Tuesday Horoscope: ମଙ୍ଗଳବାର ରାଶିଫଳ (୧୪-୦୭-୨୦୨୬)

ମେଷ: ଯୋଜନା ମୁତାବକ କାମ କରିବେ। କ୍ୟାରିୟରକୁ ନେଇ ଆଗକୁ ବଢ଼ିବେ। ଅଫିସ୍‌ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। 

ବୃଷ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଦୀର୍ଘ ଦିନର ଆଶା ପୂରଣ ହେବ। ପରିବାରର ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। 

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିବାକୁ ପଡ଼ିପାରେ। ଧୈର୍ଯ୍ୟ ରଖି ଚାଲିବେ।  ବ୍ୟବସାୟରେ ଲାଭ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଉଧାର ଦେଇଥିବା ଟଙ୍କା ଫେରିପାଇବେ। 

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଲାଗି ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। 

ସିଂହ: କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। କାର୍ଯ୍ୟରେ ସଫଳତା ମିଳିପାରେ। ଦିନଟି ବ୍ୟସ୍ତତା ଭିତରେ କଟିବ। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।

କନ୍ୟା: ସହକର୍ମୀଙ୍କ ସହ ଉତ୍ତମ ବୁଝାମଣା ରହିବ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଅତିଥି ସତ୍କାର କରିବେ। ଆଣ୍ଠୁଗଣ୍ଠି ସମସ୍ୟା ହୋଇପାରେ। 

ତୁଳା: ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ପୁରୁଣା ନିବେଶରୁ ଲାଭ ମିଳିପାରେ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି।  

ବିଛା: କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ପୈତୃକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ବିବାଦ ଦେଖାଦେବ। 

ଧନୁ: ଜୀବନସାଥୀଙ୍କଠାରୁ ଉପହାର ମିଳିପାରେ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ। 

ମକର: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟକୁ ଆଗକୁ ନେବା ଲାଗି ନୂଆ ଯୋଜନା କରିବେ। କଣ୍ଠଶିଳ୍ପୀଙ୍କ ପାଇଁ ଦିନଟି ଭଲ। ବ୍ୟକ୍ତିଗତ କଥା ଅନ୍ୟମାନଙ୍କ ସହ ସେୟାର କରନ୍ତୁନି। 

କୁମ୍ଭ: ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଅବିବାହିତଙ୍କ ପାଇଁ  ବିବାହ ପ୍ରସ୍ତାବ ଆସିପାରେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିପାରନ୍ତି। ଦାନ ଧର୍ମ କରିବେ। 

ମୀନ: ଚାକିରିରେ ନୂଆ ସୁଯୋଗ ଜୁଟିପାରେ। ଆଣ୍ଠୁଗଣ୍ଠି ସମସ୍ୟା ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।  ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ। ସକାରାତ୍ମକ ଚିନ୍ତାଧାରା  ନେଇ ଆଗକୁ ବଢ଼ିବେ। 

About The Author: Madhusudan Das