Thursday Horoscope: ଗୁରୁବାର ରାଶିଫଳ (୦୩-୦୯-୨୦୨୬)

ମେଷ: ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଧାର କରଜରୁ ଦୂରେଇ ରହିବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।

ବୃଷ: ଅବିବାହିତଙ୍କ ବିବାହ ସ୍ଥିର ହେବ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ। କୋର୍ଟ କଚେରୀ ମାମଲାର ଶୁଣାଣି ହୋଇପାରେ।   

ମିଥୁନ: ଦିନଟି ମିଶ୍ରିତଫଳ ପ୍ରଦାନ କରିବ। ଦୂର ସ୍ଥାନକୁ ଯାତ୍ରାଯୋଗ ଅଛି।  ନୂଆ ବ୍ୟବସାୟର ଯୋଜନା କରିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। 

କର୍କଟ: ରାଜନେତାଙ୍କ ପାଇଁ ଦିନଟି ଭଲ। ଜମି କାରବାରରେ ସଫଳ ହେବେ। ଅଯଥା କାମରେ ସମୟ ନଷ୍ଟ ହେବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ।   

ସିଂହ: ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଚିନ୍ତାରେ ରହିପାରନ୍ତି। ଅଫିସ୍‌ କାମ ଠିକ୍‌ ସମୟରେ ଶେଷ କରିବେ। ଉଧାର ଦେଇଥିବା ଟଙ୍କା ଫେରିପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। 

କନ୍ୟା: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନାଚ, ଗୀତ ପ୍ରତି ରୁଚି ବଢ଼ିବ। ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ଅଫିସ୍‌ରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ନିଜ ଲୋକ ଶତ୍ରୁ ସାଜିବେ।  

ତୁଳା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। 

ବିଛା: ରାଜନୀତିରେ ସକ୍ରିୟ ହେବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବେ। ଆୟ ସହ ଖର୍ଚ୍ଚ ବଢ଼ିବ। 

ଧନୁ: ଚାକିରି ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପେଟ ଜନିତ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟରୁ ଆଶାଜନକ ଲାଭ ମିଳିବ ନାହିଁ। ଧୈର୍ଯ୍ୟ ରଖି ଚାଲିବେ। 

ମକର: ଦୀର୍ଘ ଦିନର ଆଶା ପୂରଣ ହେବ। ପ୍ରେମ ସମ୍ବନ୍ଧ ମଜବୁତ ହେବ। ଠକାମିର ଶିକାର ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ବାପାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିପାରେ।  

କୁମ୍ଭ: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ତାନଙ୍କ କ୍ୟାରିୟର୍‌କୁ ନେଇ ଚିନ୍ତାରେ ରହିବେ। ବ୍ୟାଙ୍କ ଓ ଆଇଟି କ୍ଷେତ୍ରରେ ସଫଳତା ମିଳିବ। ଚିନ୍ତା ଓ ଅବସାଦରେ ରହିପାରନ୍ତି। 

ମୀନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ନୂଆ ନିଯୁକ୍ତିର ଅବସର ମିଳିବ। ନିଜ ପାଇଁ ସମୟ ବାହାର କରିବେ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ। 

About The Author: Madhusudan Das