Saturday Horoscope: ଶନିବାର ରାଶିଫଳ (୦୩-୦୧-୨୦୨୬)

ମେଷ: ସମସ୍ତ କାର୍ଯ୍ୟରୁ ଲାଭ ମିଳିବ। ଦିନଟି ହସଖୁସିରେ ଅତିବାହିତ ହେବ। କୌଣସି ନୂଆ ଜିନିଷ କିଣିବେ। ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। 

ବୃଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବ। ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ।

ମିଥୁନ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ହେବ। ସାଙ୍ଗ ଦ୍ବାରା ଲାଭବାନ ହେବେ। ବ୍ୟବସାୟରେ ସଫଳତା ମିଳିବ। ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। 

କର୍କଟ: ପଡ଼ୋଶୀଙ୍କ ସହ ବିବାଦ ହୋଇପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ନୂଆ ଚାକିରିର ସୁଯୋଗ ଜୁଟିବ। ନୂଆ ବ୍ୟବସାୟର ଯୋଜନା କରିବେ। ଗୁରୁଜନଙ୍କ ସହଯୋଗ ମିଳିବ। 

ସିଂହ: ଚାକିରିରେ ପରିବର୍ତ୍ତନ ଆସିବ। କୌଣସି ନୂଆ ଦାୟିତ୍ବ ତୁଲାଇବେ। ବ୍ୟବସାୟ ସମ୍ବନ୍ଧିତ ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବେ।

କନ୍ୟା: ଘରକୁ ଅତିଥି ଆଗମନ କରିବେ। ସ୍ବାମୀ-ସ୍ତ୍ରୀ ସୁଖଦ ମୁହୂର୍ତ୍ତ ଅତିବାହିତ କରିବେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଅଟକି ରହିଥିବା ଧନ ଆଗମନ ହେବ। 

ତୁଳା: କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ବନ୍ଧୁଙ୍କ ସହ କୌଣସି ନୂଆ କାର୍ଯ୍ୟର ଯୋଜନା କରିବେ। ବାପାମାଆଙ୍କ ସହଯୋଗରେ କିଛି ନୂଆ ଦାୟିତ୍ବ ଗ୍ରହଣ କରିବେ। ଅଟକିଥିବା କାର୍ଯ୍ୟକୁ ପୂରା କରିବେ। 

ବିଛା: ନୂଆ ଚାକିରି ପାଇଁ ଉତ୍ସାହିତ ରହିବେ। ଗୁରୁଜନଙ୍କ ପରାମର୍ଶ ନେବେ। କ୍ରୀଡ଼ାବିତ୍‌ଙ୍କୁ ସଫଳତା ପ୍ରାପ୍ତି ହେବ। ଛାତ୍ରଛାତ୍ରୀଙ୍କର ନୂଆ ବିଷୟ ପ୍ରତି ରୁଚି ବଢ଼ିବ। ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ ନାହିଁ।

ଧନୁ: ବ୍ୟାଙ୍କ ଓ ଆଇଟିରେ ସଫଳତା ମିଳିବ। ବ୍ୟବସାୟକୁ ବିସ୍ତାର କରିବେ ଏବଂ ଏହାକୁ ନେଇ କୌଣସି ନୂଆ ସମସ୍ୟା ସୃଷ୍ଟି ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପଡୋଶୀଙ୍କ ସହ ସୁସମ୍ପର୍କ ବଢ଼ିବ।

ମକର: ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରଣ କରିବେ। ପୁରୁଣା ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ପୂଜାପାଠରେ ସାମିଲ ହେବେ। ବାଦ ବିବାଦଠାରୁ ଦୂରେଇ ରହିବା ଭଲ। ଦୀର୍ଘ ଦିନର ସ୍ବପ୍ନ ପୂରା ହେବ। 

କୁମ୍ଭ: ବ୍ୟବସାୟିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବେ। ଉଚ୍ଚଶିକ୍ଷା ପାଇଁ ଉତ୍ତମ ସମୟ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଜାଗାବାଡ଼ି କିଣିବେ। 

ମୀନ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ। ରାଜନୀତିରେ ସଫଳତା ମିଳିବ। ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। 

About The Author: Madhusudan Das