ଶନିବାର ରାଶିଫଳ (୦୮-୦୨- ୨୦୨୫ )

ମେଷ: ମନ ପ୍ରସନ୍ନ ରହିବ। ବ୍ୟବହାରରେ ପରିବର୍ତ୍ତନ ଆଣିବେ। ସମାଜସେବାରେ ମନୋନିବେଶ କରିବେ। ଅଫିସ୍‌ରେ ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ସଫଳତା ପାଇଁ କଠିନ ପରିଶ୍ରମ କରିବେ। ବୃଷ: ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ରାଜନୀତିରେ ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିବ। ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମିଥୁନ: ଯାନବାହାନ ଓ ଭୂମି କିଣିବା ଯୋଗ ଅଛି। ପରିବାରକୁ ସମୟ ଦେବେ। କମ୍ ନିବେଶ କରି ଅଧିକ ଲାଭ […]

ମେଷ: ମନ ପ୍ରସନ୍ନ ରହିବ। ବ୍ୟବହାରରେ ପରିବର୍ତ୍ତନ ଆଣିବେ। ସମାଜସେବାରେ ମନୋନିବେଶ କରିବେ। ଅଫିସ୍‌ରେ ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ସଫଳତା ପାଇଁ କଠିନ ପରିଶ୍ରମ କରିବେ।

ବୃଷ: ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ରାଜନୀତିରେ ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିବ। ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ଯାନବାହାନ ଓ ଭୂମି କିଣିବା ଯୋଗ ଅଛି। ପରିବାରକୁ ସମୟ ଦେବେ। କମ୍ ନିବେଶ କରି ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ମହିଳାଙ୍କ ସମୟ ଭଲରେ ଅତିବାହିତ ହେବ।

କର୍କଟ: ଦିନଟି ଶୁଭଫଳ ପ୍ରଦାନ କରିବ। ପୈତୃକ ସମ୍ପତ୍ତିକୁ ନେଇ ଭାଇ ଭାଇ ମଧ୍ୟରେ କଳହ ଲାଗିପାରେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ।

ସିଂହ: ପାରିବାରିକ ବ୍ୟବସାୟକୁ ଆଗକୁ ନେବେ। ପରିବାରରେ ହସଖୁସିର ପରିବେଶ ରହିବ। ସମ୍ମାନ ହାନି ଯୋଗ ଅଛି। ଚାଷ କ୍ଷେତ୍ରରେ ଲାଭ ମିଳିବ। ଘରେ ପୂଜାପାଠ ଆୟୋଜନ କରିବେ।

କନ୍ୟା: କୌଣସି କାମ ସମୟାନୁସାରେ ସମ୍ପନ୍ନ କରିବେ ନାହିଁ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ସରକାରି ଚାକିରିଆଙ୍କ ପାଇଁ ଦିନଟି ଭଲ।

ତୁଳା: ସମାଜସେବା ପ୍ରତି ଆଗ୍ରହ ବଢ଼ିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିପାରେ। ସମସ୍ତ କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ। ଅଚାନକ ଖୁସି ଖବର ପାଇପାରନ୍ତି।

ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବିବାହ ସମସ୍ୟାର ସମାଧାନ ହେବ। ଘରେ ପୂଜାପାଠ, ଭଜନକୀର୍ତ୍ତନ ଆୟୋଜନ କରିବେ। ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେବ।

ଧନୁ: ବନ୍ଧୁଙ୍କ ସହ ବୁଲିବାକୁ ଯିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କୌଣସି ନୂଆ କାମ ଆରମ୍ଭ କରିବେ। ଉଚ୍ଚଶିକ୍ଷା ପାଇଁ ଭଲ ସମୟ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

ମକର: କର୍ମତତ୍ପର ରହିବେ। ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବେ। ଛାତ୍ରଛାତ୍ରୀମାନେ ନୂଆ ବିଷୟ ପାଇଁ ଆଗ୍ରହ ପ୍ରକାଶ କରିବେ। ଦୂରସ୍ଥାନ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

କୁମ୍ଭ: କର୍ମ ଅନୁସାରେ ଫଳ ମିଳିବ। ବ୍ୟବସାୟରୁ ଆଶାଜନକ ଲାଭ ମିଳିବ। ସକାରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢ଼ିବେ। ବଦଳି ସମ୍ଭାବନା ଅଛି। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।

ମୀନ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପଢ଼ା ପାଇଁ ଅର୍ଥ ନିବେଶ କରିବେ। ଦୂରସ୍ଥାନକୁ ବୁଲିବା ଯୋଜନା କରିବେ। ଧାର କରଜରୁ ନିବୃତ୍ତ ରହିବେ। ଆଶା କରିଥିବା ଦିଗରୁ ଧନପ୍ରାପ୍ତି ହୋଇପାରେ।

About The Author: The Sakala