Thursday Horoscope: ଗୁରୁବାର ରାଶିଫଳ ( ୧୬-୦୪-୨୦୨୬ )

ମେଷ: ବ୍ୟବସାୟରେ କ୍ଷତି ଘଟିବ। ବିଦ୍ୟାର୍ଥୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ଗୁରୁଜନଙ୍କୁ ଶ୍ରଦ୍ଧା ଓ ସମ୍ମାନ କରିବେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। 

ବୃଷ: ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି।  ବ୍ୟବହାରରେ ସଂଯମତା ରକ୍ଷା କରିବେ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ।  

ମିଥୁନ: ଅଫିସ୍‌ରେ କାର୍ଯ୍ୟଦକ୍ଷତା ଦେଖାଇବାର ସୁଯୋଗ ପାଇବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେବ। ନୂଆ କାମ ଆରମ୍ଭ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

କର୍କଟ: ଦିନଟି ଭଲରେ କଟିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ ଭୁଲ ବୁଝାମଣା ଦେଖା ଦେବ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ। ବ୍ୟବସାୟରେ ଲାଭ ହେବ।

ସିଂହ: ସମାଜରେ ମାନ, ପ୍ରତିଷ୍ଠା ବଜାୟ ରହିବ। ସମ୍ପର୍କୀୟଙ୍କଠାରୁ ଆର୍ଥିକ ସହଯୋଗ ଲୋଡ଼ିବେ। ବ୍ୟବସାୟକୁ ନେଇ ବଡ଼ ନିଷ୍ପତ୍ତି ନେବେ। କାର୍ଯ୍ୟକ୍ଷେତ୍ରରେ ନିବେଶ କରିବେ। 

କନ୍ୟା: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। ଅଫିସରେ ପଦୋନ୍ନତି ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖା ଦେବ। 

ତୁଳା: ପରିବାର ସହିତ ଦୂର ସ୍ଥାନକୁ ଯାତ୍ରା କରିବେ। ପେଟ ଜନିତ ସମସ୍ୟା ପାଇଁ ଚିନ୍ତାରେ ରହିବେ। ଧାର କରଜରୁ ଦୂରେଇ ରହିବେ। ପିଲାମାନେ ଖେଳକୁଦରେ ଅଧିକ ସମୟ ବିତାଇବେ। 

ବିଛା: ଦିନଟିରେ କର୍ମଚଞ୍ଚଳ ରହିବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ଯୋଜନା କରିବେ। ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ। 

ଧନୁ: ଅଫିସ୍‌ରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଅଯଥା କାମରୁ ଦୂରେଇ ରହିବେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କ ମଜଭୁତ୍‌ ହେବ। ନିଯୁକ୍ତି ସୁଯୋଗ ପାଇବେ। 

ମକର: ଅଫିସ୍‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। କାର୍ଯ୍ୟରେ ବ୍ୟସ୍ତ ରହିବେ। ବନ୍ଧୁଙ୍କୁ  ମନକଥା କହିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ହସଖୁସି ଲାଗି ରହିବ।  

କୁମ୍ଭ: ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ସାମାଜିକ ଓ ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।  

ମୀନ: ସହକର୍ମୀଙ୍କ ସହଯୋଗରେ ଅଫିସ୍ କାର୍ଯ୍ୟ ପୂରା କରିବେ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନ କାଟିବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ। 

About The Author: Madhusudan Das