ମେଷ: ଜିଦିଆ ସ୍ବଭାବ ପାଇଁ କଷ୍ଟ ପାଇପାରନ୍ତି। ଉଚ୍ଚଅଧିକାରୀଙ୍କଠାରୁ ସଫଳତାର ସୂତ୍ର ପାଇପାରନ୍ତି। କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଧୈର୍ଯ୍ୟର ସହ କାର୍ଯ୍ୟ କରିବେ।
ବୃଷ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ପଦୋନ୍ନତିର ସୁଯୋଗ ରହିଛି। ବୈବାହିକ ଜୀବନରେ ଦେଖାଯାଉଥିବା ତିକ୍ତତା ଦୂର ହୋଇପାରେ । ଧାର୍ମିକ କାର୍ଯ୍ୟରେ ସମୟ କଟାଇବେ।
ମିଥୁନ: ପରିବାରରେ ମତଭେଦ ଦେଖାଦେବ। ଭାଇଭଉଣୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ନୂତନ ବ୍ୟବସାୟ କରିବାର ଯୋଗ ରହିଛି। ଆୟ ଓ ପ୍ରତିଷ୍ଠାରେ ବୃଦ୍ଧି ପାଇବ।
କର୍କଟ: ଦୀର୍ଘଦିନର ସ୍ବପ୍ନ ବାସ୍ତବତାର ରୂପ ନେବ। ସମୟର ସଦୁପଯୋଗ କରି ସଫଳତା ପାଇବେ। ଶତ୍ରୁମାନଙ୍କ କୂଟଚକ୍ରାନ୍ତରେ ଫସି ଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ ନିବିଡ଼ତା ବୃଦ୍ଧି ପାଇବ।
ସିଂହ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ପ୍ରଶଂସାର ଭାଗୀଦାରି ହେବେ। ସନ୍ତାନସନ୍ତତିଙ୍କ ପ୍ରତି ସମ୍ବେଦନଶୀଳ ରହିବେ। ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।
କନ୍ୟା: ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଜୀବନରେ ଉନ୍ନତି ପାଇଁ ନୂତମ ମାର୍ଗ ପାଇବେ।
ତୁଳା: ସକାରାତ୍ମକ ଚିନ୍ତାଧାରା ରଖି ଆଗକୁ ବଢ଼ିବେ। ପ୍ରିୟଜନଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି। କର୍ମକ୍ଷେତ୍ରରେ ନିଜ ସୃଜନଶୀଳତା ଦେଖାଇବେ। ଦରକାରୀ ଜିନିଷକୁ ଦାୟିତ୍ବର ସହ ରଖନ୍ତୁ।
ବିଛା: ପରିବାରବର୍ଗଙ୍କ ସହ ଅଧିକ ସମୟ କଟାଇବେ। କୌଣସି ଉଦାରମନା ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ଜୀବନସାଥୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ସମୟ କଟିବ।
ଧନୁ: ଅକସ୍ମାତ୍ ଧନଲାଭର ଯୋଗ ରହିଛି। କର୍ମକ୍ଷେତ୍ରରେ ସଫଳତା ପାଇଁ କଠିନ ପରିଶ୍ରମ କରିବେ। ବନ୍ଧୁବାନ୍ଧବଙ୍କ ସହଯୋଗ କ୍ରମେ ସମସ୍ୟାର ସମାଧାନ ହେବ।
ମକର: ପରିବାରରେ କୌଣସି ଛୋଟ କଥା ବଡ଼ ରୂପ ନେଇପାରେ। ନିବେଶ କରିବାରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାଇପାରନ୍ତି। କୌଣସି ଖାସ୍ ବ୍ୟକ୍ତିଙ୍କ ସହ ସମ୍ପର୍କରେ ସୁଧାର ଆସିବ।
କୁମ୍ଭ: କୌଣସି ଶୁଭ ସମାଚାର ପାଇପାରନ୍ତି। କର୍ମକ୍ଷେତ୍ରରେ ଧ୍ୟାନର ସହ କାର୍ଯ୍ୟ କରନ୍ତୁ। ମହିଳାମାନେ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ଅର୍ଥ ସମ୍ବନ୍ଧୀୟ କାରବାରରୁ ଦୂରେଇ ରୁହନ୍ତୁ।
ମୀନ: କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ମହିଳାମାନଙ୍କର ଅାତ୍ମବିଶ୍ବାସ ବୃଦ୍ଧି ପାଇବ। ଧାର୍ମିକ ମନୋବୃତ୍ତି ରଖି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ।