ମେଷ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଅଚାନକ ଖୁସି ଖବର ପାଇବେ। ଚାକିରିରେ ବଦଳି ହୋଇପାରେ । ରାଜନୀତିରେ ସଫଳ ହେବେ। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି।
ବୃଷ: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ।
ମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।
କର୍କଟ: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ସମ୍ପର୍କୀୟଙ୍କ ସହ ଭେଟ ହୋଇପାରେ। ଚାକିରିରେ ନୂଆ ସୁଯୋଗ ଜୁଟିବ। ମାନସିକ ଶାନ୍ତି ପାଇଁ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ।
ସିଂହ: ବୁଝି ବିଚାରି କାମ କରନ୍ତୁ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ। ନିବେଶରୁ ଲାଭ ପାଇବେ। ଅପ୍ରିୟ ସତ କଥା କହି ସମସ୍ୟାରେ ପଡ଼ିପାରନ୍ତି। ବ୍ୟବହାରରେ ସଂଯମତା ରକ୍ଷା କରିବେ।
କନ୍ୟା: ପରିବାର ସହିତ ଖୁସିର ସମୟ ଅତିବାହିତ କରିବେ। ଆଇଟି ଚାକିରିଆଙ୍କ ପାଇଁ ଦିନଟି ଭଲ। ଘର ସାଜସଜ୍ଜାରେ ଅଧିକ ଖର୍ଚ୍ଚାନ୍ତ ହେବେ। ଭାଇ, ଭଉଣୀଙ୍କ ସହ ସୁଖଦୁଃଖ ବାଣ୍ଟିବେ।
ତୁଳା: ପୁରୁଣା ବନ୍ଧୁ ସହ ସାକ୍ଷାତ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ। ସରକାରୀ କ୍ଷେତ୍ରରେ ଲାଭ ମିଳିବ। ଧାର କରଜ କରିବାରୁ ରକ୍ଷା ପାଇବେ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି।
ବିଛା: ଅଫିସ୍ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବେ। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରା କରିବେ। ଦାମ୍ପତ୍ୟ ଜୀବନ ଖୁସିରେ ବିତିବ।
ଧନୁ: ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟ ଜନିତ ସମସ୍ୟାର ସମାଧାନ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଆର୍ଥିକ ଉନ୍ନତିକୁ ନେଇ ପ୍ରସନ୍ନ ରହିବେ।
ମକର: ଅଚାନକ ଖୁସି ଖବର ପାଇପାରନ୍ତି। ନୂତନ ଯାନବାହନ କ୍ରୟ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନାଚ, ଗୀତରେ ସଫଳତା ମିଳିବ। ଛାତ୍ରଛାତ୍ରୀ ପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ।
କୁମ୍ଭ: ଆୟ ଅନୁସାରେ ବ୍ୟୟ ହେବ। ପରିବାର ସଦସ୍ୟଙ୍କ ସହିତ ଖୁସିର ସମୟ ଅତିବାହିତ କରିବେ। ବନ୍ଧୁଙ୍କଠାରୁ ଉପହାର ପାଇପାରନ୍ତି। ଘର ପାଇଁ ନୂଆ ଜିନିଷ କିଣିବେ।
ମୀନ: ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ଶିକ୍ଷାରେ ସଫଳତା ମିଳିବ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ।