ଗୁରୁବାର ରାଶିଫଳ ( ୦୬ – ୦୭ – ୨୦୨୩ )

ମେଷ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ। ଜମି ବିବାଦ ଦେଖାଦେଇପାରେ। ବ୍ୟବସାୟରେ ଅର୍ଥ ନେଣ-ଦେଣ କରୁଥିଲେ, ବୁଝିବିଚାରି କାମ କରନ୍ତୁ। ବୃଷ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଆଜି ଭଲ ସମୟ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ, ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ମିଥୁନ: ବ୍ୟକ୍ତିଗତ ଜୀବନରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସାମାଜିକ ଏବଂ ଧାର୍ମିକ […]

ମେଷ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ। ଜମି ବିବାଦ ଦେଖାଦେଇପାରେ। ବ୍ୟବସାୟରେ ଅର୍ଥ ନେଣ-ଦେଣ କରୁଥିଲେ, ବୁଝିବିଚାରି କାମ କରନ୍ତୁ।

ବୃଷ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଆଜି ଭଲ ସମୟ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ, ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।

ମିଥୁନ: ବ୍ୟକ୍ତିଗତ ଜୀବନରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରେମ ସମ୍ପର୍କରେ ପ୍ରତାରିତ ହୋଇପାରନ୍ତି।

କର୍କଟ: ସକାରାତ୍ମକ ଓ ସକ୍ରିୟ ରହିବା ଦ୍ବାରା ଯୋଜନା ମୁତାବକ କାମ ହେବ। ରାଜନୀତି ଚର୍ଚ୍ଚାରେ ଦିନ ବିତିବ। ନୂତନ ନିଷ୍ପତ୍ତି ନେବା ପାଇଁ ବର୍ତ୍ତମାନ ଅନୁକୂଳ ସମୟ ନୁହେଁ। ଆଣ୍ଠୁଗଣ୍ଠି ସମସ୍ୟା ଭୋଗିପାରନ୍ତି।

ସିଂହ: ଅଟକି ରହିଥିବା କାର୍ଯ୍ୟ ପୂରା ହେବା ଯୋଗୁଁ ମାନସିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ରହିବ। ଘରେ ଶାନ୍ତି ମାହୋଲ ରହିବ। ଯୁବପିଢ଼ି ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ।

କନ୍ୟା: ଖୁସି ଖବର ପାଇପାରନ୍ତି। ପରିବାର ଲୋକଙ୍କ ସହ ଦୂରସ୍ଥାନର ଯାତ୍ରା କରିବାକୁ ପଡ଼ିବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ।

ତୁଳା: ଅଟକି ଥିବା କାର୍ଯ୍ୟ ଆଗେଇ ନେବା ପାଇଁ ଭଲ ସମୟ। ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ଉଧାର ଦେଇପାରନ୍ତି।

ବିଛା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧାର ଦେଇଥିବା ଟଙ୍କା ଫେରିପାଇବାରେ ସମସ୍ୟା ଉପୁଜିବ। ଗୁରୁଜନଙ୍କ ପରାମର୍ଶରେ କାମ କରନ୍ତୁ। ବିପରୀତ ପରିସ୍ଥିତିରେ ଅଧୈର୍ଯ୍ୟ ହୋଇପଡ଼ନ୍ତୁନି।

ଧନୁ: ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ପ୍ରମୁଖ ବ୍ୟକ୍ତିଙ୍କ ସହଯୋଗରେ ବିଶେଷ କାର୍ଯ୍ୟ ପୂରା କରିବେ। ଶାରୀରିକ କମ୍‌ଜୋର ଅନୁଭବ କରିପାରନ୍ତି।

ମକର: ଆର୍ଥିକ ସମସ୍ୟା ରହିବନି। ଜମି କିମ୍ବା ନୂତନ ଯାନବାହନ କ୍ରୟ କରିପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଅତିଥି ଚର୍ଚ୍ଚାରେ ସମୟ ବିତାଇବେ। ଅଫିସ୍‌ରେ କାମ ଚାପ ବଢ଼ିବ।

କୁମ୍ଭ: ପାରିବାରିକ ମାମଲାରେ ଅଧକ ଚିନ୍ତିତ ହୁଅନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ ହେବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ହେବା ଅନୁଚିତ। ମୁଣ୍ଡବିନ୍ଧା ସମସ୍ୟା ହେବ। ଗୃହିଣୀଙ୍କ ଦାୟିତ୍ବ ବଢ଼ିବ।

ମୀନ: ଧାର୍ମିକ କର୍ମରେ ରୁଚି ବଢ଼ିବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ମାର୍କେଟିଂ ସହିତ ଜଡ଼ିତ ବ୍ୟକ୍ତିଙ୍କ ଟାର୍ଗେଟ୍‌ ପୂରା ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ।

About The Author: The Sakala