ମେଷ: ଆୟ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସାମାଜିକ କାର୍ଯ୍ୟ ପାଇଁ ସମୟ ବାହାର କରିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ବୃଷ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି। ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ବ୍ୟବସାୟକୁ ନେଇ ଚିନ୍ତାରେ ରହିବେ। ପ୍ରିୟଜନଙ୍କ କଥାକୁ ବିଶ୍ବାସ କରିବେ ନାହିଁ।
ମିଥୁନ: ବ୍ୟବହାରରେ ସଂଯମତା ରକ୍ଷା କରିବେ। କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ଧାର୍ମିକ କାର୍ଯ୍ୟରେ ମନ ଦେବେ। ବ୍ୟବସାୟରୁ କ୍ଷତି ସହିପାରନ୍ତି।
କର୍କଟ: ମନ ପ୍ରସନ୍ନ ରହିବ। ପାରିବାରିକ ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ। ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ନିଜ କାମକୁ ଗୁରୁତ୍ବ ଦିଅନ୍ତୁ। ଅତିଥି ସତ୍କାର କରିପାରନ୍ତି।
ସିଂହ: ବନ୍ଧୁଙ୍କ ସାହାଯ୍ୟରେ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ। ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି।
କନ୍ୟା: ଆୟଠୁ ଅଧିକ ବ୍ୟୟ କରିବେ। ବରିଷ୍ଠ ଅଧିକାରୀଙ୍କ ପରାମର୍ଶରେ କାମରେ ଆଗକୁ ବଢ଼ିବେ। ନୂଆ କାମ ଆରମ୍ଭ କରିବେ। ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ।
ତୁଳା: ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। ବ୍ୟବସାୟରେ ଲାଭ ମିଳିବ। ପ୍ରତିଯୋଗିତା ମନୋଭାବ ନେଇ ବିଦ୍ୟାର୍ଥୀ ଆଗକୁ ବଢ଼ିବେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ।
ବିଛା: ଉଧାର ଦେଇଥିବା ଟଙ୍କା ଫେରି ପାଇବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ମାନ ସମ୍ମାନ ବୃଦ୍ଧ ପାଇବ। ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ କ୍ଷତି ସହି ପାରନ୍ତି ।
ଧନୁ: ସାମାଜିକ କାର୍ଯ୍ୟରେ ସାମିଲ ରହିବେ। ଯୋଜନା ମୁତାବକ କାମ କରନ୍ତୁ। ବ୍ୟକ୍ତିଗତ କଥା ଅନ୍ୟମାନଙ୍କ ସହ ସେୟାର କରନ୍ତୁନି। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ ।
ମକର: ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନର ଆଶା ପୂରଣ ହେବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
କୁମ୍ଭ: ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନୂତନ ଯାନବାହନ କ୍ରୟ କରିପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।
ମୀନ: ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିପାରେ। ଆଶା କରିଥିବା ଦିଗରୁ ନିରାଶ ହୋଇପାରନ୍ତି। ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ। ପୁରୁଣା ନିବେଶରୁ ଲାଭ ମିଳିପାରେ।