ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିପାରେ। ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ରୋଜଗାର ବୃଦ୍ଧି ହେବ।
ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଆଶା କରିଥିବା ଦିଗରୁ ନିରାଶ ହୋଇପାରନ୍ତି। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବେ।
ମିଥୁନ: କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ବିରୋଧୀଙ୍କ ସହ ମତାନ୍ତର ଦୂର ହେବ। ପାରିବାରିକ ଜୀବନ ସୁଖଶାନ୍ତିରେ ବିତିବ।
କର୍କଟ: ଦାନଧର୍ମରେ ଦିନଟି ଅତିବାହିତ କରିବେ। ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ। ଗରିବଙ୍କୁ ସାହାଯ୍ୟ କରିବେ। ମାନସିକ ଶାନ୍ତି ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।
ସିଂହ: ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବେ। କୌଣସି କଥାକୁ ନେଇ ମନ ଉଣା ହୋଇପାରେ।
କନ୍ୟା: ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବନ୍ଧୁଙ୍କ ସହାୟତାରେ କାମ ପୂରା କରିବେ। ଛାତ୍ରଛାତ୍ରୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ତୁଳା: ଦିନଟିରେ ସଫଳତା ମିଳିବ। ପୈତୃକ ବ୍ୟବସାୟରୁ ଲାଭବାନ ହେବେ। ସକାରାତ୍ମକ ଚିନ୍ତାଧାରାରେ ସମସ୍ତ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା: ବାଦବିବାଦରୁ ଦୂରେଇ ରହିବେ। ତରବରିଆ ଭାବେ ନିଷ୍ପତ୍ତି ନେବେ ନାହିଁ। ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ଧନୁ: ଆଜି ଦିନଟି ଶୁଭଫଳ ପ୍ରଦାନ କରିବ। ଆୟ ବ୍ୟୟ ସମାନ ରହିବ। ମାପିଚୁପି କଥା କୁହନ୍ତୁ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ। ରାଜନେତାଙ୍କ ପାଇଁ ଦିନଟି ବହୁତ ଭଲ।
ମକର: ବିବାହ ପ୍ରସ୍ତାବ ଆସିପାରେ। ଧନଲାଭ ଯୋଗ ଅଛି। ଯାନବାହନ କିଣିପାରନ୍ତି। ପରିବାର ସହ ହସ ଖୁସିରେ ଦିନ କାଟିବେ। ଯୋଜନା ମୁତାବକ କାମ କରନ୍ତୁ।
କୁମ୍ଭ: ପରନିନ୍ଦାରୁ ଦୂରେଇ ରହିବା ଭଲ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ। ଆୟ ଅନୁସାରେ ବ୍ୟୟ ହେବ। ବ୍ୟବସାୟରୁ ଲାଭବାନ ହେବେ।
ମୀନ: ମାନସିକ ଶାନ୍ତି ମିଳିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ କାମ ଆରମ୍ଭ କରିପାରନ୍ତି। ବ୍ୟକ୍ତିଗତ କଥା ଅନ୍ୟମାନଙ୍କ ଆଗେ ପ୍ରକାଶ କରନ୍ତୁନି।