Saturday Horoscope: ଶନିବାର ରାଶିଫଳ (୦୮-୦୮-୨୦୨୬)

ମେଷ: ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଧାର କରଜରୁ ଦୂରେଇ ରହିବେ। ଯୋଜନା ମୁତାବକ କାମ କରିବେ।  ପ୍ରିୟବନ୍ଧୁଙ୍କୁ ନିଜ ମନକଥା କହିବେ।  

ବୃଷ: ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ କରିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାଇ ଭାଇ ମଧ୍ୟରେ ବିବାଦ ସୃଷ୍ଟି ହେବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।

ମିଥୁନ: ଦିନଟି ମିଶ୍ରିତଫଳ ପ୍ରଦାନ କରିବ। ଦୂର ସ୍ଥାନକୁ ଯାତ୍ରାଯୋଗ ଅଛି।  ନୂଆ ବ୍ୟବସାୟର ଯୋଜନା କରିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଅଚାନକ ଖୁସି ଖବର ମିଳିପାରେ। 

କର୍କଟ: ପଡ଼ୋଶୀଙ୍କ ସାହାଯ୍ୟ ମିଳିବ। ରାଜନେତାଙ୍କ ପାଇଁ ଦିନଟି ଭଲ। ଜମି କାରବାରରେ ସଫଳ ହେବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେଇପାରେ। ଅଯଥା କାମରେ ସମୟ ନଷ୍ଟ ହେବ।  

ସିଂହ: ଯୋଜନା ମୁତାବକ କାମ କରିବେ। ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଚିନ୍ତାରେ ରହିବେ। ଧନ ମିଳିପାରେ। ଅଫିସ୍‌ କାମ ଠିକ୍‌ ସମୟରେ ଶେଷ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। 

କନ୍ୟା: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନାଚ, ଗୀତ ପ୍ରତି ରୁଚି ବଢ଼ିବ। ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ଅଫିସ୍‌ରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ନିଜ ଲୋକ ଶତ୍ରୁ ସାଜିବେ। 

ତୁଳା: ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ନୂଆ ଚାକିରି ମିଳିବା ସମ୍ଭାବନା ଅଛି। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। 

ବିଛା: ରାଜନୀତିରେ ସକ୍ରିୟ ହେବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବେ। ଆୟ ସହ ଖର୍ଚ୍ଚ ବଢ଼ିବ। 

ଧନୁ: ଚାକିରି ପାଇଁ ବିଦେଶ ଯାତ୍ରା କରିବେ। ପ୍ରିୟଜନଙ୍କ କଥା ଦୁଃଖ ଦେବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପେଟ ଜନିତ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟରୁ ଆଶାଜନକ ଲାଭ ମିଳିବ ନାହିଁ।  

ମକର: ସମୟର ସଦୁପଯୋଗ କରିବେ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଠକାମିର ଶିକାର ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ବାପାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିପାରେ।  

କୁମ୍ଭ: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ତାନଙ୍କ କ୍ୟାରିୟର୍‌କୁ ନେଇ ଚିନ୍ତାରେ ରହିବେ। ବ୍ୟାଙ୍କ ଓ ଆଇଟି କ୍ଷେତ୍ରରେ ସଫଳତା ମିଳିବ। ଦୀର୍ଘ ଦିନର ଆଶା ପୂରଣ ହେବ। 

ମୀନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିପାରେ। ବିବାହକୁ ନେଇ ଚିନ୍ତାରେ ରହିପାରନ୍ତି। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ।  

About The Author: Madhusudan Das