ମେଷ: ମନ ପ୍ରସନ୍ନ ରହିବ। ଦୀର୍ଘଦିନରୁ ଅଟକିଥିବା କାମ ପୂରା ହେବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।
ବୃଷ: ନୂତନ କାମ ଆରମ୍ଭ କରିବାକୁ ଭଲ ସମୟ। କୋର୍ଟ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ଭାବିଚିନ୍ତି କାମ କରନ୍ତୁ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।
ମିଥୁନ: ଯାନବାହାନ କିଣିବା ଯୋଗ ଅଛି। ପରିବାରକୁ ସମୟ ଦେବେ। ବ୍ୟବସାୟରେ କମ୍ ନିବେଶ କରି ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଆୟ ଓ ବ୍ୟୟ ସମାନ ରହିବ।
କର୍କଟ: ଦିନଟି ମିଶ୍ରିତଫଳ ପ୍ରଦାନ କରିବ। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିବ। ବ୍ୟବସାୟ ଆରମ୍ଭ କରିବା ପାଇଁ ଅଧିକ ଅର୍ଥର ଆବଶ୍ୟକ ହେବ। ବନ୍ଧୁଙ୍କ ସହଯୋଗ ମିଳିପାରେ।
ସିଂହ: ପାରିବାରିକ ବ୍ୟବସାୟକୁ ଆଗକୁ ନେବେ। ସମ୍ମାନ ହାନି ହୋଇପାରେ। ଚାଷ କ୍ଷେତ୍ରରେ ଲାଭ ମିଳିବ। ଘରେ ପୂଜାପାଠ ଆୟୋଜନ କରିବେ। ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନଶୀଳ ହୁଅନ୍ତୁ।
କନ୍ୟା: ଅଚାନକ ଖୁସି ଖବର ପାଇପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ବିଦେଶ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖାଦେବ।
ତୁଳା: ସମାଜସେବା ପ୍ରତି ଆଗ୍ରହ ବଢ଼ିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ। ଅଫିସ୍ରେ କାର୍ଯ୍ୟଭାର ବଢ଼ିବ। ସମସ୍ତ କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ।
ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବିବାହ ସମସ୍ୟା ସମାଧାନ ହେବ। ଘରେ ପୂଜାପାଠ, ଭଜନକୀର୍ତ୍ତନ ଆୟୋଜନ କରିବେ। ଆଳସ୍ୟ ଅନୁଭବ କରିପାରନ୍ତି। ପ୍ରେମରେ ବିଫଳ ହୋଇପାରନ୍ତି।
ଧନୁ: ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିବେ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି।
ମକର: କର୍ମତତ୍ପର ରହିବେ। ଆଧ୍ୟାତ୍ମିକ ଦିଗରୁ ଦିନଟି ଭଲ। କର୍ମକ୍ଷେତ୍ରରେ କାମ ଚାପ ରହିବ। ଛାତ୍ରଛାତ୍ରୀମାନେ ନୂଆ ବିଷୟ ପାଇଁ ଆଗ୍ରହ ପ୍ରକାଶ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କୁମ୍ଭ: ବ୍ୟବସାୟରୁ ଆଶାଜନକ ଲାଭ ମିଳିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଭବିଷ୍ୟତ ପାଇଁ ଚିନ୍ତା ବଢ଼ିବ। ନୂଆ ଯୋଜନା କରିପାରନ୍ତି। ବିଦ୍ୟାର୍ଥୀମାନେ ଖେଳକୁଦରେ ସମୟ ବିତାଇବେ।
ମୀନ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପଢ଼ା ପାଇଁ ଅର୍ଥ ନିବେଶ କରିବେ। ଧାର କରଜରୁ ଦୂରେଇ ରହିବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ।