ମେଷ: ସାମାଜିକ କାର୍ଯ୍ୟ ପାଇଁ ସମୟ ବାହାର କରିବେ। ଶୁଭ ଖବର ମିଳିପାରେ। ମନ ଖୁସି ରହିବ। ଅଫିସ୍ରେ ସହକର୍ମୀଙ୍କୁ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବୃଷ: ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି। କର୍ମ ଚଞ୍ଚଳ ରହିବେ। ବ୍ୟବସାୟକୁ ନେଇ ଚିନ୍ତାରେ ରହିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରିୟଜନଙ୍କ କଥାକୁ ବିଶ୍ବାସ କରିବେ ନାହିଁ।
ମିଥୁନ: ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ଖର୍ଚ୍ଚ ଅଧିକ ହେବ।
କର୍କଟ: ପାରିବାରିକ ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ। ବ୍ୟବସାୟରୁ କ୍ଷତି ସହିପାରନ୍ତି। ଅନ୍ୟମାନଙ୍କ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ସିଂହ: କୋର୍ଟ କଚେରୀ ମାମଲାରୁ ଦୂରେଇ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯୋଜନା ମୁତାବକ କାମ କରିବେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଖୁସି ଖବର ମିଳିପାରେ।
କନ୍ୟା: ବ୍ୟବସାୟରେ ଲାଭ ହେବ। ଖର୍ଚ୍ଚ ବଢ଼ିପାରେ। ବରିଷ୍ଠ ଅଧିକାରୀଙ୍କ ପରାମର୍ଶରେ କାମରେ ଆଗକୁ ବଢ଼ିବେ। କଣ୍ଠଶିଳ୍ପୀଙ୍କ ପାଇଁ ଦିନଟି ଭଲ। ପେଟଜନିତ ସମସ୍ୟା ହୋଇପାରେ।
ତୁଳା: ଅଚାନକ ଖୁସି ଖବର ମିଳିପାରେ। ପ୍ରତିଯୋଗିତା ମନୋଭାବ ନେଇ ବିଦ୍ୟାର୍ଥୀ ଆଗକୁ ବଢ଼ିବେ। ପାରିବାରିକ ସମସ୍ୟାର ସମାଧାନ ହେବ। ଦାନ ଧର୍ମ କରିବେ। ଅତିଥି ସତ୍କାର କରିପାରନ୍ତି।
ବିଛା: ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଅଫିସ୍ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ। ଆତ୍ମବିଶ୍ବାସ ବୃଦ୍ଧ ପାଇବ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।
ଧନୁ: ଅଜଣା ଲୋକଙ୍କଠାରୁ ଦୂରେଇ ରହିବେ। ଧୈର୍ଯ୍ୟର ସହ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇବେ। ଆଇନଜୀବୀଙ୍କୁ ସଫଳତା ମିଳିବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ମକର: ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଚାକିରିଆଙ୍କୁ ନୂତନ ନିଯୁକ୍ତି ମିଳିବ। ସନ୍ତାନ ସୁଖ ପ୍ରାପ୍ତ ହେବ। ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା ସୃଷ୍ଟି ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
କୁମ୍ଭ: ଧାରକରଜରୁ ଦୂରେଇ ରହିବେ। ଦିନଟି ବ୍ୟସ୍ତ ଭିତରେ କଟିବ। ରାଜନେତାଙ୍କ ପାଇଁ ଦିନଟି ଭଲ। ଜୀବନସାଥୀଙ୍କୁ ମନ କଥା କହିବେ। ସାମାଜିକ କାର୍ଯ୍ୟରେ ସାମିଲ ରହିପାରନ୍ତି।
ମୀନ: ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। କଳା କ୍ଷେତ୍ରରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ସତ୍କାର୍ଯ୍ୟରେ ଦାନ କରିପାରନ୍ତି।