Tuesday Horoscope: ମଙ୍ଗଳବାର ରାଶିଫଳ ( ୧୪-୦୪-୨୦୨୬ )

ମେଷ: ଦୀର୍ଘ ଦିନର ଆଶା ପୂରଣ ହେବ। ଆର୍ଥିକ ସ୍ଥିତି ବିଗିଡ଼ିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁରୁଣା ନିବେଶରୁ ଲାଭ ମିଳିପାରେ। ନୂଆ ଯାନ କିଣିବା ଯୋଗ ଅଛି। 

ବୃଷ: ରାଜନେତାଙ୍କ ପାଇଁ ଦିନଟି ଭଲ। ଧନ ମିଳିପାରେ। ପରିବାର ସଦସ୍ୟଙ୍କ ସହିତ ଖୁସି ସମୟ ଅତିବାହିତ କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। 

ମିଥୁନ: ମନୋରଞ୍ଜନରେ ସମୟ ଅତିବାହିତ କରିବେ। ଧୈର୍ଯ୍ୟ ରଖି କାମ କରନ୍ତୁ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। 

କର୍କଟ: ଦୀର୍ଘ ଦିନର ଆଶା ପୂରଣ ହେବ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ମାନସିକ ଶାନ୍ତି  ମିଳିବ। ବାପାମାଆଙ୍କ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ। 

ସିଂହ: ଯାତ୍ରା ସମୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ପେଟ ଜନିତ ସମସ୍ୟା ଦେଖା ଦେଇପାରେ। ଉଧାର ଟଙ୍କା ଫେରି ପାଇବେ। କୋର୍ଟ କଚେରୀ ମାମଲାରୁ ଦୂରେଇ ରହିବା ଭଲ। 

କନ୍ୟା: ଅତ୍ୟଧିକ ଚିନ୍ତାରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବେ। ବହୁ ଦିନର ଆଶା ପୂରଣ ହେବ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। 

ତୁଳା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥା ଖର୍ଚ୍ଚ ବଢ଼ିପାରେ। ନିଜ  ଲୋକ ଶତ୍ରୁ ସାଜି ପାରନ୍ତି। ମାନସିକ ଚିନ୍ତା ବଢ଼ିପାରେ। ଗୁରୁତ୍ବପୂର୍ଣ୍ଣ ଖବର ପ୍ରାପ୍ତ ହେବ। ଧାର୍ମିକ କାର୍ଯରେ ଯୋଗ ଦେବେ। 

ବିଛା: ବୈବାହିକ ଜୀବନ ସୁଖମୟ ହେବ। ବିଦେଶ ଯାତ୍ରା କରିପାରନ୍ତି।  ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ। 

ଧନୁ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ।  ଗୁରୁଜନମାନଙ୍କୁ ମାପିଚୁପି କଥା କୁହନ୍ତୁ। ବୈବାହିକ ଜୀବନ ସୁଖମୟ ହେବ। ଆଇନଜୀବୀଙ୍କୁ ସଫଳତା ମିଳିବ। 

ମକର: ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଚାକିରିଆଙ୍କୁ ନୂତନ ନିଯୁକ୍ତି ମିଳିବ। ସନ୍ତାନ ସୁଖ ପ୍ରାପ୍ତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆୟ ଓ ବ୍ୟୟ ସମାନ ରହିବ। 

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତଯୋଗ ରହିଛି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଚିନ୍ତାଗ୍ରସ୍ତ ରହିବେ। ଜୀବନସାଥୀଙ୍କୁ ମନ କଥା କହିବେ। 

ମୀନ: ବୈବାହିକ ଜୀବନ ସୁଖମୟ ହେବ। ବନ୍ଧୁଙ୍କ ସାହାଯ୍ୟ ମିଳିପାରେ। କଳା ଓ ସାହିତ୍ୟ  କ୍ଷେତ୍ରରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଦାନ ଧର୍ମ କରନ୍ତୁ।

About The Author: Madhusudan Das