୁ ଦାୟିତ୍ବ ମିଳିବ।

ବୃଷ: ଅଧିକ ସମୟ ପରିବାର ଗହଣରେ କାଟିବେ। ଅଧୁରା କାମ ପୂରା ହେବ। ଖେଳାଳିମାନେ ନିଜର ଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଆର୍ଥିକ ସହାୟତା ମିଳିବ। ପୂଜାର୍ଚ୍ଚନାରେ ସମୟ ବିତାଇବେ।

ମିଥୁନ: ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ନୂଆ ମାନସମ୍ମାନ ପାଇବେ। ମହିଳାମାନଙ୍କ ପାଇଁ ଦିନଟି ଭଲ। ପ୍ରେମିକପ୍ରେମିକା ବାହାରକୁ ବୁଲି ଯାଇପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅବହେଳା କରିପାରନ୍ତି।

କର୍କଟ: ଆଶା କରିଥିବା କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଦୂରସ୍ଥାନକୁ ଯାତ୍ରା କରୁଥିଲେ ସତର୍କ ରହୁନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖେଳ ପ୍ରତି ପିଲାଙ୍କ ରୁଚି ବଢ଼ିବ।

ସିଂହ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ମହିଳାମାନେ ଅତ୍ୟଧିକ ଚିନ୍ତା କରି କଷ୍ଟ ପାଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତିତ୍ବ ହାସଲ କରିବେ।

କନ୍ୟା: ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଉଚ୍ଚ ଶିକ୍ଷାପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିପାରନ୍ତି। ଗୁରୁଜନଙ୍କ ପରାମର୍ଶରେ ଆଗକୁ ବଢ଼ିବେ।

ତୁଳା: ପରିବାରବର୍ଗଙ୍କ ସହଯୋଗ ପାଇବେ। ବେପାର ବୃଦ୍ଧି ପାଇବ। ନୂତନ ନିବେଶ ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ ପ୍ରଦର୍ଶନରେ ଉଚ୍ଚାଧିକାରୀ ଖୁସି ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବେ ।

ବିଛା: ସବୁ ମନୋକାମନା ପୂରଣ ହେବ। ବିବାହ ପ୍ରସ୍ତାବ ଆସିପାରେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। କର୍ମସ୍ଥଳୀରେ ଅବହେଳିତ ହୋଇପାରନ୍ତି। ବ୍ୟବସାୟିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ଧନୁ: ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ମାନସମ୍ମାନ ବୃଦ୍ଧି ପାଇବ। କାହାକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳାଫଳ କରିବେ।

ମକର: ନୂଆ କାମ ପାଇଁ ବିଚାର କରିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର ବିଚାରକୁ ଉପସ୍ଥାପନା କରିବେ। ଆୟ ବୃଦ୍ଧି ହେବ। ବ୍ୟବସାୟ କାମରେ ବିଘ୍ନ ଘଟିପାରେ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ।

କୁମ୍ଭ: ନୂତନ ବ୍ୟବସାୟ ଆରମ୍ଭ କରିବେ। ଗୁରୁଜନଙ୍କ ପରାମର୍ଶରେ କାର୍ଯ୍ୟ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାର ସହିତ ସୁଖଦ ସମୟ କାଟିବେ। ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟସ୍ଥଳରେ ଧ୍ୟାନ ଦିଅନ୍ତୁ।

ମୀନ: କାର୍ଯ୍ୟକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ନୂତନ ନିବେଶ କରି ଲାଭବାନ ହେବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ରହିବ। ବାଣିଜ୍ୟରେ ଉନ୍ନତି ପାଇଁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

About The Author: The Sakala