ମଙ୍ଗଳବାର ରାଶିଫଳ ( ୦୮-୦୪-୨୦୨୫ )

ମେଷ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବ୍ୟବସାୟ ଆଗକୁ ବଢ଼ାଇ ପାରନ୍ତି। ସ୍ବାସ୍ଥ୍ୟରେ ସୁଧାର ଆସିବ। ଧନପ୍ରାପ୍ତି ଯୋଗ ଅଛି। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। ବୃଷ: ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଆଶାରୁ ଅଧିକ ସଫଳତା ଲାଭ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ। ମିଥୁନ: ଅଟକି ରହିଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ […]

ମେଷ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବ୍ୟବସାୟ ଆଗକୁ ବଢ଼ାଇ ପାରନ୍ତି। ସ୍ବାସ୍ଥ୍ୟରେ ସୁଧାର ଆସିବ। ଧନପ୍ରାପ୍ତି ଯୋଗ ଅଛି। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।

ବୃଷ: ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଆଶାରୁ ଅଧିକ ସଫଳତା ଲାଭ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତୁ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।

କର୍କଟ: ନିବେଶ କରିବାକୁ ବର୍ତ୍ତମାନ ଭଲ ସମୟ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ପୁରୁଣା କଥାକୁ ମନେ ପକାଇ କଷ୍ଟ ପାଇପାରନ୍ତି।

ସିଂହ: ଚିନ୍ତା ଦୂର ହେବ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ। ଅଫିସ୍‌ରେ ସହକର୍ମୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।

କନ୍ୟା: ଅଟକି ଥିବା ଅର୍ଥ ଫେରିପାଇବେ। ନିଜ ପାଇଁ ସମୟ ବାହାର କରିବେ। ଗୁରୁଜନଙ୍କ ଆଶିର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ।

ତୁଳା: ବାଦ ବିବାଦରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ସହଯୋଗ ମିଳିବ। ନିବେଶରୁ ଲାଭବାନ ହେବେ। ଉଚ୍ଚଶିକ୍ଷା ପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଛା: ନୂତନ ବ୍ୟବସାୟ ପାଇଁ ମନ ବଳାଇବେ। ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହେବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ଧନୁ: ଦିନଟି ହସଖୁସିରେ ଅତିବାହିତ ହେବ। ଶାରୀରିକ ପୀଡ଼ା ଅନୁଭବ କରିବେ। ସୃଜନାତ୍ମକ କାମ ପ୍ରତି ରୁଚି ବଢ଼ିବ। ଅବିବାହିତଙ୍କ ବିବାହରେ ସମସ୍ୟା ଉପୁଜିପାରେ। ପରିଶ୍ରମର ଫଳ ମିଳିବ।

ମକର: ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀ ଖେଳକୁଦରେ ସୁନାମ ଅର୍ଜନ କରିବେ। ବ୍ୟକ୍ତିଗତ କଥା କାହା ଆଗେ ସେୟାର କରନ୍ତୁନି।

କୁମ୍ଭ: କର୍ମ ଚଞ୍ଚଳ ହେବେ। ଯାନବାହନ କିଣିବା ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଅଫିସ୍‌ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ରାଜନୀତିରେ ଯୋଗ ଦେବେ। ନୂତନ ଚାକିରି ପାଇଁ ମନ ବଳାଇବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଚିନ୍ତା କରିବେ। ମହିଳାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ।

About The Author: The Sakala