ମେଷ: ମନ ପ୍ରସନ୍ନ ରହିବ। ବ୍ୟବହାରରେ ପରିବର୍ତ୍ତନ ଆଣିବେ। ସମାଜସେବା କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବେ। ଅଫିସ୍ରେ ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। କଠିନ ପରିଶ୍ରମ କରିବେ। ଅଧିକ ଖର୍ଚ୍ଚାନ୍ତ ହେବେ।
ବୃଷ: ଚିନ୍ତାରେ ରହିବେ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ରାଜନୀତିରେ ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିବ। ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ।
ମିଥୁନ: ଯାନବାହାନ କିଣିବା ଯୋଗ ଅଛି। କୌଣସି କାର୍ଯ୍ୟକୁ ଶେଷ କରିବାରେ ବିଳମ୍ବ ହେବ। ବ୍ୟବସାୟରେ କମ୍ ନିବେଶ କରି ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
କର୍କଟ: ଦିନଟି ଶୁଭଫଳ ପ୍ରଦାନ କରିବ। ପୈତୃକ ସମ୍ପତ୍ତି ବ୍ରିକି କରିବା ଯୋଜନା କରିବେ। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ। ବ୍ୟବସାୟ ଆରମ୍ଭ କରିବା ପାଇଁ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ।
ସିଂହ: ପାରିବାରିକ ବ୍ୟବସାୟକୁ ଆଗକୁ ନେବେ। ପରିବାରରେ ହସଖୁସିର ପରିବେଶ ରହିବ। ସମ୍ମାନ ହାନି ଯୋଗ ଅଛି। ଚାଷ କ୍ଷେତ୍ରରେ ଲାଭ ମିଳିବ। ଘରେ ପୂଜାପାଠ ଆୟୋଜନ କରିବେ।
କନ୍ୟା: କୌଣସି କାମ ସମୟାନୁସାରେ ସମ୍ପନ୍ନ କରିବେ ନାହିଁ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା େଦଖାଦେବ। ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ।
ତୁଳା: ସମାଜସେବା ପ୍ରତି ଆଗ୍ରହ ବଢ଼ିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଅଫିସ୍ରେ କାର୍ଯ୍ୟଭାର ବଢ଼ିବ। ସମସ୍ତ କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ। ଜାଗା ତଥା ଯାନବାହାନ କିଣିପାରନ୍ତି।
ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବିବାହ ସମସ୍ୟା ସମାଧାନ ହେବ। ଘରେ ପୂଜାପାଠ, ଭଜନକୀର୍ତ୍ତନ ଆୟୋଜନ କରିବେ। ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହେବ।
ଧନୁ: ବନ୍ଧୁଙ୍କ ସହ ବୁଲିବାକୁ ଯିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କୌଣସି ନୂଆ କାମ ଆରମ୍ଭ କରିବେ। ଉଚ୍ଚଶିକ୍ଷା ପାଇଁ ଭଲ ସମୟ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।
ମକର: ବାପାମାଆଙ୍କ ସହଯୋଗ ମିଳିବ। ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବେ। ଛାତ୍ରଛାତ୍ରୀମାନେ ନୂଆ ବିଷୟ ପାଇଁ ଆଗ୍ରହ ପ୍ରକାଶ କରିବେ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଦେଖାଦେବ।
କୁମ୍ଭ: କର୍ମ ଅନୁସାରେ ଫଳ ମିଳିବ। ବ୍ୟବସାୟରୁ ଆଶାଜନକ ଲାଭ ମିଳିବ। ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ ଓ ନୂଆ ଯୋଜନା କରିବେ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।
ମୀନ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପଢ଼ା ପାଇଁ ଅର୍ଥ ନିବେଶ କରିବେ। ଦୂରସ୍ଥାନକୁ ବୁଲିବା ଯୋଜନା କରିବେ। ଧାର କରଜରୁ ନିବୃତ୍ତ ରହିବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।