Thursday Horoscope: ଗୁରୁବାର ରାଶିଫଳ (୦୯-୦୭-୨୦୨୬)

ମେଷ: ଆଜି ଦିନଟି ଶୁଭଫଳ ପ୍ରଦାନ କରିପାରେ। ଚାକିରିରେ ପରିବର୍ତ୍ତନ ହେବ। ରାଜନୀତିରେ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିପାରେ। 

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ପ୍ରେମ ଜୀବନ ସୁଖମୟ ହେବ। 

ମିଥୁନ: ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସ୍ବାସ୍ଥ୍ୟରେ ସୁଧାର ଆସିବ। ଅଧିକ ପରିଶ୍ରମ କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ।  ଦାନ ଧର୍ମ କରିବେ। 

କର୍କଟ: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଉଧାର ଧନ ଫେରିପାଇବେ। ଚାକିରିରେ ନୂଆ ସୁଯୋଗ ଜୁଟିପାରେ। ମାନସିକ ଶାନ୍ତି ପାଇଁ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। 

ସିଂହ: କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ପୁରୁଣା ନିବେଶରୁ ଲାଭ ମିଳିବ। କାର୍ଯ୍ୟରେ ସଫଳତା ମିଳିପାରେ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ତରିବରିଆ ଭାବେ କୌଣସି ନିଷ୍ପତ୍ତି ନେବେ ନାହିଁ। 

କନ୍ୟା: ଘର ସାଜସଜ୍ଜାରେ ଅଧିକ ଖର୍ଚ୍ଚାନ୍ତ ହେବେ। ପଡ଼ୋଶୀଙ୍କ ସହ ମତାନ୍ତର ଦୂର ହେବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିପାରେ। ମହିଳାମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ରହିପାରନ୍ତି। 

ତୁଳା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଭବିଷ୍ୟତ ପାଇଁ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ। 

ବିଛା: ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରା କରିବେ। ଇଚ୍ଛା ପୂରଣ ହେବ। ଦାମ୍ପତ୍ୟ ଜୀବନ ଖୁସିରେ ବିତିବ। ବନ୍ଧୁ ମିଳନ ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। 

ଧନୁ: ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ଅଫିସ୍‌ ସହକର୍ମୀଙ୍କ ସହଯୋଗ ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ମନ ଚଞ୍ଚଳ ରହିବ।

ମକର: ବିଦେଶ ଯାତ୍ରା ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେବ। ଧୈର୍ଯ୍ୟ ରଖି ଚାଲିବେ।  ପରିଶ୍ରମର ଫଳ ମିଳିବ। ସାମାଜିକ କାର୍ଯ୍ୟକ୍ରମରେ ସାମିଲ ରହିପାରନ୍ତି। 

କୁମ୍ଭ: ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ମିଳିବ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ନିଜ ଲୋକ ଶତ୍ରୁ ସାଜିପାରନ୍ତି। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁନି।  

ମୀନ: ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ। ବ୍ୟବସାୟରେ ଲାଭ ମିଳିବ। 

About The Author: Madhusudan Das