Thursday Horoscope: ଗୁରୁବାର ରାଶିଫଳ ( ୧୫-୦୧-୨୦୨୬ )

ମେଷ: ଅଟକି ଥିବା କାର୍ଯ୍ୟ ପୂରଣ କରିବେ। ଆପଣଙ୍କ ପାଇଁ ସମୟ ବହୁତ ଭଲ। ନୂତନ ବନ୍ଧୁଙ୍କ ସହ ସାକ୍ଷାତ ହେବ। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ଧନ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ: ନୂତନ ବ୍ୟବସାୟରେ ନିବେଶ କରନ୍ତୁ, ସମୟ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥଙ୍କ ଠାରୁ ପ୍ରଶଂସିତ ହେବେ। ମହିଳାମାନେ ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। 

ମିଥୁନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ ମାମଲାରେ ସାବଧାନ ରହିବେ। କଥା କହିବା ସମୟରେ ସଂଯମତା ରକ୍ଷା କରନ୍ତୁ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

କର୍କଟ: ମନ ଭିତରେ ଯାହା କିଛି ଭାବୁଛନ୍ତି ତାହାକୁ ପ୍ରକାଶ କରନ୍ତୁ। ସାହିତ୍ୟ ସମାବେଶରେ ପ୍ରଶଂସିତ ହେବେ। ସମୟର ସଦୁପଯୋଗ କରନ୍ତୁ। ମାତାପିତାଙ୍କ କଥାକୁ ପାଳନ କରନ୍ତୁ। 

ସିଂହ: ଅକସ୍ମାତ୍‌ ଧନ ଲାଭ ଯୋଗ ରହିଛି। ନିର୍ଦ୍ଧାରିତ ଯୋଜନା ମୁତାବକ କାମ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଜୀବନସାଥୀଙ୍କ ଠାରୁ ମୂଲ୍ୟବାନ ଉପହାର ପାଇପାରନ୍ତି। 

କନ୍ୟା: କାର୍ଯ୍ୟକ୍ଷେତ୍ରରେ ନିଜ ଟାର୍ଗେଟ୍‌କୁ ପୂରା କରନ୍ତୁ। ନୂତନ ଯାନବାହନ କ୍ରୟ କରିପାରନ୍ତି। ଅଯଥାରେ  କାହା ସହିତ ଯୁକ୍ତିତର୍କ କରନ୍ତୁନି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। 

ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ।  ନିଜ ବ୍ୟକ୍ତିଗତ ମାମଲା ବିଷୟରେ ପରିବାର ଲୋକଙ୍କ ସହ ଆଲୋଚନା କରନ୍ତୁ। ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ପଡ଼ନ୍ତୁନି।

ବିଛା: ଅଟକି ଥିବା ଦିଗରୁ ଧନ ମିଳିପାରେ। ପରିବାରର ଚାପ ଆପଣଙ୍କ ଉପରେ ଅଧିକ ରହିବ। ପିଲାମାନେ ଖେଳକୁଦରେ ସମୟ ବିତାଇବେ। ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ମିଳିବ।   

ଧନୁ: ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କଠିନ ପରିଶ୍ରମ କରିବେ। ଆଜି ଭାଗ୍ୟ ଆପଣଙ୍କ ସାଥ୍‌ ଦେବ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ  ପାଇପାରନ୍ତି। ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିବେ।    
   
ମକର: ଆପଣଙ୍କ ପ୍ରତିଭା ପ୍ରସ୍ଫୁଟିତ ହେବ।  ସରକାରୀ ଚାକିରିଆଙ୍କ ପାଇଁ ଆଜିର ଦିନଟି ବହୁତ ଭଲ। ବନ୍ଧୁଙ୍କ ସହିତ ମନୋରଞ୍ଜନ କରିବେ। ପିଲାମାନେ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବେ । 

କୁମ୍ଭ: ଅଚାନକ ଆପଣଙ୍କ ମନ ଭିତରେ ପରିବର୍ତ୍ତନ ଆସିବ। ଆର୍ଥିକ ସମସ୍ୟା ରହିବନି। ଅନ୍ୟକୁ ଉଧାର  ଦେଇ ଠକିପାରନ୍ତି। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ।

ମୀନ: ପାରିବାରିକ ମତଭେଦ ଦେଖା ଦେବ। ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ମହିଳାମାନେ ଅଯଥା ଖର୍ଚ୍ଚରେ କରିବେ। କ୍ୟାରିୟରରେ ଉନ୍ନତି ହେବ।

About The Author: Madhusudan Das